IND vs BAN: ୫ ଦିନ ବି ଚାଲିବନି ଦ୍ୱିତୀୟ ଟେଷ୍ଟ, କାହିଁକି ଏମିତି କହିଦେଲେ ଓ୍ୱାସିମ ଜାଫର
Advertisement
Article Detail0/zeeodisha/odisha1496811

IND vs BAN: ୫ ଦିନ ବି ଚାଲିବନି ଦ୍ୱିତୀୟ ଟେଷ୍ଟ, କାହିଁକି ଏମିତି କହିଦେଲେ ଓ୍ୱାସିମ ଜାଫର

IND vs BAN: ଆଜି ଠାରୁ ଆରମ୍ଭ ହୋଇଛି ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ। ଟସ ଜିତି ବ୍ୟାଟିଂ କରିଛି ଘରୋଇ ବାଂଲାଦେଶ। ପ୍ରଥମ ଇନିଂସରେ ବେଶ୍ ନିରାଶ ହୋଇଛି ଘରୋଇ ଦଳ। ଭ୍ରମଣକାରୀ ଦଳର ବୋଲରଙ୍କ ଶାଣିତ ବୋଲିଂ ଫଳରେ ୩୦୦ ବି ଡେଇଁ ପାରିନି ଘରୋଇ ଦଳ। ଏହାରି ମଧ୍ୟରେ ପୂର୍ବତନ କ୍ରିକେଟର ଓ୍ୱାସିମ ଜାଫର ଘରୋଇ ଦଳ ଜିତିବା ନେଇ ଏକ ପ୍ରକାର ଦାବି କରିଛନ୍ତି। କଣ କହିଛନ୍ତି ପଢନ୍ତୁ ପୁରା ରିପୋର୍ଟ...

IND vs BAN: ୫ ଦିନ ବି ଚାଲିବନି ଦ୍ୱିତୀୟ ଟେଷ୍ଟ, କାହିଁକି ଏମିତି କହିଦେଲେ ଓ୍ୱାସିମ ଜାଫର

IND vs BAN:ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ (IND vs BAN) ମଧ୍ୟରେ ଅନ୍ତିମ ତଥା ଦ୍ୱିତୀୟ ଟେଷ୍ଟ (2nd Test) ଢାକା ଷ୍ଟାଡ଼ିୟମରେ (Dhaka Stadium) ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ (Bangladesh) ଟସ ଜିତି ବ୍ୟାଟିଂ ଜାରି ରଖିଛି। ତେବେ ଏହି ମ୍ୟାଚ ଆରମ୍ଭ ପୂର୍ବରୁ ପୂର୍ବତନ ବ୍ୟାଟ୍ସମ୍ୟାନ ଓ୍ୱସିମ ଜାଫର (Wasim Zafar) ବହୁତ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଜାଫର (Wasim Zafar) କହିଛନ୍ତି କି ଏହି ମ୍ୟାଚ ୫ ଦିନ ପର୍ଯ୍ୟନ୍ତ ଚାଲି ପାରିବ ନାହିଁ। ଏହା ପୂର୍ବରୁ ଏହି ମ୍ୟାଚ ଶେଷ ହେବ। ଇଏସପିଏନ କ୍ରିକଇନଫୋକୁ (ESPN Cricinfo) ସାକ୍ଷାତକାର ଦେଇ କହିଥିଲେ କି ମୀରପୁର (Mirpur) ପିଚ ଚଟ୍ଟୋଗ୍ରାମ ଅପେକ୍ଷା ବୋଲରଙ୍କୁ ଅଧିକ ସୁହାଇବ। ଏହି କାରଣରୁ ମ୍ୟାଚ ଖୁବ ଶୀଘ୍ର ଶେଷ ହୋଇଯିବ। ଜାଫର (Wasim Zafar) ଆହୁରି ମଧ୍ୟ କହିଥିଲେ କି ମୀରପୁରରେ ଘରୋଇ ଦଳର ଦୁଇ ଜଣ ପେସର ଏବଂ ସ୍ପିନରଙ୍କ ରଣନୀତି ବେଶ କାମ କରିବ। ଫଳରେ ଏହି ଦ୍ୱିତୀୟ ଟେଷ୍ଟ ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉନାହିଁ।

ଏହି ମ୍ୟାଚର ପ୍ରଥମ ଦିନରେ ବାଂଲାଦେଶ ୨୨୭ ରନରେ ଅଲଆଉଟ ହୋଇଯାଇଛି। ଦଳ ପକ୍ଷରୁ ମୋଇମୁଲ ହକ ସର୍ବାଧିକ ୮୪ ରନ କରିଛନ୍ତି। ନଜମୁଲ ହୋସେନ ୨୪, ଜାକିର ହାସନ ୧୫, ସାକିବ ଅଲ ହାସନ ୧୬, ମୁସଫିକର ରହିମ ୨୬, ଲିଟନ ଦାସ ୨୫ ରନ, ହାସନ ମିରାଜ ୧୫ ରନ କରିଥିଲେ। ଭାରତ ପକ୍ଷରୁ ଉମେଶ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନ ୪ଟି ଲେଖାଏଁ ଓ୍ୱିକେଟ ନେଇଥିବା ବେଳେ ଜୟଦେବ ଉନାଦକତ ୨ଟି ଓ୍ୱିକେଟ ହାତେଇଥିଲେ। ବାଂଲାଦେଶ ଆଉଟ ହୋଇଯିବା ପରେ ଭାରତ ତାର ପ୍ରଥମ ପାଳି ଖେଳିବା ଆରମ୍ଭ କରିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା କେଏଲ ରାହୁଲ ଓ ଶୁବମନ ଗିଲ ପାଳି ଆରମ୍ଭ କରିଛନ୍ତି। ଉଭୟ ବର୍ତ୍ତମାନ ମୈଦାନରେ ଅପରାଜିତ ରହିଛନ୍ତି। କେଏଲ ରାହୁଲ ୩ ରନ କରି ଅପରାଜିତ ରହିଥଇବା ବେଳେ ଶୁବମନ ଗିଲ ୧୪ ରନ କରିଛନ୍ତି। ଗୋଟିଏ ଚୌକା ଓ ଗୋଟିଏ ଛକ୍କା ବଳରେ ଶୁବମନ ୧୪ ରନ କରି ଅପରାଜିତ ରହିଛନ୍ତି। 

Also Read: ୨୦୨୨ ମସିହାରେ କରିପାରିଲେନି ଏହି କାମ, ଭାଙ୍ଗିଗଲା ରୋହିତ ଶର୍ମାଙ୍କ ୯ ବର୍ଷର ରେକର୍ଡ

ଉଲ୍ଲେଖଯୋଗ୍ୟ ଓ୍ୱାର୍ଲଡ ଟେଷ୍ଟ ଚାମ୍ପିଅନସିପକୁ ଧ୍ୟାନରେ ରଖି ଭାରତ ଏହି ମ୍ୟାଚ ବିଜୟ ହାସଲ କରିବା ପାଇଁ ପ୍ରୟାସ କରିବ। ଏହା ସହିତ ସିରିଜକୁ କ୍ଲିନ ସୁଇପ କରିବାକୁ ପ୍ରୟାସ କରିବ। ସେହିପରି ବାଂଲାଦେଶ ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିବା ପରେ ଏହି ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିବାକୁ ମଧ୍ୟ ପ୍ରୟାସ କରିବ। ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ଠାରୁ ୧୮୮ ରନରେ ପରାଜୟ ବରଣ କରିଥିଲା ଫଳରେ ଭାରତ ବର୍ତ୍ତମାନ ୧-୦ ଗୋଲରେ ଆଗୁଆ ରହିଛି। 

ସୂଚନାଯୋଗ୍ୟ ବାଂଲାଦେଶ ଟିମ ଆଜି ପର୍ଯ୍ୟନ୍ତ ଭାରତ ବିପକ୍ଷରେ କୌଣସି ଟେଷ୍ଟ ମ୍ୟାଚ ଜିତି ପାରିନାହିଁ। ସେପଟେ ଭାରତୀୟ ଦଳ ଏହି ଟେଷ୍ଟ ମ୍ୟାଚରେ ପରାଜୟ ବରଣ କରିବାର ସମ୍ଭାବନା ବହୁତ କମ। ଯଦି  ସେଭଳି ବିପର୍ଯ୍ୟୟ ନ ଘଟେ ତେବେ ପରାଜୟ ବରଣ କରିବା ଏକ ପ୍ରକାର ଅସମ୍ଭବ। ଯଦି ବି ପରାଜୟ ବରଣ କରେ ତେବେ ସିରିଜ ୧-୧ରେ ବରାବର ରହିବ। ବର୍ତ୍ତମାନ ଭାରତୀୟ ଟିମ ପୁରା ଫର୍ମ ରହିଛି। ମିରପୁର ପିଚରେ ମ୍ୟାଚର ତୃତୀୟ ଦିନରେ ସ୍ପିନର୍ସଙ୍କ ବଲ ବେଶ ଦମଦାର କାର୍ଯ୍ୟ କରିବ। ସେହିପରି କୁଳଦୀପ ଯାଦବ, ଅକ୍ଷର ପଟେସ ଓ ରବିଚନ୍ଦ୍ରନ ଅଶ୍ୱିନ ବାଂଲାଦେଶ ବ୍ୟାଟସମ୍ୟାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। 

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ ମିରପୁରର ଶେର-ଏ-ବାଂଲା ଷ୍ଟାଡ଼ିୟମରେ ଖେଳାଯିବ। ଏଠାରେ ଭାରତୀୟ ସମୟ ଅନୁସାରେ ସକାଳ ୯ଟାରେ ମ୍ୟାଚ ଆରମ୍ଭ ହେବ। ଭାରତୀୟ ପ୍ରଶଂସକମାନେ ସୋନି ସ୍ପୋର୍ଟସ ନେଟଓ୍ୱାର୍କରେ ମ୍ୟାଚର ଲାଇଭ ଦେଖିପାରିବେ। ଭାଇଭ ଷ୍ଟ୍ରିମିଂ ପାଇଁ ଆପଣଙ୍କୁ ସୋନି ଲିଭ (Sony Live) ଆପ ଡାଉନଲୋଡ଼ କରିବାକୁ ହେବ। ଏହା ସହିତ ଏଥିରେ ଆପଣ ସବସ୍କ୍ରିପସନ ନେବାକୁ ହେବ। 

Also Read: BCCI ବୈଠକରେ ରୋହିତ ଶର୍ମାଙ୍କ ଉପରେ ବଡ଼ ଆକ୍ସନ, ଅଧିନାୟକତ୍ୱ ଛଡ଼ାଇ ନେଇ ଏହି ଦିଗ୍ଗଜଙ୍କୁ ଦେଲେ ଦାୟିତ୍ୱ!