Advertisement
Photo Details/zeeodisha/odisha1748046
photoDetails0hindi

Ben Stokes love story: ବିବାହ ପୂର୍ବରୁ ବାପା ହୋଇଥିଲେ ବେନ୍ ଷ୍ଟୋକ୍ସ, ଅତ୍ୟନ୍ତ କୌତୁହଳପୂର୍ଣ୍ଣ ତାଙ୍କର ଲଭ୍ ଷ୍ଟୋରି; ଜାଣନ୍ତୁ ସବୁକିଛି

Ben Stokes love story: ଟେଷ୍ଟ କ୍ରିକେଟରେ ନିଜ ଅଧିନାୟକତ୍ୱରେ ଇଂଲଣ୍ଡ ଦଳର ଭାଗ୍ୟ ବଦଳାଇଥିବା ବେନ ଷ୍ଟୋକ୍ସଙ୍କ ପ୍ରେମ କାହାଣୀ ଏକ ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ଷ୍ଟୋକ୍ସ ୨୦୧୭ ରେ କ୍ଲାର ରାଟକ୍ଲିଫଙ୍କୁ ବିବାହ କରିଥିଲେ ।

1/6

ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ଗତ ୧ ବର୍ଷରେ ଦଳର ଖେଳ ଏକ ଭିନ୍ନ ସ୍ତରରେ ଦେଖିବାକୁ ମିଳିଛି । ସଫଳ ଅଧିନାୟକମାନଙ୍କ ମଧ୍ୟରେ ଷ୍ଟୋକ୍ସକୁ ମଧ୍ୟ ଗଣନା କରାଯାଇଛି । କ୍ରିକେଟ୍ ବ୍ୟତୀତ ଷ୍ଟୋକ୍ସଙ୍କ ଲଭ୍ ଷ୍ଟୋରି ମଧ୍ୟ ଏକ ଫିଲ୍ମ କାହାଣୀଠାରୁ କମ୍ ନୁହେଁ ।

2/6

୨୦୧୭ ମସିହାରେ, ବେନ୍ ଷ୍ଟୋକ୍ସ ତାଙ୍କ ଗର୍ଲଫ୍ରେଣ୍ଡ କ୍ଲାର ରାଟକ୍ଲିଫଙ୍କୁ ବିବାହ କରିଥିଲେ । କିନ୍ତୁ ଏହାପୂର୍ବରୁ ସେ ବାପା ହୋଇ ସାରିଥିଲେ । ଉଭୟଙ୍କର ପ୍ରଥମ ଦେଖା ୨୦୧୩ ମସିହାରେ ହୋଇଥିଲା । ବିବାହ ପୂର୍ବରୁ କ୍ଲାର ୨ଟି ସନ୍ତାନର ମା' ହୋଇସାରିଥିଲେ ।

3/6

ବେନ୍ ଷ୍ଟୋକ୍ସ ଯେତେବେଳେ ପ୍ରଥମେ କ୍ଲାରଙ୍କୁ ଭେଟିଥିଲେ, ସେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଉଭୟ ଅନେକ ଥର ଏକାଠି ନଜର ଆସିଥିଲେ । ଦୁହେଁ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ । ଏହା ପରେ ସେ ଦୀର୍ଘ ସମୟ ଧରି ଲିଭ-ଇନ୍ ରିଲେସନସିପରେ ରହିବା ପରେ ବିବାହ କରିବାକୁ ସ୍ଥିର କରିଥିଲେ ।

 

4/6

ବିବାହର ଏକ ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ବିବାଦ ହେବାର ଖବର ବହୁ ଚର୍ଚ୍ଚାରେ ଆସିଥିଲା । କିନ୍ତୁ ଏହି ସମସ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି କ୍ଲାର ନିଜେ ଏହି ଖବରକୁ କେବଳ ଗୁଜବ ବୋଲି କହିଥିଲେ । ବିବାହର ୨ ବର୍ଷ ପୂରଣ ହେବାପରେ ବେନ ଷ୍ଟୋକ୍ସ ମଧ୍ୟ କ୍ଲାରଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରିଥିଲେ ।

 

 

5/6

୨୦୧୨ ମସିହାରେ, ଯେତେବେଳେ ପୁଅ ଲେଟନ୍ ଜନ୍ମ ହୋଇଥିଲେ, ବେନ୍ ଓ କ୍ଲାର ପ୍ରଥମ ଥର ପାଇଁ ପିତାମାତା ହୋଇଥିଲେ । ଏହା ପରେ, ୨୦୧୫ ରେ ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଥିଲେ, ଯେତେବେଳେ ସେମାନଙ୍କର ଝିଅ ଲିବି ଜନ୍ମ ହୋଇଥିଲେ ।

 

6/6

ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରେ ବେନ୍ ଷ୍ଟୋକ୍ସ ବର୍ତ୍ତମାନ ଗଣିତ ହେଉଛନ୍ତି । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଟେଷ୍ଟ ଦଳ ବର୍ତ୍ତମାନ ଏକ ଭଲ ଖେଳ ପ୍ରଦର୍ଶନ କରୁଛି । ଷ୍ଟୋକ୍ସ ଏପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ୯୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ।