NZ vs SL 1st Test: ଶେଷ ବଲରେ ବିଜୟ ଓ ଟାଇ ମଧ୍ୟରେ ଫସିଥିଲା ନ୍ୟୁଜିଲ୍ୟାଣ୍ଡ, ରୋମାଞ୍ଚକର ମ୍ୟାଚରେ ଏମିତି ପଲଟିଲା ବାଜି; ଦେଖନ୍ତୁ ଭିଡିଓ
Advertisement

NZ vs SL 1st Test: ଶେଷ ବଲରେ ବିଜୟ ଓ ଟାଇ ମଧ୍ୟରେ ଫସିଥିଲା ନ୍ୟୁଜିଲ୍ୟାଣ୍ଡ, ରୋମାଞ୍ଚକର ମ୍ୟାଚରେ ଏମିତି ପଲଟିଲା ବାଜି; ଦେଖନ୍ତୁ ଭିଡିଓ

NZ vs SL 1st Test: ଆପଣଙ୍କୁ କହି ରଖୁଛୁ ଯେ, ଟେଷ୍ଟ ମ୍ୟାଚର ଶେଷ ଦିନରେ ନ୍ୟୁଜିଲ୍ୟାଣ୍ଡକୁ ଶେଷ ବଲରେ ଜିତିବା ପାଇଁ ଗୋଟିଏ ରନର ଆବଶ୍ୟକତା ଥିଲା । କେନ୍ ୱିଲିୟମ୍ସନ୍ ଷ୍ଟ୍ରାଇକରେ ଥିଲେ ଓ ଆଗରେ ବୋଲର ଅସୀତା ଫର୍ନାଣ୍ଡୋ ଥିଲେ । କେନ୍ ୱିଲିୟମସନ ବୋଲର ଅସୀତା ଫର୍ନାଣ୍ଡୋଙ୍କ ସଟ ବଲ ଉପରେ ପୁଲ୍ ଶଟ୍ ମାରିବାକୁ ଚେଷ୍ଟା କରିଥିଲେ, ଯାହାକୁ ସେ ଭଲ ଭାବରେ ମାରି ପାରିନଥିଲେ ଏବଂ ବଲ ୱିକେଟ୍ କିପରଙ୍କ ନିକଟକୁ ଯାଇଥିଲା ।

NZ vs SL 1st Test: ଶେଷ ବଲରେ ବିଜୟ ଓ ଟାଇ ମଧ୍ୟରେ ଫସିଥିଲା ନ୍ୟୁଜିଲ୍ୟାଣ୍ଡ, ରୋମାଞ୍ଚକର ମ୍ୟାଚରେ ଏମିତି ପଲଟିଲା ବାଜି; ଦେଖନ୍ତୁ ଭିଡିଓ

New Zealand vs Sri Lanka 1st Test: କ୍ରିକେଟ୍ ହେଉଛି ଏକ ଅନିଶ୍ଚିତତାର ଖେଳ, ଏହାର ଏକ ତାଜା ଉଦାହରଣ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ (NZ vs SL 1st Test Match) ରେ ଦେଖିବାକୁ ମିଳିଛି । ଏହି ଟେଷ୍ଟ ମ୍ୟାଚର ଶେଷ ଦିନରେ ନ୍ୟୁଜିଲ୍ୟାଣ୍ଡ ଶେଷ ବଲରେ ଜିତିଛି । ଆପଣଙ୍କୁ କହି ରଖୁଛୁ ଯେ, ଟେଷ୍ଟ ମ୍ୟାଚର ଶେଷ ଦିନରେ ନ୍ୟୁଜିଲ୍ୟାଣ୍ଡକୁ ଶେଷ ବଲରେ ଜିତିବା ପାଇଁ ଗୋଟିଏ ରନର ଆବଶ୍ୟକତା ଥିଲା । କେନ୍ ୱିଲିୟମ୍ସନ୍ (Kane Williamson) ଷ୍ଟ୍ରାଇକରେ ଥିଲେ ଓ ଆଗରେ ବୋଲର ଅସୀତା ଫର୍ନାଣ୍ଡୋ (Asita Fernando) ଥିଲେ । କେନ୍ ୱିଲିୟମସନ (Kane Williamson) ବୋଲର ଅସୀତା ଫର୍ନାଣ୍ଡୋଙ୍କ ସଟ ବଲ ଉପରେ ପୁଲ୍ ଶଟ୍ ମାରିବାକୁ ଚେଷ୍ଟା କରିଥିଲେ, ଯାହାକୁ ସେ ଭଲ ଭାବରେ ମାରି ପାରିନଥିଲେ ଏବଂ ବଲ ୱିକେଟ୍ କିପରଙ୍କ ନିକଟକୁ ଯାଇଥିଲା ।

ଏଭଳି ପରିସ୍ଥିତିରେ କେନ୍ ୱିଲିୟମସନ (Kane Williamson) ନନ୍-ଷ୍ଟ୍ରାଇକ ଆଡ଼କୁ ଦୌଡ଼ିବା ଆରମ୍ଭ କରିଥିଲେ । ଏଥି ସହିତ ୱିକେଟ୍ କିପର ନନ୍-ଷ୍ଟ୍ରାଇକ୍ ଉପରେ ଥ୍ରୋ ଫିଙ୍ଗିଥିଲେ । ୱିକେଟ୍ କିପରଙ୍କ ଦ୍ୱାରା ଫିଙ୍ଗାଯାଇଥିବା ଥ୍ରୋ ସିଧା ଷ୍ଟମ୍ପକୁ ବାଜି ଥିଲା । କିନ୍ତୁ ଭାଗ୍ୟ ନ୍ୟୁଜିଲ୍ୟାଣ୍ଡ ସହିତ ଥିଲା । ଏକ ମୁହୂର୍ତ୍ତରେ ଲାଗୁଥିଲା ଯେ କେନ୍ ୱିଲିୟମସନ (Kane Williamson) ରନ୍ ଆଉଟ୍ ହୋଇଯାଇଛନ୍ତି ଓ ଶ୍ରୀଲଙ୍କା ଏହି ଟେଷ୍ଟ ଜିତିବାରେ ସଫଳ ହୋଇଛି । ସମସ୍ତ ଖେଳାଳିଙ୍କ ହୃଦୟ ଗତି ଥମି ଯାଇଥିଲା । ଏଭଳି ପରିସ୍ଥିତିରେ ନିଷ୍ପତ୍ତି ତୃତୀୟ ଅମ୍ପାୟାରଙ୍କ ନିକଟକୁ ଯାଇଥିଲା । କିନ୍ତୁ ଟିଭି ରିପ୍ଲେ ଦେଖିବା ପରେ ଏହା ସ୍ପଷ୍ଟ ହୋଇଗଲା ଯେ କେନ୍ ୱିଲିୟମସନ (Kane Williamson) ରନ ଆଉଟ୍ ହେବାରୁ ରକ୍ଷା ପାଇଯାଇଛନ୍ତି । ଏହାସହ ନ୍ୟୁଜିଲ୍ୟାଣ୍ଡ ୨ ୱିକେଟରେ ଏହି ମ୍ୟାଚ ଜିତିବାରେ ସଫଳ ହୋଇଛି ।

ଅଧିକ ପଢ଼ନ୍ତୁ-ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ଶେଷ ହେବା ପୂର୍ବରୁ WTC ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ବିରାଟ କୋହଲିଙ୍କ ବନ୍ଧୁ ଭାରତକୁ ଦେଲେ ଏହି ଖାସ୍ ଗିଫ୍ଟ

ଅଧିକ ପଢ଼ନ୍ତୁ-କର୍ମଚାରୀଙ୍କ ପାଇଁ ଖୁସି ଖବର: ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ଏତେ ଟଙ୍କା

ଅଧିକ ପଢ଼ନ୍ତୁ-ଯେଉଁ କାମ ବିରାଟ-ରୋହିତ-ସ୍ମିଥଙ୍କ ପରି ଦିଗ୍ଗଜମାନେ କରିପାରି ନାହାଁନ୍ତି, ସେହି କାମ କରିଦେଖାଇଛନ୍ତି କେଏସ୍ ଭରତ

ଏହି ମ୍ୟାଚରେ ଶ୍ରୀଲଙ୍କା ୨୮୫ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଆୟୋଜକ ଦଳ ୭୦ ଓଭରରେ ୮ ୱିକେଟ ହରାଇ ୨୮୫ ରନର ଲକ୍ଷ୍ୟ ପୂରା କରିନେଇଥିଲା । ପଞ୍ଚମ ଦିନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବର୍ଷା ଯୋଗୁଁ ଖେଳାଯାଇ ପାରି ନଥିଲା, କିନ୍ତୁ ଯେତେବେଳେ ଖେଳ ଆରମ୍ଭ ହେଲା, କେନ୍ ୱିଲିୟମ୍ସନ୍ ଓ ଡ୍ୟାରିଲ୍ ମିଚେଲ ଚମତ୍କାର ବ୍ୟାଟିଂ କରିଥିଲେ । ଶତକରୁ ବଞ୍ଚିତ ହୋଇଥିବା ମିଚେଲ ୮୬ ବଲରେ ୮୧ ରନ ସଂଗ୍ରହ କରିଥିଲେ । ତାଙ୍କର ଏହି ଇନିଂସରେ ୩ ଚୌକା ଓ ୪ ଛକା ସାମିଲ ଥିଲା । ଟମ ଲାଥାମ ୨୪ ଓ ହେନେରୀ ନିକୋଲ୍ସ ୨୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଚମତ୍କାର ବ୍ୟାଟିଂ କରି ପୂର୍ବତନ ଅଧିନାୟକ କେନ୍ ୱିଲିୟମସନ ନିଜର ୨୭ତମ ଟେଷ୍ଟ ଶତକ ହାସଲ କରିଥିଲେ ।