ODI World Cup 2023: ଭାରତକୁ ବିଶ୍ୱକପ୍ ଖେଳିବା ପାଇଁ ଆସିବ କି ନାହିଁ ପାକିସ୍ତାନ ଟିମ୍? ଆଇସିସି ଦେଲା ଏହି ଜବାବ
Advertisement

ODI World Cup 2023: ଭାରତକୁ ବିଶ୍ୱକପ୍ ଖେଳିବା ପାଇଁ ଆସିବ କି ନାହିଁ ପାକିସ୍ତାନ ଟିମ୍? ଆଇସିସି ଦେଲା ଏହି ଜବାବ

ICC ODI World Cup 2023: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ (ICC) କନଫର୍ମ କରାଇଛି ଯେ ପାକିସ୍ତାନ ଦଳ ଦିନିକିଆ ବିଶ୍ୱକପ୍ ପାଇଁ ଭାରତ ଗସ୍ତ କରିବ ।

ସୌ: ସୋସିଆଲ ମିଡିଆ

ODI World Cup 2023: ଏସିଆ କପ୍ ଓ ଏକଦିବସୀୟ ବିଶ୍ୱକପକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଜାରି ରହିଛି । ନିକଟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ନଜମ ସେଠୀ ଏକ ବୟାନ ଦେଇ କହିଥିଲେ ଯେ ଯଦି ଭାରତ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରେ କିମ୍ବା ଏସିଆ କପ୍ ଆୟୋଜନ ପାକିସ୍ତାନରୁ ଛଡ଼ାଇ ନିଆଯାଏ, ତେବେ ସେ ତାଙ୍କ ଦଳକୁ ଭାରତ ବିଶ୍ୱକପ ପାଇଁ ଭାରତ ପଠାଇବେ ନାହିଁ ।, କିନ୍ତୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ।

ICC କୁ ନିଶ୍ଚିତ କରିଛି PCB 
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ (ICC) ନିଶ୍ଚିତ କରାଇଛି ଯେ ପାକିସ୍ତାନ ଦଳ ଏକଦିବସୀୟ ବିଶ୍ୱକପ ପାଇଁ ଭାରତ ଗସ୍ତ କରିବ । ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ PCB ର ଏହି ନିଷ୍ପତ୍ତିକୁ '୧୦୦% ସତ୍ୟ' ବୋଲି ବର୍ଣ୍ଣନା କରିଛି ।

୨୭ ମେ'ରେ ODI ବିଶ୍ୱକପକୁ ନେଇ ହେବ ବଡ଼ ନିଷ୍ପତ୍ତି 
ଏହି ସମୟରେ, ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ୨୭ ମେ'ରେ ଅନୁଷ୍ଠିତ ହେବାକୁ ଥିବା ବିସିସିଆଇର ସ୍ୱତନ୍ତ୍ର ସାଧାରଣ ସଭା (SGM) ବିଶ୍ୱକପ୍ ୨୦୨୩ କୁ ଅଧିକାରୀକ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି । ଏହି ଦିନ ODI ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଓ ସ୍ଥାନ ମଧ୍ୟ ପ୍ରକାଶ କରାଯିବ ବୋଲି ଆଶା କରାଯାଉଛି ।

ଅହମ୍ମଦାବାଦରେ ଅନୁଷ୍ଠିତ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍ 
ଖବର ଅନୁଯାୟୀ, ଦିନିକି ବିଶ୍ୱକପ୍ ୫ ଅକ୍ଟୋବର ରୁ ଆରମ୍ଭ ହୋଇ ୧୯ ନଭେମ୍ବରରେ ଶେଷ ହେବାର ସମ୍ଭାବନା ରହିଛି । ବିସିସିଆଇ ଏଥିପାଇଁ ୧୨ଟି ସହରକୁ ଚୟନ କରିଛି । ଓପନିଂ ଓ ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦରେ ଅନୁଷ୍ଠିତ ହୋଇପାରେ । ଏହି ଷ୍ଟାଡିୟମର କ୍ଷମତା ୧ ଲକ୍ଷରୁ ଅଧିକ ଯୋଗୁଁ ବିସିସିଆଇ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମ୍ୟାଚ୍ ଆୟୋଜନ କରିପାରେ ।

ପୂର୍ବରୁ କଣ କହିଥିଲେ PCB ଅଧ୍ୟକ୍ଷ
ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ନଜମ ସେଠୀ ଅଗଷ୍ଟ-ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ 'ହାଇବ୍ରିଡ୍ ମଡେଲ୍'ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପ୍ରସ୍ତାବକୁ ପୁଣି ଥରେ ଦୋହରାଇଛନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ନଜମ ସେଠୀ ଏକ ବୟାନରେ କହିଛନ୍ତି, 'ବିଶ୍ୱକପରେ ପାକିସ୍ତାନ ଭାରତ ଗସ୍ତ କରିବ ନାହିଁ । ଆମେ ଚାହୁଁ ଆମର ବିଶ୍ୱକପ୍ ମ୍ୟାଚ୍ କେବଳ ନିରପେକ୍ଷ ପଡ଼ିଆରେ ଖେଳାଯାଉ । ପିସିବି ମୁଖ୍ୟଙ୍କ କହିବାନୁସାରେ, ପାକିସ୍ତାନରେ କୌଣସି ସୁରକ୍ଷା ସମସ୍ୟା ନାହିଁ।  ଆମେ ଭାରତ ବିପକ୍ଷରେ ନିରପେକ୍ଷ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିପାରିବୁ । ଆମେ ଅନ୍ୟ ଦଳ ବିପକ୍ଷରେ ନିଜ ଘରେ ମ୍ୟାଚ ଖେଳିବୁ । ଆମେ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ।'

ଏହା ବି ପଢନ୍ତୁ: WTC Final 2023: ନିଜ ଗୋଡରେ କୁରାଢ଼ୀ ମାରିଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଛାଡିବ ନାହିଁ ଅଷ୍ଟ୍ରେଲିଆ, ଫାଇନାଲ ଜିତିବା କଷ୍ଟକର!

ଏହା ବି ପଢନ୍ତୁ: Indian Cricket Team Jersey: ଭାରତୀୟ କ୍ରିକେଟ୍ ଦଳର ଜର୍ସି ସବୁବେଳେ ନୀଳ ରଙ୍ଗରେ କାହିଁକି ହୋଇଥାଏ?