PAK vs ZIM: ଜିମ୍ବାୱେ ବିପକ୍ଷରେ ହାରିବା ପରେ ଆଣ୍ଠୁମାଡ଼ି ଧକେଇ କାନ୍ଦିଲେ ପାକିସ୍ତାନ ଉପ-ଅଧିନାୟକ, ଦେଖନ୍ତୁ ​​VIDEO
Advertisement

PAK vs ZIM: ଜିମ୍ବାୱେ ବିପକ୍ଷରେ ହାରିବା ପରେ ଆଣ୍ଠୁମାଡ଼ି ଧକେଇ କାନ୍ଦିଲେ ପାକିସ୍ତାନ ଉପ-ଅଧିନାୟକ, ଦେଖନ୍ତୁ ​​VIDEO

Shadab Khan Crying video: ପାକିସ୍ତାନ କ୍ରିକେଟ୍ ଦଳର ଉପ-ଅଧିନାୟକ ଶଦାବ ଖାନଙ୍କ ଏକ ଅନସିନ ଭିଡିଓ ସାମ୍ନାକୁ ଆସିଛି । ଜିମ୍ବାୱେ ବିପକ୍ଷରେ ହାରିବା ପରେ ଶଦାବ ଆଣ୍ଠୁମାଡ଼ି ବସି କାନ୍ଦୁଥିବାର ନଜର ଆସିଥିଲେ । ପାକିସ୍ତାନ ମ୍ୟାଚକୁ ମାତ୍ର ଗୋଟିଏ ରନ୍‌ରେ ହାରି ଯାଇଥିଲା ।

ସୌ: ସୋସିଆଲ ମିଡିଆ

PAK vs ZIM, Shadab Khan Crying video: ଜିମ୍ବାୱେ (Zimbabwe) ବିପକ୍ଷରେ ପରାଜୟ କିପରି ପାକିସ୍ତାନ କ୍ରିକେଟ୍ ଦଳ (Pakistan Cricket Team) ଭାଙ୍ଗି ପଡ଼ିଛି, ତାହାକୁ ମ୍ୟାଚ୍ ପରେ ପାକିସ୍ତାନୀ ଖେଳାଳିଙ୍କ ମୁହଁ ଦେଖି ଅନୁଭବ କରି ପାରୁଥିବେ । ଗୁରୁବାର ଦିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୨ (ICC T20 World Cup 2022) ରେ ଜିମ୍ବାୱେ ବିପକ୍ଷରେ ଏକ ରନ୍ ପରାଜୟ ପରେ ସେମିଫାଇନାଲ ରେସରୁ ପାକିସ୍ତାନ ଦଳ ବାଦ ପଡିପାରେ । ଭାରତ ବିପକ୍ଷ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ପ୍ରଥମେ ଚାରିଟି ୱିକେଟରେ ପରାଜିତ ହୋଇଥିଲା ଓ ଏହା ପରେ ଜିମ୍ବାୱେ ପାକିସ୍ତାନକୁ ଗୋଟିଏ ରନରେ ପରାସ୍ତ କରିଛି । ଏହି ପରାଜୟ ପରେ ଉପ-ଅଧିନାୟକ ଶାଦବ ଖାନଙ୍କ (Shadab Khan) ଏକ ଅଦେଖା ଭିଡିଓ ସାମ୍ନାକୁ ଆସିଛି ।

ଏହି ଭିଡିଓରେ ଶଦାବ କାନ୍ଦୁଥିବା ଓ ଡ୍ରେସିଂ ରୁମ ନିକଟରେ ଆଣ୍ଠୁ ମାଡି ବସିଥିବାର ନଜର ଆସିଛନ୍ତି । ଏହି ଭିଡିଓଟି ପାକିସ୍ତାନ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ହୃଦୟକୁ ଗଭୀର ଆଘାତ କରିଛି । ଏହି ମ୍ୟାଚରେ ଶାଦବ ଖାନ ଭଲ ବୋଲିଂ କରି ଚାରି ଓଭରରେ ମାତ୍ର ୨୩ରନ୍ ପାଇଁ ତିନୋଟି ୱିକେଟ୍ ନେଇଥିଲେ ।

 
 
 
 

 
 
 
 
 
 
 
 
 
 
 

A post shared by DBTV Sports (@dbtvsports)

ତେବେ ସେ ବ୍ୟାଟ୍ ସହ କିଛି ବିଶେଷ କରିପାରିନଥିଲେ ଓ ୧୪ ବଲରୁ ୧୭ ରନ ପାଇଁ ଆଉଟ ହୋଇ ଯାଇଥିଲେ । ଜିମ୍ବାୱେ ୨୦ ଓଭରରେ ଆଠ ୱିକେଟ୍ ହରାଇ ପ୍ରଥମେ ୧୩୦ ରନ ସ୍କୋର କରିଥିଲା, କିନ୍ତୁ ଏହାର ଜବାବରେ ପାକିସ୍ତାନୀ ଦଳ ୨୦ ଓଭରରେ ସମାନ ଆଠ  ୱିକେଟ୍ ହରାଇ ୧୨୯ ରନ କରିବାରେ ସଫଳ ହୋଇଥିଲା ।

ମ୍ୟାଚ୍ ପରେ ବାବର ଆଜମ କହିଛନ୍ତି ଯେ ଏହି ମ୍ୟାଚରେ ପାକିସ୍ତାନ ଦଳ ଠାରୁ କେଉଁଠି ଭୁଲ ହୋଇଛି, ଯେଉଁଥିପାଇଁ ଦଳକୁ ଏହି ବଡ଼ ଉଲଟଫେରର ଶିକାର ହେବାକୁ ପଡ଼ିଛି । ସେହିପରି ଜିମ୍ବାୱେ ବିପକ୍ଷରେ ପରାଜୟ ପରେ ନିରାଶ ହୋଇଥିବା ବାବର ଆଜମ କହିଛନ୍ତି ଯେ, 'ଆମ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ବ୍ୟାଟିଂରେ ଆମର ଆଶା ଅନୁଯାୟୀ ଆମେ ପ୍ରଦର୍ଶନ କରିପାରିଲୁ ନାହିଁ । ଆମର ଭଲ ବ୍ୟାଟ୍ସମ୍ୟାନ୍ ଥିଲେ କିନ୍ତୁ ଉଭୟ ଓପନର୍ ପାୱାରପ୍ଲେରେ ଆଉଟ୍ ହୋଇଥିଲେ । ଯେତେବେଳେ ଶାଦବ ଓ ଶାନ ମାସୁଦ ଏକ ପାର୍ଟନରସିପ୍ ଗଢ଼ିଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ଶାଦବ ଆଉଟ୍ ହୋଇଥିଲେ । ଏହା ପରେ ବ୍ୟାକ୍ ଟୁ ବ୍ୟାକ୍ ୱିକେଟ୍ ପତନ ହେବା କାରଣରୁ ଆମେ ଚାପରେ ଆସିଯାଇଥିଲୁ ।"

ଏହା ବି ପଢ଼ନ୍ତୁ: Babar Azam no PAK vs ZIM Match: ଜିମ୍ବାୱେ ଠାରୁ ପିଟିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ କହିଲେ ଦଳକୁ କାହିଁକି ମିଳିଲା ପରାଜୟ

ଏହା ବି ପଢ଼ନ୍ତୁ: ଟିମ୍ ଇଣ୍ଡିଆର ବିଜୟ ପରେ ମଧ୍ୟ ଖୁସି ନୁହଁନ୍ତି ରୋହିତ ଶର୍ମା, ମ୍ୟାଚ୍ ପରେ ଦେଲେ ଏହି ଆଶ୍ଚର୍ଯ୍ୟଜନକ ବୟାନ