Naseem Shah: ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ୍ ନେଇଥିବା ଖେଳାଳିଙ୍କୁ ପାକିସ୍ତାନ ସରକାର ଦେଲେ ବମ୍ପର ପୁରସ୍କାର
Advertisement

Naseem Shah: ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ୍ ନେଇଥିବା ଖେଳାଳିଙ୍କୁ ପାକିସ୍ତାନ ସରକାର ଦେଲେ ବମ୍ପର ପୁରସ୍କାର

Naseem Shah: ନାସିମ ଶାହା ମାତ୍ର ୧୯ ବର୍ଷ ବୟସରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଭାରତ ବିପକ୍ଷରେ ଟି-୨୦ ଡେବ୍ୟୁ କରିବାବେଳେ ଏହି ବୋଲର ଚମତ୍କାର ପ୍ରଦର୍ଶନ କରି ପ୍ରଶଂସା ଲାଭ କରିଥିଲେ । ବର୍ତ୍ତମାନ ପାକିସ୍ତାନ ସରକାରଙ୍କ ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି ।

ସାଙ୍କେତିକ ଛବି

Pakistan Cricket Team: ପାକିସ୍ତାନ କ୍ରିକେଟ୍ ଦଳର ଦ୍ରୁତ ବୋଲର ନାସିମ ଶାହା (Naseem Shah) ଖୁବ୍ କମ୍ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏସିଆ କପରେ ଟିମ୍ ଇଣ୍ଡିଆର (Team India) ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ହଇଚଇ ସୃଷ୍ଟି କରିଥିବା ଏହି ଯୁବ ବୋଲର ମାତ୍ର ୧୯ ବର୍ଷ ବୟସରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଭାରତ ବିପକ୍ଷରେ ଟି-୨୦ ଡେବ୍ୟୁ କରିବାବେଳେ ଏହି ବୋଲର ଚମତ୍କାର ପ୍ରଦର୍ଶନ କରି ପ୍ରଶଂସା ଲାଭ କରିଥିଲେ । ବର୍ତ୍ତମାନ ପାକିସ୍ତାନ ସରକାରଙ୍କ (Pakistan Govt) ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି ।

ପାକିସ୍ତାନ କ୍ରିକେଟ୍ ଦଳର ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦିଙ୍କ ଉପସ୍ଥିତିରେ ଭାରତ ବିପକ୍ଷରେ ଏସିଆ କପ୍ ଡେବ୍ୟୁ କରିଥିବା ନାସିମ ଶାହା ଅଳ୍ପ ବୟସରେ ବଡ଼ ସଫଳତା ହାସଲ କରିଛନ୍ତି । ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ଚମତ୍କାର ବୋଲିଂ କରିଥିବା ଏହି ଯୁବକଙ୍କୁ ମାତ୍ର ୧୯ ବର୍ଷ ବୟସରେ ବାଲୁଚିସ୍ତାନର ଡିଏସପି କରାଯାଇଛି । ଯେତେବେଳେ ସେ ଖେଳ ପଡ଼ିଆରେ ନଜର ନ ଆସିବେ, ସେତେବେଳେ ସେ ଏହି ଦାୟିତ୍ୱ ନିଭାଇବେ । ଏହି  ସୂଚନା ପାକିସ୍ତାନ ଗଣମାଧ୍ୟମ ଦ୍ୱାରା ସୂଚିତ କରଯାଇଛି ।

ନାସିମ ଅଳ୍ପ ବୟସରେ ପାକିସ୍ତାନ କ୍ରିକେଟରେ ବଡ ସଫଳତା ହାସଲ କରିଛନ୍ତି । ମାତ୍ର ୧୬ ବର୍ଷ ବୟସରେ ସେ ବାଂଲାଦେଶ ବିପକ୍ଷରେ ଖେଳିବାବେଳେ ସେ ହ୍ୟାଟ୍ରିକ୍ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ସେ ଏହି ଐତିହାସିକ ପ୍ରଦର୍ଶନ ୨୦୨୦ ରେ ରାୱଲପିଣ୍ଡି ଟେଷ୍ଟରେ କରିଥିଲେ । ସେ ୨୦୨୨ ଏସିଆ କପରେ ଭାରତ ବିପକ୍ଷ ଟି-୨୦ ଡେବ୍ୟୁରେ କେ.ଏଲ୍ ରାହୁଲ  ଓ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ୍ ନେଇ କରିଥିଲେ ।

ପାକିସ୍ତାନ କ୍ରିକେଟ୍ ଦଳର ଷ୍ଟାର ଖେଳାଳିଙ୍କ ପାଇଁ ନୂଆ ବର୍ଷ ଏକ ଭଲ ଖବର ଆଣିଛି । ପ୍ରଥମେ ହରିସ୍ ରୌଫ, ପରେ ଶାଦବ ଖାନ ଓ ଶାନ ମାସୁଦ ଓ ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ଦଳର ଷ୍ଟାର ଫାଷ୍ଟ ବୋଲର ଶାହିନ୍ ଶାହା ଆଫ୍ରିଦି ମଧ୍ୟ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ୨୨ ବର୍ଷୀୟ ଯୁବ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ଶୁକ୍ରବାର ଦିନ ଅର୍ଥାତ ୩ ଫେବୃଆରୀରେ କରାଚିରେ ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର ସହିଦ ଆଫ୍ରିଦିଙ୍କ ଝିଅକୁ ବିବାହ କରିଛନ୍ତି । ଶାହିନ୍ ଆଫ୍ରିଦି କରାଚିର ଜାକରିଆ ମସଜିଦ୍ ଠାରେ ୨୨ ବର୍ଷୀୟା ଅଂଶା ଆଫ୍ରିଦିଙ୍କ ସହିତ ବିବାହ ସମାରୋହ ସମାପ୍ତ ହୋଇଛି ।

 

ଏହା ବି ପଢ଼ନ୍ତୁ: Ind Vs Pak: ପାକିସ୍ତାନକୁ ଧୂଳି ଚଟାଇବା ପାଇଁ କେପଟାଉନରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ୧୨ ଫେବୃଆରୀ ହେବ ଲଢ଼େଇ

ଏହା ବି ପଢ଼ନ୍ତୁ: Shaheen Afridi Marriage: ଆଫ୍ରିଦିଙ୍କ ଝିଅକୁ ବିବାହ କଲେ ଶାହିନ, ସାକ୍ଷୀ ରହିଲେ ବାବର, ଦେଖନ୍ତୁ ଫଟୋ