Mitchell Santner On IND vs NZ 2nd T20: ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଦ୍ୱିତୀୟ ଟି-20ରେ ପରାଜୟ ପାଇଁ ଏହାକୁ କଲେ ଦାୟୀ
Advertisement

Mitchell Santner On IND vs NZ 2nd T20: ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଦ୍ୱିତୀୟ ଟି-20ରେ ପରାଜୟ ପାଇଁ ଏହାକୁ କଲେ ଦାୟୀ

IND vs NZ 2nd T20: ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା । ୧୦୦ ରନର ଟାର୍ଗେଟକୁ ପୂରଣ କରିବାକୁ ବି ଭାରତୀୟ ଦଳକୁ ୧୯.୫ ଓଭର ଲାଗିଥିଲା । ଏହାପୂର୍ବରୁ ଭାରତକୁ ରାଞ୍ଚି ଟି-20ରେ ୨୧ ରନରେ ପରାସ୍ତ ହେବାକୁ ପଡିଥିଲା । ବର୍ତ୍ତମାନ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଫେବୃଆରୀ ୨ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

Mitchell Santner On IND vs NZ 2nd T20: ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଦ୍ୱିତୀୟ ଟି-20ରେ ପରାଜୟ ପାଇଁ ଏହାକୁ କଲେ ଦାୟୀ

Mitchell Santner On India vs New Zealand 2nd T20: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (India vs New Zealand T20 Series) ର ଦ୍ୱିତୀୟ ମ୍ୟାଚ୍ (IND vs NZ 2nd T20) ଗତକାଲି ଅର୍ଥାତ୍ ଜାନୁଆରୀ ୨୯ରେ ଖେଳାଯାଇଥିଲା । ଏହି ମ୍ୟାଚକୁ ଭାରତୀୟ ଦଳ ୬ଟି ୱିକେଟରେ ଜିତିଛି । ଏହି ବିଜୟ ସହିତ ଭାରତ (Indian Cricket Team) ସିରିଜରେ ୧-୧ରେ ବରାବର କରିନେଇଛି । ତେବେ ଏହି ମ୍ୟାଚ୍ ଜିତିବା ପାଇଁ ଭାରତକୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥିଲା । ସେପଟେ ଏହି ସମୟରେ ମ୍ୟାଚ୍ ହାରିଯିବା ପରେ କିୱି ଦଳର ଅଧିନାୟକ ( New Zealand Captain) ମିଚେଲ ସାଣ୍ଟନର୍ (Mitchell Santner) ପିଚକୁ ପରାଜୟ ପାଇଁ ଦାୟୀ କରିଛନ୍ତି । ମିଚେଲ ସାଣ୍ଟନର୍ ପ୍ରେଜେଣ୍ଟେଶନ୍ ସମୟରେ ଏକ ବଡ ବୟାନ ମଧ୍ୟ ଦେଇଛନ୍ତି ।

ଏହି ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ (IND vs NZ) ମଧ୍ୟରେ ଏକ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା ।​ ଶେଷ ଓଭରରେ ଟିମ୍ ଇଣ୍ଡିଆ (Team India)  ଏହି ମ୍ୟାଚକୁ ୬ ୱିକେଟରେ ଜିତିଛି । ଯଦି ନ୍ୟୁଜିଲ୍ୟାଣ୍ଡ ଦଳ ଆହୁରି ୧୦-୧୫ ରନ୍ କରିଥାନ୍ତେ, ତେବେ ଭାରତ ମ୍ୟାଚ୍ ହାରିଥାନ୍ତା । ଏହି ସମୟରେ କିୱି ଦଳର ଅଧିନାୟକ ମିଚେଲ ସାଣ୍ଟନର୍ (Mitchell Santner) ଏକ ବଡ଼ ବୟାନ ଦେଇ ପରାଜୟ ପାଇଁ ପିଚ୍କୁ ଦାୟୀ କରିଛନ୍ତି । 

ମିଚେଲ ସାଣ୍ଟନର୍ (Mitchell Santner) କହିଛନ୍ତି ଯେ, "ଏହା କ୍ରିକେଟର ଏକ ଭଲ ଖେଳ ଥିଲା । ଏହାକୁ ଏତେ ନିକଟତର କରିବାକୁ ବୋଲରଙ୍କ ତରଫରୁ ଚମତ୍କାର ପ୍ରୟାସ ଥିଲା । ଯଦି ଆମକୁ ୧୦ କିମ୍ବା ୧୫ ଅତିରିକ୍ତ ରନ୍ ମିଳିଥାନ୍ତା, ଆମେ ଏହି ମ୍ୟାଚ୍ ଜିତିଥାନ୍ତେ । ମ୍ୟାଚକୁ ଲାଇନରେ ଆଣିବା ପାଇଁ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଓ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଶାନ୍ତ ରହିବା ଯଥେଷ୍ଟ ଭଲ ଥିଲା । ଆମେ ସ୍ପିନ୍ ବୋଲିଂ କରି ୧୬ କିମ୍ବା ୧୭ ଓଭର ପକାଇଛୁ, ଏହା ନିଶ୍ଚିତ ଭାବରେ କିଛି ଅଲଗା ଥିଲା । ବାଉନ୍ସ ସହିତ ଏହା ଚ୍ୟାଲେଞ୍ଜିଂ ଦେଖାଯାଉଥିଲା । ଆପଣ ନିଶ୍ଚିତ ନ ଥିଲେ କି କ’ଣ ଭଲ ସ୍କୋର ହେବ । ୧୨୦ ଏକ ଭଲ ସ୍କୋର ହୋଇପାରେ । ରୋଟେଶନର ପାର୍ଥକ୍ୟ ହୋଇପାରେ ।"

କିୱି ଦଳର ଅଧିନାୟକ ମିଚେଲ ସାଣ୍ଟନର୍ (Mitchell Santner) ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇନାହିଁ । ଭ୍ରମଣକାରୀ ଦଳ କେବଳ ମ୍ୟାଚରେ ୯୯ ରନ୍ କରିପାରଥିଲା । ଫଳରେ ଭାରତ ସାମ୍ନାରେ ୧୦୦ ରନର ଲକ୍ଷ୍ୟ ରହିଥିଲା । ଏହାର ଜବାବରେ ଭାରତୀୟ ଦଳକୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡ଼ିଲା ।

ଅଧିକ ପଢ଼ନ୍ତୁ:-ନବ ଦାସଙ୍କ ସମ୍ମାନରେ ରାଜ୍ୟ ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ପିଲାଦିନେ ବାପା ଚାଲିଗଲା, ସାପ କାମୁଡ଼ିବାରୁ ଭାଇଙ୍କର ମୃତ୍ୟୁ; ବର୍ତ୍ତମାନ ୧୮ ବର୍ଷ ବୟସରେ ଭାରତକୁ ଜିତାଇଲେ ବିଶ୍ୱକପ

ଅଧିକ ପଢ଼ନ୍ତୁ:-କୌଣସି ପ୍ରକାରେ ଜିତିଲା ଟିମ୍ ଇଣ୍ଡିଆ, ମ୍ୟାଚ୍ ପରେ ଏହି ବ୍ୟକ୍ତିଙ୍କ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା!

 

ଏଠାରେ କହି ରଖୁଛୁ ଯେ, ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରି ସିରିଜକୁ ୧-୧ରେ ବରାବର କରିନେଇଛି । ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା । ୧୦୦ ରନର ଟାର୍ଗେଟକୁ ପୂରଣ କରିବାକୁ ବି ଭାରତୀୟ ଦଳକୁ ୧୯.୫ ଓଭର ଲାଗିଥିଲା । ଏହାପୂର୍ବରୁ ଭାରତକୁ ରାଞ୍ଚି ଟି-20ରେ ୨୧ ରନରେ ପରାସ୍ତ ହେବାକୁ ପଡିଥିଲା । ବର୍ତ୍ତମାନ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଫେବୃଆରୀ ୨ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।