ENG vs PAK: ଛୁଆଟା ଆଗରେ ଆଣ୍ଠୁ ମାଡ଼ି ବସିପଡ଼ିଲା ପୁରା ପାକିସ୍ତାନ ଟିମ, ହେଲା ବ୍ୟାଟିଂ ବିପର୍ଯ୍ୟୟର ଶିକାର
Advertisement

ENG vs PAK: ଛୁଆଟା ଆଗରେ ଆଣ୍ଠୁ ମାଡ଼ି ବସିପଡ଼ିଲା ପୁରା ପାକିସ୍ତାନ ଟିମ, ହେଲା ବ୍ୟାଟିଂ ବିପର୍ଯ୍ୟୟର ଶିକାର

ENG vs PAK: ସେପଟେ ରିହାନଙ୍କ ଏହି ଦମଦାର ଓପନର ଦେଖିବା ପରେ ରିହାନଙ୍କ ବାପା କାନ୍ଦି ପକାଇଥିଲେ। ରିହାନ ମୂଳତଃ ପାକିସ୍ତାନୀ। ତାଙ୍କର ବାପା ନସୀମ ଅହମ୍ମଦ ପୂର୍ବତନ ପାକିସ୍ତାନୀ ବୋଲର ଓ ଅଲରାଉଣ୍ଡ ଥିଲେ। ପରବର୍ତ୍ତି ସମୟରେ ସେ ଇଂଲଣ୍ଡ ଚାଲିଯାଇଥିଲେ। 

ENG vs PAK: ଛୁଆଟା ଆଗରେ ଆଣ୍ଠୁ ମାଡ଼ି ବସିପଡ଼ିଲା ପୁରା ପାକିସ୍ତାନ ଟିମ, ହେଲା ବ୍ୟାଟିଂ ବିପର୍ଯ୍ୟୟର ଶିକାର

ENG vs PAK:  ନୂଆଦିଲ୍ଲୀ: ଇଂଲଣ୍ଡର ୧୮ ବର୍ଷିୟ ବୋଲର ରିହାନ ଅହମ୍ମଦ (Rehan Ahmed) ପାକିସ୍ତାନର (Pakistan) ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ପାକିସ୍ତାନ (Pakistan) ବିପକ୍ଷ ତୃତୀୟ ଟେଷ୍ଟର (Test Match) ତୃତୀୟ ଦିନରେ ରିହାନ ଅହମ୍ମଦଙ୍କ (Rehan Ahmed) ଶାଣିତ ବୋଲିଂ ଆଗରେ ପୁରା ପାକିସ୍ତାନ (Pakistan) ଟିମ ଆଣ୍ଠୁ ମାଡ଼ି ବସି ପଡ଼ିଛି। ରିଆନ ଅହମ୍ମଦଙ୍କ (Rehan Ahmed) ବୋଲିଂ ଦେଖି ପାକିସ୍ତାନର ଦମଦାର ବ୍ୟାଟସମ୍ୟାନ ବାବର ଆଜମ ମଧ୍ୟ ହାତ ଯୋଡ଼ି ପକାଇଛନ୍ତି। ଇଂଲଣ୍ଡର ଏହି ବୋଲରଙ୍କର ଏହା ଥିଲା ପଦାର୍ପଣ ଟେଷ୍ଟ ମ୍ୟାଚ। ସେ ତାଙ୍କର ପ୍ରଥମ ମ୍ୟାଚରେ ହିଁ ୫ଟି ଓ୍ୱିକେଟ ହାତେଇଛନ୍ତି। ଏହା ସହିତ ସେ ୧୪୫ ବର୍ଷର ଟେଷ୍ଟ କ୍ୟାରିୟରରେ ନିଜର ନାଁ ମଧ୍ୟ ସାମିଲ କରିନେଇଥିଲେ। ଏହା ସହିତ ରିହାନ ନିଜର ପଦାର୍ପଣ ମ୍ୟାଚରେ ୫ଟି ଓ୍ୱିକଟେ ହାସଲ କରିବାରେ ସେ ପ୍ରଥମ କନିଷ୍ଠ କ୍ରିକେଟର ଭାବରେ ନିଜର ନାଁକୁ ସାମିଲ କରିନେଇଛନ୍ତି। 

ରିହାନ ଏହା ସହିତ ଅଷ୍ଟ୍ରେଲିୟ ବୋଲର ପାଟ କମିନ୍ସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଦେଇଛନ୍ତି। ଏହା ପୂର୍ବରୁ ସବୁଠାରୁ କନିଷ୍ଠ ବୋଲର ହେବାର ରେକର୍ଡ ପାଟ କମିନ୍ସଙ୍କ ନାଁରେ ରହିଥିଲା। ସେ ମାତ୍ର ୧୮ ବର୍ଷ ୧୯୬ ଦିନରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ଏହି ପଦାର୍ପଣ ମ୍ୟାଚରେ ୫ଟି ଓ୍ୱିକେଟ ହାତେଇଥିଲେ କମିନ୍ସ। ସେହିପରି ରିହାନ ୧୮ ବର୍ଷ ୧୨୮ ଦିନରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଛନ୍ତି। ରିହାନ ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟର ଉଭୟ ଇନିଂସରେ ମୋଟ ୭ଟି ଓ୍ୱିକେଟ ନେଇଛନ୍ତି। ଯାହା ୧୯୩୩ ମସିହା ପରେ ପ୍ରଥମ ଥର ପାଇଁ କୌଣସି ଇଂଲଣ୍ଡ ଖେଳାଳି ଏହି ସଫଳତା ହାତେଇଛନ୍ତି। ୧୯୩୩ ମସିହାରେ ସିଏମ ମାରିଅଟ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୋଟିଏ ମ୍ୟାଚର ଉଭୟ ଇନିଂସରେ ୯୬ ରନ ବିନିମୟରେ ୧୧ଟି ଓ୍ୱିକେଟ ହାତେଇଥିଲେ। 

ତେବେ ରିହାନଙ୍କର ପ୍ରଥମ ଇନିଂସରେ ୮୯ ରନ ଦେଇ ଦୁଇଟି ଓ୍ୱିକେଟ ହାତେଇଥିଲେ। ପାକିସ୍ତାନର ଶକିଲ ଓ ଫହିମ ଅଶରଫଙ୍କର ଓ୍ୱିକେଟ ହାତେଇଥିଲେ। ପରେ ଦ୍ୱିତୀୟ ଇନିଂସରେ ୮୪ ରନ ଦେଇ ପାକ ଅଧିନାୟକ ବାବର ଆଜମ, ଶକିଲ, ମହମ୍ମଦ ରିଜଓ୍ୱାନ, ଅଘା ସଲମାନ ଓ ମହମ୍ମଦ ଓ୍ୱାସିମଙ୍କ ଓ୍ୱିକେଟ ହାତେଇଥିଲେ। ରିହାନଙ୍କ ଏହି ଘାତକ ବୋଲିଂ ଆଗରେ ପାକିସ୍ତାନ ଟିମ ପ୍ରଥମ ଇନିଂସରେ ୫୦ ରନ ଓ ଦ୍ୱିତୀୟ ଇନିଂସରେ ୨୧୬ ରନ ସଂଗ୍ରହ କରିଥିଲେ। ଫଳରେ ଭ୍ରମଣକାରୀ ଦଳକୁ ମାତ୍ର ୧୬୭ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିପାରିଥିଲା। 

ସେପଟେ ରିହାନଙ୍କ ଏହି ଦମଦାର ଓପନର ଦେଖିବା ପରେ ରିହାନଙ୍କ ବାପା କାନ୍ଦି ପକାଇଥିଲେ। ରିହାନ ମୂଳତଃ ପାକିସ୍ତାନୀ। ତାଙ୍କର ବାପା ନସୀମ ଅହମ୍ମଦ ପୂର୍ବତନ ପାକିସ୍ତାନୀ ବୋଲର ଓ ଅଲରାଉଣ୍ଡ ଥିଲେ। ପରବର୍ତ୍ତି ସମୟରେ ସେ ଇଂଲଣ୍ଡ ଚାଲିଯାଇଥିଲେ। 

Also Read: FIFA World Cup: ଆୱାର୍ଡ ଉନ୍ମୋଚନ ପାଇଁ କାହିଁକି ଚୟନ ହେଲେ Deepika Padukone, ଜାଣନ୍ତୁ ବଡ଼ କାରଣ