World Cup 2023: ବାଂଲାଦେଶର ପରାଜୟ ଯୋଗୁଁ ବଦଳିଗଲା ପଏଣ୍ଟ ଟେବୁଲ; ଏଠାରେ ଦେଖନ୍ତୁ ସବୁ ଦଳ ମାନଙ୍କର ସ୍ଥିିତି
Advertisement

World Cup 2023: ବାଂଲାଦେଶର ପରାଜୟ ଯୋଗୁଁ ବଦଳିଗଲା ପଏଣ୍ଟ ଟେବୁଲ; ଏଠାରେ ଦେଖନ୍ତୁ ସବୁ ଦଳ ମାନଙ୍କର ସ୍ଥିିତି

World Cup 2023 Points Table: ଦିନିକଆ ବିଶ୍ୱକପ ୨୦୨୩ ର ୩୧ ତମ ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରି ପାକିସ୍ତାନ ପଏଣ୍ଟ ଟେବୁଲରେ ଏକ ବଡ଼ ଓଲଟଫେର କରିଛି ।

 

World Cup 2023 Points Table

World Cup 2023 Points Table Update: କୋଲକାତାର ଇଡେନ୍ ଗାର୍ଡେନରେ ବାଂଲାଦେଶକୁ ୭ ୱିକେଟ୍ ହରାଇ ପାକିସ୍ତାନ ତୃତୀୟ ODI ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଜିତିଛି । ଏହି ବିଜୟ ସହିତ ପାକିସ୍ତାନ ନିଜର ସେମିଫାଇନାଲ ଆଶାକୁ ଜୀବନ୍ତ ରଖିଛି । ଏହି ବିଜୟ ପରେ ପାକିସ୍ତାନ ପଞ୍ଚମ ସ୍ଥାନକୁ ଉଠିଛି, ଯେଉଁଠାରେ ଆଫଗାନିସ୍ତାନ ପୂର୍ବରୁ ରହିଥିଲା । ଯଦିଓ ପାକିସ୍ତାନ ଓ ଆଫଗାନିସ୍ତାନର ସମାନ ୬ ପଏଣ୍ଟ ଲେଖାଁଏ ରହିଛି, କିନ୍ତୁ ନେଟ୍ ରନ୍ ହାରରେ ପାର୍ଥକ୍ୟ ଯୋଗୁଁ ଉଭୟଙ୍କ ସ୍ଥିତି ଭିନ୍ନ ରହିଛି।

ତେବେ ପାକିସ୍ତାନ ଏଠାରୁ ସେମିଫାଇନାଲରେ ପ୍ରବେଶ କରିବା ସହଜ ହେବ ନାହିଁ । ଦଳକୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ ଓ ଏହା ପରେ ମଧ୍ୟ ଏହା ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିପାରେ । ପାକିସ୍ତାନ ସହିତ ଆଫଗାନିସ୍ତାନ ମଧ୍ୟ ସେମିଫାଇନାଲ ଦୌଡ଼ରେ ରହିଛି । ଆଫଗାନିସ୍ତାନ ୬ଟି ମ୍ୟାଚ ମଧ୍ୟରୁ ୩ଟି ଓ ପାକିସ୍ତାନ ୭ଟି ମଧ୍ୟରୁ ୩ଟି ମ୍ୟାଚ୍ ଜିତିଛି । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ପରବର୍ତ୍ତୀ ସମସ୍ତ ମ୍ୟାଚ୍ ଜିତି ସେମିଫାଇନାଲ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ହୋଇପାରେ ।

ଏଥି ସହିତ ପାକିସ୍ତାନର ବିଜୟ କାରଣରୁ ଟପ୍-୪ ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାରତୀୟ ଦଳ ୧୨ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି । ଏହା ପରେ ଦକ୍ଷିଣ ଆଫ୍ରିକା ୧୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ତା’ପରେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଯଥାକ୍ରମେ ୮-୮ ପଏଣ୍ଟ ସହ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ତୃତୀୟ ନମ୍ବର ନ୍ୟୁଜିଲ୍ୟାଣ୍ଡର ନେଟ୍ ରନ୍ ରେଟ୍ +୧.୨୩୨ ଓ ଚତୁର୍ଥ ନମ୍ବର ଅଷ୍ଟ୍ରେଲିଆରେ ନେଟ୍ ରନ୍ ରେଟ୍ +୦.୯୭୦ ରହିଛି ।

fallback

ଅନ୍ୟ ଦଳ ମାନଙ୍କର କିପରି ରହିଛି ସ୍ଥିତି?
ଅବଶିଷ୍ଟ ଦଳ ମଧ୍ୟରେ ପାକିସ୍ତାନ ଓ ଆଫଗାନିସ୍ତାନ ପ୍ରତ୍ୟେକ ୬-୬ ପଏଣ୍ଟ ସହ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ପାକିସ୍ତାନର ନେଟ୍ ରନ୍ ରେଟ୍ -୦.୦୨୪ ଓ ଆଫଗାନିସ୍ତାନର ନକାରାତ୍ମକ -୦.୭୧୮ ରହିଛି । ଏହା ପରେ -୦.୨୭୫ ର ନେଟ୍ ରନ୍ ରେଟ୍ ସହ ଶ୍ରୀଲଙ୍କା ୪ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି ଓ ନେଦରଲ୍ୟାଣ୍ଡ ୪ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି ଓ ଏହାର -୧.୨୭୭ ର ନେଟ୍ ରନ୍ ରେଟ୍ ରହିଛି, ବାଂଲାଦେଶ ୨ ପଏଣ୍ଟ ସହ ନବମ ସ୍ଥାନରେ ରହିଛି ଓ ଏହି ଦଳର ନେଟ୍ ରନ୍ ରେଟ୍ -୧.୪୪୬ ରହିଛି ଓ ଇଂଲଣ୍ଡ ୨ ପଏଣ୍ଟ ଏବଂ -୧.୬୫୨ ର ନେଟ୍ ରନ୍ ହାର ସହିତ ପଏଣ୍ଟ ଟେବୁଲରେ ଦଶମ ସ୍ଥାନରେ ରହିଛି ।