Sports Odisha: ଓଡିଶା ସରକାର ବିଜୟୀ ଟିମକୁ ଦେଲେ ଦୁଇ କୋଟି ପୁରସ୍କାର, ଏକ ସ୍ବତନ୍ତ୍ର ଷ୍ଟାଡିୟମ୍ ପାଇଁ କଲେ ଘୋଷଣା
Advertisement
Article Detail0/zeeodisha/odisha1341097

Sports Odisha: ଓଡିଶା ସରକାର ବିଜୟୀ ଟିମକୁ ଦେଲେ ଦୁଇ କୋଟି ପୁରସ୍କାର, ଏକ ସ୍ବତନ୍ତ୍ର ଷ୍ଟାଡିୟମ୍ ପାଇଁ କଲେ ଘୋଷଣା

Odisha Juggernaut Won Kho Kho: ଅଲ୍ଟିମେଟ ଖୋ ଖୋ ଲିଗ (Ultimate Kho Kho League)ର ଉଦ୍‌ଘାଟନୀ ସଂସ୍କରଣରେ ଇତିହାସ ସୃଷ୍ଟି କରିଥିବା ଉଦୀୟମାନ ଚାମ୍ପିଅନ ଟିମ୍ ‘ଓଡ଼ିଶା ଜଗରନଟ୍ସ’ (Odisha Juggernaut) ଟିମକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।

Sports Odisha: ଓଡିଶା ସରକାର ବିଜୟୀ ଟିମକୁ ଦେଲେ ଦୁଇ କୋଟି ପୁରସ୍କାର, ଏକ ସ୍ବତନ୍ତ୍ର ଷ୍ଟାଡିୟମ୍ ପାଇଁ କଲେ ଘୋଷଣା

Odisha Juggernaut Won Kho Kho: ଅଲ୍ଟିମେଟ ଖୋ ଖୋ ଲିଗ (Ultimate Kho Kho League)ର ଉଦ୍‌ଘାଟନୀ ସଂସ୍କରଣରେ ଇତିହାସ ସୃଷ୍ଟି କରିଥିବା ଉଦୀୟମାନ ଚାମ୍ପିଅନ ଟିମ୍ ‘ଓଡ଼ିଶା ଜଗରନଟ୍ସ’ (Odisha Juggernaut) ଟିମକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଆଜି  ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସମାରୋହରେ ସେ ବିଜେତା ଦଳକୁ ମୋଟ ୨ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ।

ବିଜୟୀ ଦଳକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି,  ଅଲ୍ଟିମେଟ ଖୋ-ଖୋରେ ବିଜୟ ସହିତ ଏହି ଟିମ୍ ଇତିହାସ ସୃଷ୍ଟି କରିଛି। ଏହାକୁ ସବୁଦିନ ପାଇଁ ସ୍ମରଣ କରାଯିବା ସହ ଆଗାମୀ ଦିନରେ ଏହି ଖେଳ ବିଷୟରେ ଅଧିକ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହ ବିଜୟ ଜୁନିଅର ଖେଳାଳୀ ମାନଙ୍କୁ ଖୋ ଖୋ ଏକ ପେଶାଦାର ଖେଳ ଭାବରେ ଖେଳିବା ପାଇଁ ଆଗକୁ ପ୍ରେରଣା ଯୋଗାଇବ। ଆଜି ଲୋକମାନେ ଅଲ୍ଟିମେଟ ଖୋ ଖୋ ଏବଂ ‘ଓଡ଼ିଶା ଜଗରନଟ୍ସ’ ବିଷୟରେ ଆଲୋଚନା କରୁଛନ୍ତି ଏବଂ ଆମ ଦଳ ପାଇଁ ଆମେ ଅତ୍ୟଧିକ ଗର୍ବିତ ଅନୁଭବ କରୁଛୁ।  ‘ଓଡ଼ିଶା ଜଗରନଟ୍ସ’ ଟିମକୁ ଏବେ ଏକ ଆଦର୍ଶ ଦଳ ଭାବେ ବିବେଚନା କରାଯିବା ସହିତ ଏହି ଦଳ ଆହୁରି ଅନେକ ସଫଳତା ଲାଭ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଏହି ଅବସରରେ ଖୋ ଖୋର ଉତ୍କର୍ଷତା ପାଇଁ ଓଡିଶା ସରକାର ପ୍ରୋତ୍ସାହନ ଯୋଗାଇବାରେ ସମସ୍ତ ସହଯୋଗ କରିବା ସହିତ ଖୋ ଖୋ କ୍ରିଡା ପାଇଁ ଏକ ଷ୍ଟାଡିୟମ ଏବଂ ଖେଳର ବିକାଶ ପାଇଁ ଏକ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ବା ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ଅଲ୍ଟିମେଟ ଖୋ ଖୋର ସିଇଓ ଟେନଜିଙ୍ଗ ନିଓଗି ମୁଖ୍ୟମନ୍ତ୍ରୀଙ୍କ ସମ୍ମାନାର୍ଥେ ଦଳଦୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି।

ଓଡ଼ିଶା ଜଗରନଟ୍ସ ପ୍ରଥମେ ଡିଫେନ୍‌ସ କରିଥିବାବେଳେ ତେଲୁଗୁ ଯୋଦ୍ଧାଜ୍‌ ଆଟାକିଂ କରିଥିଲା। ପ୍ରଥମ ଇନିଂସ ପ୍ରଥମ ଟର୍ନ ଶେଷ ସୁଦ୍ଧା ତେଲୁଗୁ ଯୋଦ୍ଧାଜ ଦୁଇ ପଏଣ୍ଟ ଅଗ୍ରଣୀ ହାସଲ କରିଥିଲା। ତେଲୁଗୁ ଯୋଦ୍ଧାଜ ୧୦ ଓ ଓଡ଼ିଶା ଜଗରନଟ୍‌ସ ୮ ପଏଣ୍ଟ ପାଇଥିଲା। ଦ୍ବିତୀୟ ଟର୍ନରେ ଓଡ଼ିଶା ଜଗରନଟ୍‌ସ ଆଟାକିଂ କରିବା ସହ ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ବିତୀୟ ଟର୍ନରେ ଓଡ଼ିଶା ଜଗରନଟ୍‌ସ ୧୫ପଏଣ୍ଟ ଓ ତେଲୁଗୁ ଯୋଦ୍ଧାଜ ୮ ପଏଣ୍ଟ ପାଇଥିଲା। ଦ୍ବିତୀୟ ଟର୍ନ ଶେଷ ସୁଦ୍ଧା ଓଡ଼ିଶା ଜଗରନଟ୍‌ସ ୩ ପଏଣ୍ଟ ୨୩-୨୦​‌​‌ରେ ଆଗୁଆ ରହିଥିଲା। ଦ୍ବିତୀୟ ଇନିଂସ ପ୍ରଥମ ଟର୍ନରେ ଖେଳ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେଲୁଗୁ ଯୋଦ୍ଧାଜ୍‌ ମ୍ୟାଚକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଥିଲା। ୩ୟ ଟର୍ନରେ ତେଲୁଗୁ ଯୋଦ୍ଧାଜ ୨୧ ଓ ଓଡ଼ିଶା ଜଗରନଟ୍‌ସ ୭ ପଏଣ୍ଟ ପାଇଥିଲା। ୩ୟ ଟର୍ନ ଶେଷ ସୁଦ୍ଧା ତେଲୁଗୁ ଯୋଦ୍ଧାଜ ୧୪ ପଏଣ୍ଟ ୪୧-୨୭ରେ ଆଗୁଆ ରହିଥିଲା। ଅନ୍ତିମ ଟର୍ନରେ ଓଡ଼ିଶା ଜଗରନଟ୍‌ସ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥିଲା। ଉଭୟଙ୍କ ମଧ୍ୟ​‌ରେ ଛକାପଞ୍ଝା ଲାଗି ରହିଥିଲା। ଓଡ଼ିଶା ଜଗରନଟ୍ସ ଏକ ସମୟରେ ୫ ପଏଣ୍ଟ ପଛରେ ରହିଥିଲା। ଖେଳର ଶେଷ ଦୁଇ ମିନିଟ୍‌ରେ ଓଡ଼ିଶା ଜଗରନଟ୍‌ସ ପ୍ରାଣମୂଚ୍ଛା ଉଦ୍ୟମ କରିଥିଲା। ଏକ ସମୟରେ ଓଡ଼ିଶା ଜଗରନଟ୍‌ସ ୪୩-୪୫ ରେ ପଛୁଆ ରହିଥିଲା। ଶେଷ ମିନିଟ୍‌ରେ ଓଡ଼ିଶା ଜଗରନଟ୍ସ ପକ୍ଷରୁ ସୂରଜ ଲାଣ୍ଡେ ୩ ପଏଣ୍ଟ ହାସଲ କରି ମ୍ୟାଚକୁ ୪୬-୪୫ରେ ଜିତିବାରେ ସଫଳ ହୋଇଥିଲା।

ଖୋ ଖୋ ଫେଡେରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ସୁଦର୍ଶନ ମିତ୍ତଲ (Sudhanshu Mittal re-elected as President of Kho Kho Federation of India), ଓଡ଼ିଶା ରାଜ୍ୟ ସରକାର ଖେଳକୁ ଯୋଗାଉଥିବା ଉତ୍ସାହ, ପ୍ରୋତ୍ସାହନ ଏବଂ ସମର୍ଥନକୁ ପ୍ରଶଂସା କରିଛନ୍ତି । ଦେଶର ଅନ୍ୟ ରାଜ୍ୟ ଖୋ ଖୋକୁ ଏଭଳି ସମର୍ଥନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।