Ramiz Raja: ଭାରତକୁ ଧମକ ଦେଇଥିବା ରମିଜ ରାଜାଙ୍କ ହେବ ଛୁଟି, ଏହି ବ୍ୟକ୍ତି ହେବେ ନୂଆ PCB ଅଧ୍ୟକ୍ଷ!
Advertisement

Ramiz Raja: ଭାରତକୁ ଧମକ ଦେଇଥିବା ରମିଜ ରାଜାଙ୍କ ହେବ ଛୁଟି, ଏହି ବ୍ୟକ୍ତି ହେବେ ନୂଆ PCB ଅଧ୍ୟକ୍ଷ!

Ramiz Raja: ପାକିସ୍ତାନୀ ଚ୍ୟାନେଲ ଜିଓ ନ୍ୟୁଜ୍ ସୂତ୍ରରୁ ପ୍ରକାଶ ଯେ, ନୂତନ ପିସିବି ଅଧ୍ୟକ୍ଷଙ୍କ ପାଇଁ ନଜାମ ସେଠୀଙ୍କୁ ଏକ ଦୃଢ଼ ପ୍ରତିଯୋଗୀ ଭାବରେ ଦେଖାଯାଉଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଏହା ସଂକେତ ଦେଇଛନ୍ତି । ସୂଚନାନୁସାରେ, ନଜାମ ସେଠୀ ନିଜେ ଲାହୋରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଭେଟି ଏକାଠି ମଧ୍ୟାହ୍ନ ଭୋଜନ କରିଛନ୍ତି ।

Ramiz Raja: ଭାରତକୁ ଧମକ ଦେଇଥିବା ରମିଜ ରାଜାଙ୍କ ହେବ ଛୁଟି, ଏହି ବ୍ୟକ୍ତି ହେବେ ନୂଆ PCB ଅଧ୍ୟକ୍ଷ!

PCB Chairman Ramiz Raja: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ । ପିସିବି ଅଧ୍ୟକ୍ଷ (PCB Chairman) ରମିଜ ରାଜା (Ramiz Raja) ଙ୍କୁ ତାଙ୍କ ପଦରୁ ହଟାଯାଇପାରେ । ତାଙ୍କ ସ୍ଥାନରେ ପୂର୍ବତନ ପିସିବି ଅଧ୍ୟକ୍ଷ ନଜାମ ସେଠୀଙ୍କୁ ପୁଣିଥରେ ଚେୟାରମ୍ୟାନ୍ କରାଯାଇପାରେ । ପାକିସ୍ତାନୀ ଗଣମାଧ୍ୟମ ଏହି କଥା ଦାବି କରୁଛି । ଏହା ସ୍ପଷ୍ଟ ଯେ, ବର୍ତ୍ତମାନ ରାମିଜ ରାଜା ଦୀର୍ଘ ଦିନ ଧରି ପିସିବି ଅଧ୍ୟକ୍ଷଙ୍କ ଚେୟାରରେ ବସି ପାରିବେ ନାହିଁ । ପାକିସ୍ତାନୀ ଚ୍ୟାନେଲ ଜିଓ ନ୍ୟୁଜ୍ ସୂତ୍ରରୁ ପ୍ରକାଶ ଯେ, ନୂତନ ପିସିବି ଅଧ୍ୟକ୍ଷଙ୍କ ପାଇଁ ନଜାମ ସେଠୀ (Najam Sethi) ଙ୍କୁ ଏକ ଦୃଢ଼ ପ୍ରତିଯୋଗୀ ଭାବରେ ଦେଖାଯାଉଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ (Pakistan PM) ଶେହବାଜ ସରିଫ (Shehbaz Sharif) ମଧ୍ୟ ଏହା ସଂକେତ ଦେଇଛନ୍ତି । ସୂଚନାନୁସାରେ, ନଜାମ ସେଠୀ ନିଜେ ଲାହୋରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଭେଟି ଏକାଠି ମଧ୍ୟାହ୍ନ ଭୋଜନ କରିଛନ୍ତି ।

ସୂତ୍ରରୁ ପ୍ରକାଶ, PCBର ୨୦୧୪ ସମ୍ବିଧାନ ପୁନଃ ସ୍ଥାପିତ ହେବା ଆବଶ୍ୟକ । ଏହା ପରେ ବିଭାଗୀୟ ଖେଳଗୁଡିକ ପୁନର୍ଜୀବିତ କରାଯିବ । ସେ କହିଛନ୍ତି ଯେ, ଆନ୍ତ-ପ୍ରାଦେଶିକ ସମନ୍ୱୟ ମନ୍ତ୍ରଣାଳୟ (IPC) ର ସଚିବ ଅଧ୍ୟକ୍ଷ ପରିବର୍ତ୍ତନ ସମ୍ପର୍କରେ ଯେଉଁ ଆଦେଶ ଥିଲା, ତାହାକୁ ପ୍ରଧାନମନ୍ତ୍ରୀ ଅଫିସକୁ ପଠାଯାଇଛି । ଅର୍ଥାତ୍, ବର୍ତ୍ତମାନ ଏହା ଉପରେ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ।

ଗତ ବର୍ଷ ଅର୍ଥାତ ୨୦୨୧ରେ ହିଁ ରାମିଜ ରାଜା (Ramiz Raja) PCB ଅଧ୍ୟକ୍ଷ (PCB Chairman) ହୋଇଥିଲେ । ସେହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ଇମ୍ରାନ ଖାନ (Imran Khan) । ଇମ୍ରାନ ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ଭାବରେ ଦାୟିତ୍ୱ ସମ୍ଭାଳି ସାରିଛନ୍ତି, ଯିଏକି ୧୯୯୨ ରେ ବିଶ୍ୱକପ ମଧ୍ୟ ଜିତିଥିଲେ । ଇମ୍ରାନ ଖାନ ହିଁ ଏହି ଦାୟିତ୍ୱକୁ ରମିଜ ରାଜାଙ୍କୁ ଦେଇଥିଲେ । କିନ୍ତୁ ନିକଟ ଅତୀତରେ ଅନୁଷ୍ଠିତ ଟି-20 ବିଶ୍ୱକପରେ ପାକିସ୍ତାନର ଦଳ ଚୟନକୁ ନେଇ ରମିଜ ରାଜାଙ୍କୁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା ।

ରମିଜ ରାଜା (Ramiz Raja) ତାଙ୍କ ବୟାନ ମାଧ୍ୟମରେ ବି ଭାରତୀୟ ଦଳ (Indian Cricket Team) କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ପ୍ରକୃତରେ ଆସନ୍ତା ବର୍ଷ ଏସିଆ କପ୍ (Asia Cup 2023) ପାକିସ୍ତାନରେ ଆୟୋଜିତ ହେବ । ଏ ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବ ନାହିଁ । ଏହି ବୟାନ ଉପରେ ରମିଜ ରାଜା ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ସେ ଆହୁରି ମଧ୍ୟ ଧମକ ଦେଇଥିଲେ ଯେ ଯଦି ଭାରତୀୟ ଦଳ ପାକିସ୍ତାନକୁ ଆସନ୍ତି ନାହିଁ, ତେବେ ପାକିସ୍ତାନ ମଧ୍ୟ ଆସନ୍ତା ବର୍ଷ ଏକଦିବସୀୟ ବିଶ୍ୱକପ (ODI World Cup 2023) ପାଇଁ ଭାରତ ଯିବ ନାହିଁ ।

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଯୋଗୁଁ ଚିନ୍ତାରେ ଥିବା ପୁରୁଷ ଏହି ୩ଟି ଜିନିଷ ସହିତ କରିନିଅନ୍ତୁ ବନ୍ଧୁତା, ମିଳିବ ଅନେକ ଆଶ୍ଚର୍ଯ୍ୟଜନକ ଲାଭ

ଏହା ବି ପଢ଼ନ୍ତୁ:-ଏହି ୬ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ବି ଖାଆନ୍ତୁ ନାହିଁ ଅଁଳା, ଲାଭ ବଦଳରେ ହେବ କ୍ଷତି

ଏହା ବି ପଢ଼ନ୍ତୁ:-ସକାଳୁ ଉଠିବା ମାତ୍ରେ କରନ୍ତୁ ଏହିସବୁ କାମ, ଜୀବନରେ ହେବ ନାହିଁ କୌଣସି ଅସୁବିଧା

ଆପଣଙ୍କୁ କହି ରଖୁଛୁ ଯେ, ଆସନ୍ତା ବର୍ଷ ଶେଷରେ ODI ବିଶ୍ୱକପ୍ ଭାରତରେ ଆୟୋଜିତ ହେବ । ରାମିଜ ରାଜା ଏହି ଖୋଲା ଧମକକୁ ଥରେ ନୁହେଁ, ମାତ୍ର ୨-୩ ଥର ଦେଇସାରିଛନ୍ତି । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ, ରମିଜ ରାଜାଙ୍କ ଧମକପୂର୍ଣ୍ଣ ସମୟ ଖରାପ ହେବାକୁ ଯାଉଛି । ସେ ଖୁବ ଶୀଘ୍ର ପିସିବି ଅଧ୍ୟକ୍ଷ ପଦରୁ ବିଦାୟ ହେବାକୁ ଯାଉଛନ୍ତି ।