Ramiz Raja on India vs Pakistan: 'ଭାରତ ବିନା ପାକିସ୍ତାନ କ୍ରିକେଟ୍ ଶେଷ ହୋଇଯିବ', ଧମକ ମଧ୍ୟରେ PCB ଅଧ୍ୟକ୍ଷଙ୍କ ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha1403224

Ramiz Raja on India vs Pakistan: 'ଭାରତ ବିନା ପାକିସ୍ତାନ କ୍ରିକେଟ୍ ଶେଷ ହୋଇଯିବ', ଧମକ ମଧ୍ୟରେ PCB ଅଧ୍ୟକ୍ଷଙ୍କ ଭିଡିଓ ଭାଇରାଲ

Ramiz Raja on India vs Pakistan: ଜୟ ଶାହଙ୍କ ଏହି ବୟାନ ମଙ୍ଗଳବାର (ଅକ୍ଟୋବର ୧୮) ରେ ଆସିଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବୟାନକୁ ନେଇ ହଙ୍ଗାମା ଜାରି ରହିଛି । ଜୟ ଶାହଙ୍କ ବୟାନ ଉପରେ ତୁରନ୍ତ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ରମିଜ ରାଜା (Ramiz Raja) ଙ୍କ ତରଫରୁ ମଧ୍ୟ କଡ଼ା ବୟାନ ସାମ୍ନାକୁ ଆସିଛି । 

Ramiz Raja on India vs Pakistan: 'ଭାରତ ବିନା ପାକିସ୍ତାନ କ୍ରିକେଟ୍ ଶେଷ ହୋଇଯିବ', ଧମକ ମଧ୍ୟରେ PCB ଅଧ୍ୟକ୍ଷଙ୍କ ଭିଡିଓ ଭାଇରାଲ

Ramiz Raja on India vs Pakistan: ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ମସିହାରେ ପାକିସ୍ତାନରେ ଏସିଆ କପ୍ (Asia Cup 2023) ଆୟୋଜନ ହେବାର ଅଛି । ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ସମସ୍ତ ଦଳଙ୍କୁ ପାକିସ୍ତାନ ଯିବାକୁ ପଡ଼ିବ । କିନ୍ତୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ର ସେକ୍ରେଟେରୀ ଜୟ ଶାହ (Jay Shah) ଟିମ୍ ଇଣ୍ଡିଆ (Team India) ର ପାକିସ୍ଥାନ ଗସ୍ତ (Pakistan Tour) ରେ ଯିବାକୁ ମନା କରି ଦେଇଛନ୍ତି । ଜୟ ଶାହଙ୍କ ଏହି ବୟାନ ମଙ୍ଗଳବାର (ଅକ୍ଟୋବର ୧୮) ରେ ଆସିଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବୟାନକୁ ନେଇ ହଙ୍ଗାମା ଜାରି ରହିଛି । ଜୟ ଶାହଙ୍କ ବୟାନ ଉପରେ ତୁରନ୍ତ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ରମିଜ ରାଜା (Ramiz Raja) ଙ୍କ ତରଫରୁ ମଧ୍ୟ କଡ଼ା ବୟାନ ସାମ୍ନାକୁ ଆସିଛି । 

ପିସିବି (PCB) ଆସନ୍ତା ବର୍ଷ ଭାରତ ଆୟୋଜିତ ହେବାକୁ ଥିବା ଏକ ଦିବସୀୟ ବିଶ୍ୱକପରୁ ପାକିସ୍ତାନର ନାମ ପ୍ରତ୍ୟାହାର କରିବାକୁ ଧମକ ଦେଇଛି । ଏହି ଧମକ ମଧ୍ୟରେ ରମିଜ ରାଜାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରମିଜ ରାଜା କହୁଛନ୍ତି ଯେ, ଭାରତ ବିନା ପାକିସ୍ତାନ କ୍ରିକେଟ୍ କିଛି ନୁହେଁ । ଆଇସିସି (ICC) ଭାରତରୁ ସର୍ବାଧିକ ରାଜସ୍ୱ ପାଇଥାଏ । ଏଭଳି ପରିସ୍ଥିତିରେ ଭାରତ ବିନା ପାକିସ୍ତାନ କ୍ରିକେଟ୍ ଶେଷ ହୋଇଯିବ ।

ଭାଇରାଲ ଭିଡିଓରେ ରମିଜ ରାଜା କହୁଛନ୍ତି ଯେ, " ଆଇସିସିର ୫୦ ପ୍ରତିଶତ ଫଣ୍ଡିଂ ଉପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଚାଲୁଛି । ଆଇସିସି ଫଣ୍ଡିଂ ହେଉଛି ତାହା ଯାହା ସେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥାଏ । ଏଥିରୁ ପ୍ରାପ୍ତ ଟଙ୍କା ନିଜର ସଦସ୍ୟ ଦେଶମାନଙ୍କ ମଧ୍ୟରେ ବାଣ୍ଟି ଥାଏ । ଆଇସିସିକୁ ଫଣ୍ଡିଂର ୯୦ ପ୍ରତିଶତ ଅର୍ଥ ଭାରତୀୟ ବଜାରରୁ ଆସିଥାଏ । ଏହିପରି ଭାବରେ ଭାରତୀୟ ବ୍ୟବସାୟୀକ ଘର ପାକିସ୍ତାନ କ୍ରିକେଟ୍ ଚଳାଉଛନ୍ତି । ଆଗାମୀ ସମୟରେ ଯଦି ଭାରତୀୟ ପ୍ରଧାନମନ୍ତ୍ରୀ ଭାବନ୍ତି ଯେ ଆମେ ପାକିସ୍ତାନକୁ ଅର୍ଥ ପ୍ରଦାନ କରିବୁ ନାହିଁ, ତେବେ ଏହି କ୍ରିକେଟ୍ ବୋର୍ଡ (PCB) ମଧ୍ୟ ଶେଷ ହୋଇପାରେ ।"

ଅଧିକ ପଢ଼ନ୍ତୁ:-ଥରେ ପ୍ରିମିୟମ ଜମା କରି ପାଇପାରିବେ ୧୦ ଗୁଣା ଅଧିକ ଟଙ୍କା, ଜାଣନ୍ତୁ ଏହି ପଲିସିର ଅନ୍ୟାନ୍ୟ ଲାଭ

ଅଧିକ ପଢ଼ନ୍ତୁ:-ହରଭଜନ ସିଂ ବାଛିଲେ ପାକିସ୍ତାନ ବିପକ୍ଷରେ ମହାମୁକାବିଲା ପାଇଁ ଭାରତର ଚୂଡ଼ାନ୍ତ ଏକାଦଶ, ଏହି ୩ ଷ୍ଟାର୍ ଖେଳାଳିଙ୍କୁ ଦେଲେନି ସ୍ଥାନ

ଅଧିକ ପଢ଼ନ୍ତୁ:-'ପାକିସ୍ତାନକୁ ଭାରତ ବିପକ୍ଷରେ ଅକ୍ଟୋବର ୨୩ରେ ଟି-20 ବିଶ୍ୱକପରେ ଖେଳିବା ଉଚିତ ନୁହେଁ'

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଜୟ ଶାହଙ୍କ ବୟାନ ଉପରେ ପିସିବି କହିଛି ଯେ ଏଭଳି ବୟାନ ନିୟମ ବିରୁଦ୍ଧାଚରଣ କରୁଛି । ତୁରନ୍ତ ଏସିଆନ କ୍ରିକେଟ୍ ପରିଷଦର ଏକ ବୈଠକ ଡକାଯିବା ଆବଶ୍ୟକ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଧମକ ଦେଇଛି ଯେ, ଏଭଳି ବୟାନ ଏସିଆନ କ୍ରିକେଟ୍ ଦେଶ ତଥା ଅନ୍ତର୍ଜାତୀୟ କ୍ରିକେଟ୍ ସମ୍ପର୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିପାରେ । ଏହା ବ୍ୟତୀତ ଏହା ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ODI ବିଶ୍ୱକପ କିମ୍ବା ୨୦୩୧ ପର୍ଯ୍ୟନ୍ତ ହେବାକୁ ଥିବା ଅନ୍ୟ କ୍ରିକେଟ୍ ମ୍ୟାଚ୍ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।