PAK vs BAN: ବାଂଲାଦେଶକୁ ପରାସ୍ତ କଲା ପାକିସ୍ତାନ; ସେମିଫାଇନାଲ ରେସରୁ ବାଦ୍ ପଡ଼ିଲା ଆଉ ଏକ ଦଳ, ବାବର ଟିମର ଆଶା ଉଜ୍ଜିବିତ!
Advertisement
Article Detail0/zeeodisha/odisha1938676

PAK vs BAN: ବାଂଲାଦେଶକୁ ପରାସ୍ତ କଲା ପାକିସ୍ତାନ; ସେମିଫାଇନାଲ ରେସରୁ ବାଦ୍ ପଡ଼ିଲା ଆଉ ଏକ ଦଳ, ବାବର ଟିମର ଆଶା ଉଜ୍ଜିବିତ!

World Cup 2023: ଲଗାତାର ଚାରିଟି ପରାଜୟ ପରେ ପାକିସ୍ତାନ ବିଶ୍ୱକପ୍ ୨୦୨୩ ତୃତୀୟ ବିଜୟ ପଞ୍ଜିକରଣ କରିଛି । ଏହା ସହିତ ଦଳ ସେମିଫାଇନାଲ ପାଇଁ ରେସରେ ନିଜ ଆଶା ଉଜ୍ଜିବିତ ରଖିଛି ।

PAK vs BAN, World Cup 2023

PAK vs BAN, World Cup 2023: କ୍ରମାଗତ ଚାରିଟି ମ୍ୟାଚ୍ ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ଦଳ ଶେଷରେ ବିଶ୍ୱକପ୍ ୨୦୨୩ ର ତୃତୀୟ ବିଜୟ ହାସଲ କରିଛି । ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚରେ ଦଳ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି । ଏହା ସହିତ ବାଂଲାଦେଶ ଦଳର ବିଶ୍ୱକପ ୨୦୨୩ ସେମିଫାଇନାଲ ଆଶା ଶେଷ ହୋଇଛି । ଯଦିଓ, ଦଳ ପାଖରେ ଦୁଇଟି ମ୍ୟାଚ୍ ବାକି ଅଛି କିନ୍ତୁ ବର୍ତ୍ତମାନ ସେମିଫାଇନାଲ ପାଇଁ କୌଣସି ସୁଯୋଗ ନାହିଁ । ଅନ୍ୟପକ୍ଷରେ, ଏହି ବିଜୟ ସହିତ ସେମିଫାଇନାଲ ପାଇଁ ପାକିସ୍ତାନ ନିଜକୁ ଜୀବନ୍ତ ରଖିଛି, କିନ୍ତୁ ଏହା ବହୁତ କଷ୍ଟସାଧ୍ୟ । ପାକିସ୍ତାନ ନିଜେ ୩୩ ତମ ଓଭରରେ ୩ ୱିକେଟ୍ ହରାଇ ୨୦୫ ରନ୍ ଲକ୍ଷ୍ୟ ହାସଲ କରିଛି ।

ଏପରି ଥିଲା ଆଜିର ମ୍ୟାଚ୍
ଆଜିର ମ୍ୟାଚ୍ ବିଷୟରେ କଥାବାର୍ତ୍ତା କଲେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ୨୦୪ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ଶାହିନ୍ ଆଫ୍ରିଦି ପାକିସ୍ତାନ ପାଇଁ ଚମତ୍କାର ବୋଲିଂ କରି ତିନୋଟି ୱିକେଟ୍ ନେଇଥିଲେ । ମହମ୍ମଦ ୱାସିମ ଜୁନିଅର ମଧ୍ୟ ତିନୋଟି ୱିକେଟ୍ ହାସଲ କରିଥିଲେ । ଏହି ଦୁଇ ବୋଲର ବ୍ୟତୀତ ହରିସ୍ ରାଉଫ୍ ଦୁଇଟି ସଫଳତା ପାଇଥିଲେ । ମହମୁଦୁଲ୍ଲା ଆଜି ବାଂଲାଦେଶ ପାଇଁ ସର୍ବାଧିକ ୫୬ ରନ ସ୍କୋର କରିଥିଲେ । ଏହାର ଜବାବରେ ପାକିସ୍ତାନ ତରଫରୁ ଅବଦୁଲ୍ଲା ଶାଫିକ୍ ୬୮ ରନ୍ ଇନିଂସ ଖେଳିଥିଲେ ଓ ଫଖର ଜମାନ ପାକିସ୍ତାନ ପାଇଁ ୮1 ରନ୍ ସଂଗ୍ରହ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ । ଏହି କାରଣରୁ ପାକିସ୍ତାନ ସହଜରେ ଏହି ମ୍ୟାଚ୍ ଜିତିଥିଲା ।

ପାକିସ୍ତାନ ପାଇଁ ସେମିଫାଇନାଲ ସମୀକରଣ କ’ଣ?
ପାକିସ୍ତାନର ପ୍ରଥମ ବିଜୟ ନେଦରଲ୍ୟାଣ୍ଡ ବିପକ୍ଷରେ ହୋଇଥିବାବେଳେ ଦ୍ୱିତୀୟ ବିଜୟ ଶ୍ରୀଲଙ୍କା ବିପକ୍ଷରେ ହୋଇଥିଲା । ଏହା ପରେ ବର୍ତ୍ତମାନ ପାକିସ୍ତାନ ତୃତୀୟ ବିଜୟ ହାସଲ କରିଛି । ବର୍ତ୍ତମାନ ପାକିସ୍ତାନ ପାଖରେ ୬ ପଏଣ୍ଟ ରହିଛି । ଏଭଳି ପରିସ୍ଥିତିରେ ଯଦି ପାକିସ୍ତାନ ଆଗାମୀ ଦୁଇଟି ମ୍ୟାଚ୍ ଜିତିବ ତେବେ ପାକିସ୍ତାନକୁ ୧୦ ପଏଣ୍ଟ ମିଳିବ । ଅନ୍ୟପକ୍ଷରେ, ଯଦି ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ସେମାନଙ୍କର ସମସ୍ତ ଆଗାମୀ ମ୍ୟାଚ୍ ହାରିଯାଆନ୍ତି, ତେବେ ଉଭୟଙ୍କ ପାଖରେ ମାତ୍ର ୮ ପଏଣ୍ଟ ଲେଖାଁଏ ରହିବ । ଏହି ପରିସ୍ଥିତିରେ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିପାରିବ । କେବଳ ଏତିକି ନୁହେଁ ଆଫଗାନିସ୍ତାନର ପରାଜୟ ପାଇଁ ପାକିସ୍ତାନକୁ ମଧ୍ୟ ପାର୍ଥନା କରିବାକୁ ପଡ଼ିବ ।