NZ vs SL: ଭାରତ ପାଇଁ ବିପଦର ଘଣ୍ଟି! ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ମଜବୁତ ସ୍ଥିତିରେ ପହଞ୍ଚିଲା ଶ୍ରୀଲଙ୍କା
Advertisement
Article Detail0/zeeodisha/odisha1603899

NZ vs SL: ଭାରତ ପାଇଁ ବିପଦର ଘଣ୍ଟି! ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ମଜବୁତ ସ୍ଥିତିରେ ପହଞ୍ଚିଲା ଶ୍ରୀଲଙ୍କା

WTC Final: ଟିମ୍ ଇଣ୍ଡିଆ ଯଦି ଅହମ୍ମଦାବାଦ ଟେଷ୍ଟ ନ ଜିତେ ଓ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡକୁ କ୍ଲିନ୍ ସୁଇପ୍ କରେ, ତେବେ ଶ୍ରୀଲଙ୍କା ଦଳ ଭାରତ ବଦଳକୁ ପଛରେ ପକାଇ WTC ଫାଇନାଲରେ ପ୍ରବେଶ କରିବ ।

ସୌ: ସୋସିଆଲ ମିଡିଆ

NZ vs SL, 1st Test: ନ୍ୟୁଜିଲ୍ୟାଣ୍ଡରେ (New Zealand) ଚାଲିଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା (Sri Lankan) ପେସର୍ ନ୍ୟୁଜିଲ୍ୟାଣ୍ଡକୁ ଚାପରେ ରଖିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ (WTC Final) ଦୃଷ୍ଟିରୁ ଏହି ସିରିଜ୍ (SL vs NZ Test Series) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖ୍ରୀଷ୍ଟଚର୍ଚ୍ଚର ହାଗଲି ଓଭାଲରେ (Hagley Oval) ପ୍ରଥମ ଇନିଂସରେ ୩୫୫ ସ୍କୋର କରିବା ପରେ, ଶ୍ରୀଲଙ୍କା ଦ୍ୱିତୀୟ ଦିନର ଖେଳ ଶେଷସୁଦ୍ଧା ୬୩ ଓଭରରେ କରି କିୱି ଦଳର ୫ ବଡ଼ ୱିକେଟ୍ ହାସଲ କରିନେଇଛି । ଦ୍ୱିତୀୟ ଦିନ ଶେଷସୁଦ୍ଧା ନ୍ୟୁଜିଲ୍ୟାଣ୍ଡର ୫ ୱିକେଟ୍ ହରାଇ ୧୬୨ ରନ୍ ସ୍କୋର କରିଛି ।

ଶ୍ରୀଲଙ୍କା ଦଳ ଯଦି ଏହି ଟେଷ୍ଟ ମ୍ୟାଚରେ ବିଜୟୀ ହୁଏ ଓ ପରବର୍ତ୍ତୀ ଟେଷ୍ଟରେ ମଧ୍ୟ ନିଜର ଭଲ ପ୍ରଦର୍ଶନ ବଜାୟ ରଖେ, ତେବେ ଟିମ୍ ଇଣ୍ଡିଆ ଅସୁବିଧାରେ ପଡ଼ିପାରେ । ବିଶ୍ୱ ଚାମ୍ପିଅନସିପ୍ ଖେଳିବା ପାଇଁ ଶ୍ରୀଲଙ୍କାକୁ ଏହି ସିରିଜକୁ ସ୍ୱିପ୍ କରିବା ଆବଶ୍ୟକ । ଟିମ୍ ଇଣ୍ଡିଆ ଯଦି ଅହମ୍ମଦାବାଦ ଟେଷ୍ଟ ନ ଜିତେ ଓ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡକୁ କ୍ଲିନ୍ ସୁଇପ୍ କରେ, ତେବେ ଶ୍ରୀଲଙ୍କା ଦଳ ଭାରତ ବଦଳକୁ ପଛରେ ପକାଇ WTC ଫାଇନାଲରେ ପ୍ରବେଶ କରିବ ।

ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟର ପ୍ରଥମ ଦିନରେ ଶ୍ରୀଲଙ୍କା ୬ ୱିକେଟ୍ ହରାଇ ୩୦୫ ରନ୍ ସଂଗ୍ରହ କରିଥିଲା । ଶ୍ରୀଲଙ୍କା ପକ୍ଷରୁ କୁସାଲ ମେଣ୍ଡିସ ୮୭, ଡିମୁଥ କରୁଣାତ୍ନେ ୫୦, ଆଞ୍ଜେଲୋ ମାଥ୍ୟୁସ ୪୭ ଓ ଦୀନେଶ ଚାନ୍ଦିମାଲ ୩୯ ର ଇନିଂସ ଖେଳିଥିଲେ । ଦ୍ୱିତୀୟ ଦିନରେ ଲଙ୍କା ଦଳ ନିଜ ସ୍କୋରରେ ଅଧିକ ରନ୍ ଯୋଡିପାରି ନଥିଲା ଓ ଖୁବ୍ ଶୀଘ୍ର ଆଉଟ୍ ହୋଇଯାଇଥିଲା । ନ୍ୟୁଜିଲ୍ୟାଣ୍ଡ ପାଇଁ ଟିମ ସାଉଥୀ ୫ ୱିକେଟ୍ ଓ ମ୍ୟାଟ ହେନେରୀ ୪ ୱିକେଟ୍ ନେଇଥିଲେ ।

ଏହା ପରେ ଶ୍ରୀଲଙ୍କା ବୋଲରମାନେ ଆଶ୍ଚର୍ଯ୍ୟଜନକ ଭାବେ ବୋଲିଂ କରିଥିଲେ । କିୱି ଓପନିଂ ଯୋଡି ପ୍ରଥମ ୱିକେଟ୍ ପାଇଁ ୬୭ ରନ୍ ଯୋଡିଥିଲେ । ଏଠାରେ ଦେବନ୍ କନୱେ ୩୦ କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ । ଏହି ପାର୍ଟନରସିପ୍ ଭାଙ୍ଗିବା ମାତ୍ରେ କେନ୍ ୱିଲିୟମ୍ସନ୍ ୧ ଓ ହେନେରୀ ନିକୋଲସ୍ ୨ ମଧ୍ୟ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ଦ୍ୱିତୀୟ ଦିନରେ ଷ୍ଟମ୍ପ୍ କରି କିୱି ଦଳ ୫ ୱିକେଟ୍ ହରାଇ ୧୬୨ ରନ୍ ସ୍କୋର କରିଛି । ଶ୍ରୀଲଙ୍କା ପାଇଁ ଅସୀତା ଫର୍ନାଣ୍ଡୋ ଓ ଲାହିରୁ କୁମାରା ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ, କାସୁନ୍ ରାଜିତା ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ: IND vs AUS: ପ୍ରଥମ ଦିନିକିଆରୁ ବାଦ ପଡିବେ ରୋହିତ! ନୂଆ ଖେଳାଳି ହେବେ କ୍ୟାପଟେନ୍, ଟିମ୍ ଇଣ୍ଡିଆକୁ ନେଇ ଆସିଲା ବଡ଼ ଅପଡେଟ୍