Advertisement
photoDetails0hindi

World Cup 2023: ଭାରତ-ପାକିସ୍ତାନ ମ୍ୟାଚ୍ କେଉଁଠାରେ ହେବ? ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟକୁ ନେଇ ଆସିଲା ୫ଟି ବଡ ଅପଡେଟ୍

World Cup 2023: ଏଥର ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବ । ଅକ୍ଟୋବରରୁ ଏହି ଟୁର୍ଣ୍ଣମେଣ୍ଟ ଖେଳାଯିବ । ଏହି ବିଶ୍ୱସ୍ତରୀୟ ଇଭେଣ୍ଟର ମ୍ୟାଚ୍ କେଉଁଠାରେ ଅନୁଷ୍ଠିତ ହେବ, ଟିମ୍ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ କେଉଁଠାରେ ହେବ, ମୋଟ୍ କେତେ ମ୍ୟାଚ୍ ଖେଳାଯିବ ସେ ସମ୍ବନ୍ଧରେ ବର୍ତ୍ତମାନ ବଡ ଖବର ସାମ୍ନାକୁ ଆସିଛି ।

1/5

ICC Cricket World Cup: ଆଇପିଏଲ ପରେ ଭାରତର ପରବର୍ତ୍ତୀ ବୃହତ୍ତମ ଟୁର୍ଣ୍ଣାମେଣ୍ଟ ଅକ୍ଟୋବରରୁ ଖେଳାଯିବ । ଭାରତ ଏଥର ବିଶ୍ୱକପ ଆୟୋଜନ କରୁଛି । ୨୦୧୬ ପରେ ଆଇସିସି ଟୁର୍ନାମେଣ୍ଟ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଓ ବର୍ତ୍ତମାନ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ।

2/5

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ୧୨ ଟି ସହରରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ସହରରେ ୪ଟି ଲେଖାଏଁ ମ୍ୟାଚ୍ ହେବ । ଏହି ସ୍ଥାନ ବିଷୟରେ କହିବାକୁ ଗଲେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ରାଜକୋଟ, ଗୁଆହାଟି, ବେଙ୍ଗାଲୁରୁ, ଇନ୍ଦୋର, ଧର୍ମଶାଳା, ହାଇଦ୍ରାବାଦ, ଲକ୍ଷ୍ନୌ, ଚେନ୍ନାଇ ଭଳି ସହରଗୁଡିକ ସର୍ଟଲିଷ୍ଟ କରାଯାଇଛି ।

3/5

କହିରଖୁଛୁ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଏକ ପ୍ରତିଯୋଗିତା ହେବ । ଯେଉଁ ସହରରେ ମ୍ୟାଚ୍ ଅନୁଷ୍ଠିତ ହେବ ସେନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । କିନ୍ତୁ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଦିଲ୍ଲୀ କିମ୍ବା ଚେନ୍ନାଇରେ ଭାରତ-ପାକିସ୍ତାନ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ ।

4/5

ଏହି ଟୁର୍ଣ୍ଣାମେଣ୍ଟ ପୁଣି ଥରେ ରାଉଣ୍ଡ-ରୋବିନ ଫର୍ମାଟରେ ଖେଳାଯିବ । ଏହାର ଅର୍ଥ ହେଉଛି ମୋଟ ୧୦ଟି ଦଳ ପରସ୍ପର ବିପକ୍ଷରେ ଖେଳିବେ ଓ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ । ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ ଟି ମ୍ୟାଚ୍ ଖେଳାଯିବ ।

5/5

କହିରଖୁଛୁ ଯେ ବିଶ୍ୱକପର ଫାଇନାଲ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ୱାନ୍ଖେଡେ ଷ୍ଟାଡିୟମରେ ଏକ ସେମିଫାଇନାଲ ଅନୁଷ୍ଠିତ ହୋଇପାରେ ।