India vs Pakistan: ଭାରତ-ପାକିସ୍ତାନ ବିଶ୍ୱକପ ଫାଇନାଲ ପୂର୍ବାନୁମାନ କରି ଶୋଏବ ଅଖତର ନେବାକୁ ଚାହୁଁଛନ୍ତି ପ୍ରତିଶୋଧ, ଜାଣନ୍ତୁ ମାମଲା
Advertisement

India vs Pakistan: ଭାରତ-ପାକିସ୍ତାନ ବିଶ୍ୱକପ ଫାଇନାଲ ପୂର୍ବାନୁମାନ କରି ଶୋଏବ ଅଖତର ନେବାକୁ ଚାହୁଁଛନ୍ତି ପ୍ରତିଶୋଧ, ଜାଣନ୍ତୁ ମାମଲା

India-Pakistan Cricket Match: ଶୋଏବ ଅଖତର ସ୍ୱୀକାର କରିଛନ୍ତି ଯେ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବ ନା ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ସେ ଭାବିଥିଲେ ଯେ ଏହି ପ୍ରସଙ୍ଗରେ ଉଭୟ ଭାରତ-ପାକିସ୍ତାନ ସରକାରଙ୍କୁ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ପଡ଼ିବ।

India vs Pakistan: ଭାରତ-ପାକିସ୍ତାନ ବିଶ୍ୱକପ ଫାଇନାଲ ପୂର୍ବାନୁମାନ କରି ଶୋଏବ ଅଖତର ନେବାକୁ ଚାହୁଁଛନ୍ତି ପ୍ରତିଶୋଧ, ଜାଣନ୍ତୁ ମାମଲା

Pakistani Cricketer Shoaib Akhtar: ଉଭୟ ଏସିଆ କପ୍ ଏବଂ ବିଶ୍ୱକପ୍ ଫାଇନାଲ ମୁକାବିଲାରେ ଭାରତ ଏବଂ ପାକିସ୍ତାନ ପରସ୍ପର ବିପକ୍ଷରେ ଖେଳିବେ ବୋଲି ଆଶା କରିଛନ୍ତି ପାକିସ୍ତାନୀ କ୍ରିକେଟର ଶୋଏବ ଅଖତର। ଏହା ସହିତ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଆରମ୍ଭ ହେବା ନେଇ ପାକିସ୍ତାନୀ କ୍ରିକେଟର ଜଣଙ୍କ ଆଶା ପ୍ରକଟ କରିଛନ୍ତି। ସମ୍ପର୍କରେ ଫାଟ ବଢାଇବା ପରିବର୍ତ୍ତେ ସକରାତ୍ମକତା ବିସ୍ତାର କରିବା ଏବଂ ଏହାକୁ ଆଗକୁ ବଢାଇବା ଦିଗରେ କାର୍ଯ୍ୟ କରିବାକୁ ଉଭୟ ପକ୍ଷର ଲୋକଙ୍କୁ ଅନୁରୋଧ କରିଛନ୍ତି ଶୋଏବ ଅଖତର। ସ୍ପୋର୍ଟସ ଟୁଡେ ସହ କଥା ହେବା ବେଳେ ପାକିସ୍ତାନୀ କ୍ରିକେଟର ଭବିଷ୍ୟବାଣୀ କରିଛନ୍ତି ଯେ ଏସିଆ କପ୍ ପାଇଁ ଭାରତ ପାକିସ୍ତାନ ଆସିବ ଏବଂ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଯାତ୍ରା କରିବ।

ପାକିସ୍ତାନୀ କ୍ରିକେଟର ଶୋଏବ ଅଖତର (Pakistani Cricketer Shoaib Akhtar) ଗତ ୨୦୧୧ ବର୍ଷରେ ମୋହାଲି ଠାରେ ଖେଳାଯାଇଥିବା ବିଶ୍ୱକପ ସେମିଫାଇନାଲ (Cricket World Cup 2011) ମ୍ୟାଚ କଥା ମନେ ପକାଇଥିଲେ। ଯେଉଁଥିରେ ଭାରତ ପାକିସ୍ତାନ (India Pakistan Cricket Match) ବିପକ୍ଷରେ ବିଜୟୀ ହୋଇଥିଲା। ଶୋଏବ ଅଖତର କହିଛନ୍ତି ଯେ ୨୦୨୩ କ୍ରିକେଟ ବିଶ୍ୱକପ୍ ସଂସ୍କରଣରେ ସେ ପାକିସ୍ତାନ କ୍ରିକେଟ ଟିମ (Pakistani Cricket Team) ଲାଗି ଭାରତୀୟ ଦଳ (Indian Cricket Team) ପାଖରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ଯଦିଓ ପାକିସ୍ତାନୀ କ୍ରିକେଟର ଜଣଙ୍କ ୨୦୧୧ କ୍ରିକେଟ ବିଶ୍ୱକପର ସେମି ଫାଇନାଲ ମ୍ୟାଚ ଖେଳିନଥିଲେ। ହେଲେ ତଥାପି ୱାନଖେଡେ କିମ୍ବା ଅହମ୍ମଦାବାଦ ଷ୍ଟାଡିୟମ ଠାରେ ଭାରତ-ପାକିସ୍ତାନ ଫାଇନାଲ (India vs Pakistan Final Match) ଦେଖିବାକୁ ଚାହୁଁଛନ୍ତି। ଏନେଇ ସୋଏବ ଅଖତର କହିଛନ୍ତି ଯେ, "ମୁଁ ୨୦୧୧ ବିଶ୍ୱକପରେ ହୋଇଥିବା ପରାଜୟ ପ୍ରତିଶୋଧ ନେବାକୁ ଚାହୁଁଛି। ଯଦିଓ ମୁଁ ସେହି ମ୍ୟାଚ ଖେଳି ନଥିଲି। ମୁଁ ୱାନଖେଡେ କିମ୍ବା ଅହମ୍ମଦାବାଦ କିମ୍ବା ଭାରତର ଯେକୌଣସି ସ୍ଥାନରେ ଅନୁଷ୍ଠିତ ହେବାକୁ ରହିଥିବା ଭାରତ ବନାମ ପାକିସ୍ତାନ ଫାଇନାଲ ମ୍ୟାଚ ଦେଖିବାକୁ ଚାହେଁ। ଏହି ମ୍ୟାଚ ଦେଖିବା ମୁଁ ସମସ୍ତ ପ୍ରକାର ଚେଷ୍ଟା କରିବି। "

ଶୋଏବ ଅଖତର ସ୍ୱୀକାର କରିଛନ୍ତି ଯେ ବିଶ୍ୱକପ (Cricket World Cup) ପାଇଁ ପାକିସ୍ତାନ ଭାରତ ଗସ୍ତ କରିବ ନା ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ସେ ଭାବିଥିଲେ ଯେ ଏହି ପ୍ରସଙ୍ଗରେ ଉଭୟ ଭାରତ-ପାକିସ୍ତାନ ସରକାରଙ୍କୁ (India-Pakistan Govt) ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ପଡ଼ିବ। ସେ କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ବୋର୍ଡ (Board of Control for Cricket in India) ବିସିସିଆଇ (BCCI) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (Pakistan Cricket Board) ପିସିବି (PCB) ନିଜ ଦେଶର ସରକାରଙ୍କୁ ନ ପଚାରି କିଛି କରିପାରିବେ ନାହିଁ। ତାଙ୍କ କହିବା ଅନୁଯାୟୀ ଉଭୟ ବିସିସିଆଇ-ପିସିବି ହାତରେ କିଛି ନାହିଁ। କାରଣ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ଏବଂ ଭ୍ରମଣ ମାମଲାରେ ଉଭୟ ଦେଶର କ୍ରିକେଟ ବୋର୍ଡ ନିଜ ଦେଶର ସରକାରଙ୍କୁ ନ ପଚାରି କିଛି କରିପାରିବେ ନାହିଁ। ତେଣୁ ବିବୃତ୍ତି ଦେବାର କୌଣସି କାରଣ ନାହିଁ। 

ଉଭୟ ପକ୍ଷ ବିବୃତ୍ତି ଦେବା ବନ୍ଦ କରିବା ଆବଶ୍ୟକ। ଯେତେବେଳେ ସରକାରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଆବଶ୍ୟକତା ପଡ଼େ, ସେମାନେ ପରସ୍ପର ସହ କଥାବାର୍ତ୍ତା କରିଥାନ୍ତି। ତାଙ୍କ କହିବା ଅନୁଯାୟୀ  ବିସିସିଆଇ ହେଉ କିମ୍ବା ପିସିବି ଏହି ଦୁଇଟି କ୍ରିକେଟ ବୋର୍ଡ କୌଣସି ପ୍ରକାର ବନ୍ଦ କିମ୍ବା ଆରମ୍ଭ କରିପାରିବ ନାହିଁ। ଯଦି ପାକିସ୍ତାନ ବିଶ୍ୱକପ ପାଇଁ ଭାରତ ଗସ୍ତ କରେ ତାହେଲେ ଏହା ବିସିସିଆଇ ସ୍ୱାର୍ଥରେ ରହିବ। ସେହି ସମୟରେ ଏହା ସବୁଠାରୁ ବଡ ଖବର ହେବ ବୋଲି କହିଛନ୍ତି ଶୋଏବ ଅଖତର।