PAK vs ENG: ପାକିସ୍ତାନ ଯାଇ ପସିଲା ଇଂଲଣ୍ଡ ଟିମ୍! 'ଅଜ୍ଞାତ ଭୂତାଣୁ'ରେ ପିଡ଼ିତ ଷ୍ଟୋକ୍ସଙ୍କ ସମେତ ୧୪ ଖେଳିଳୀ
Advertisement

PAK vs ENG: ପାକିସ୍ତାନ ଯାଇ ପସିଲା ଇଂଲଣ୍ଡ ଟିମ୍! 'ଅଜ୍ଞାତ ଭୂତାଣୁ'ରେ ପିଡ଼ିତ ଷ୍ଟୋକ୍ସଙ୍କ ସମେତ ୧୪ ଖେଳିଳୀ

Pakistan vs England: ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବାକୁ ଯାଉଛି । ଏହାର ଠିକ୍ ପୂର୍ବରୁ ଇଂଲଣ୍ଡ ଦଳର ୧୪ ଜଣ ଖେଳିଳୀ ଏକ ଅଜଣା ଭୂତାଣୁର ଶିକାର ହୋଇଛନ୍ତି । ପଢ଼ନ୍ତୁ ପୂରା ଖବର...

ସୌ: ସୋସିଆଲ ମିଡିଆ

Pakistan vs England Test Series: ୧ ଡିସେମ୍ବରରୁ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏଥିପାଇଁ ଇଂଲଣ୍ଡ କ୍ରିକେଟ୍ ଚିମ୍ (England cricket team) ପାକିସ୍ତାନରେ ପହଞ୍ଚିଛି । ଏହି ସିରିଜର ଠିକ୍ ପୂର୍ବରୁ ଇଂଲଣ୍ଡ ଦଳ ଉପରେ ସଙ୍କଟର ବାଦଲ ଦେଖାଦେଇଛି । ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ (Ben Stokes) ସମେତ ଦଳର ୧୪ ଜଣ ଖେଳାଳୀ ଏକ ଅଜ୍ଞାତ ଭୂତାଣୁ (unknown virus) ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ରାୱଲପିଣ୍ଡିରେ (Rawalpindi) ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଖେଳାଳିମାନେ ସଂକ୍ରମିତ ହୋଇଥିଲେ ଓ ବର୍ତ୍ତମାନ ସେମାନଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି । 

ଇଂଲଣ୍ଡ ପାଇଁ ଖେଳାଳିମାନେ ସଂକ୍ରମିତ ହେବା ଏକ ଖରାପ ଖବର । ବିବିସି ଏହା ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ବିବିସି ଅନୁଯାୟୀ, ସଂକ୍ରମିତ ୧୪ ଖେଳାଳୀଙ୍କ ମଧ୍ୟରୁ ଅର୍ଦ୍ଧେକ ସହ-କର୍ମଚାରୀ ଅଟନ୍ତି ଓ ଆଉ ଅଧା ବ୍ୟକ୍ତି ଖେଳାଳି ଅଟନ୍ତି । ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଦଳ ପାକିସ୍ତାନରେ ପହଞ୍ଚିଛି । କିନ୍ତୁ ବର୍ତ୍ତମାନ ଖେଳାଳୀ ମାନେ ସଂକ୍ରମଣରେ ପୀଡିତ ହେବା ଏହି ସିରିଜ୍ ପାଇଁ ସଙ୍କଟ ଆଣିଛି । ଏହି ସମସ୍ତ ଖେଳାଳି ଓ ସଦସ୍ୟଙ୍କୁ ହୋଟେଲରେ ବିଶ୍ରାମ ନେବାକୁ ପରାମର୍ଶ କୁହାଯାଇଛି । ଖବର ଅନୁଯାୟୀ, କ୍ୟାପଟେନ ବେନ ଷ୍ଟୋକ୍ସ ମଧ୍ୟ ଏହି ଭୂତାଣୁରେ ଶିକାର ହୋଇଛନ୍ତି ।

'ଆଜ ତକ୍'ରେ ପ୍ରକାଶିତ ଖବର ଅନୁଯାୟୀ ଇଂଲଣ୍ଡ କ୍ରିକେଟ୍ ଦଳର ଅବସ୍ଥା ଖରାପ ରହିଛି । ଦଳର ଅବସ୍ଥା ଏତେ ଖରାପ ହୋଇଛି ଯେ ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ କେବଳ ୫ ଖେଳାଳି ଅଭ୍ୟାସ ପାଇଁ ପହଞ୍ଚି ପାରି ନ ଥିଲେ । ଅସୁସ୍ଥତା ଯୋଗୁଁ ଖେଳାଳିମାନେ ଅଭ୍ୟାସ ପାଇଁ ଆସିପାରିନଥିଲେ । କେଉଁ ଭାଇରସ୍ ଦ୍ୱାରା ଖେଳାଳୀ ସଂକ୍ରମିତ ହୋଇଛନ୍ତି, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଏହି ଭାଇରସ୍ କୋରୋନା ନା ଅନ୍ୟ କିଛି, ତାହାର ସନ୍ଧାନ ଚାଲିଛି ।

ସୂଚନାଯୋଗ୍ୟ, ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୧ ଡିସେମ୍ବରରୁ ରାୱଲପିଣ୍ଡିରେ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ୯ ଡିସେମ୍ବରରୁ ମୁଲତାନରେ ଅନୁଷ୍ଠିତ ହେବ । ଏଥି ସହିତ, ତୃତୀୟ ଓ ଶେଷ ଟେଷ୍ଟ ମ୍ୟାଚ୍ ୧୭ ଡିସେମ୍ବରରୁ କରାଚିରେ ଖେଳାଯିବ । ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଉଭୟ ଦଳ ମଧ୍ୟରେ ୭ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଇଥିଲା ।

ଏହା ବି ପଢ଼ନ୍ତୁ: FIFA World Cup 2022: ଫିଫା ବିଶ୍ୱକପ ୨୦୨୨ ପାଇଁ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ, କାତାର ଅଧିକାରୀ କଲେ ଖୁଲାସା

ଏହା ବି ପଢ଼ନ୍ତୁ: Shashi Tharoor On Sanju Samson: ସଞ୍ଜୁ ସାମସନଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ନ ମିଳିବାରୁ ରାଗିଗଲେ ଶଶି ଥରୁର, ଏହି ଖେଳାଳିଙ୍କୁ କଲେ ଟାର୍ଗେଟ