Hockey World Cup 2023: ଆରମ୍ଭ ହେଲା ହକିମହାକୁମ୍ଭ, ଜାଣନ୍ତୁ କେଉଁଠି ଓ କେତେବେଳେ ଦେଖିବେ ଲାଇଭ ମ୍ୟାଚ
Advertisement

Hockey World Cup 2023: ଆରମ୍ଭ ହେଲା ହକିମହାକୁମ୍ଭ, ଜାଣନ୍ତୁ କେଉଁଠି ଓ କେତେବେଳେ ଦେଖିବେ ଲାଇଭ ମ୍ୟାଚ

Men’s Hockey World Cup 2023 Live Streaming: ଆଜିଠୁ ଆରମ୍ଭ ହେଉଛି ହକି ମହାକୁମ୍ଭ। ଏଥିପାଇଁ ତମାମ ରାଜ୍ୟ ଏକ ପ୍ରକାର ଉତ୍ସବ ମୁଖର। ତେବେ ଏହି ଟୁର୍ଣ୍ଣାମେଣ୍ଟର ଲାଇଭ ମ୍ୟାଚ କେଉଁଠି ଦେଖିବେ ପଢନ୍ତୁ ପୁରା ରିପୋର୍ଟ...

Hockey World Cup 2023: ଆରମ୍ଭ ହେଲା ହକିମହାକୁମ୍ଭ, ଜାଣନ୍ତୁ କେଉଁଠି ଓ କେତେବେଳେ ଦେଖିବେ ଲାଇଭ ମ୍ୟାଚ

Men’s Hockey World Cup 2023 Live Streaming: ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ହକି ମହାକୁମ୍ଭ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର (Bhubaneswar) ଓ ଷ୍ଟିଲ ସିଟି (Steel City) ରାଉରକେଲାରେ (Rourkela) ଖେଳାଯିବ ବିଶ୍ୱକପର ୧୫ତମ ସଂସ୍କରଣର ସମସ୍ତ ମ୍ୟାଚ। ଏଥିପାଇଁ ଦୁଇ ସହରରେ ଏବେ ହକି ଫିଭର। ଦୁଲୁକୁଛି ଦୁଇ ସହର। ଏହି ବିଶ୍ୱକପ (Hockey World Cup) ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ସହରରେ ଖେଳାଯିବ। ମୋଟ ୧୬ଟି ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଛନ୍ତି। ତେବେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ (Hockey Tournament) ଇତିହାସକୁ ପୁଣିଥରେ ଦୋହରାଇବା ଲକ୍ଷ୍ୟରେ ଭାରତ (India) ରହିଛି। ଶେଷଥର ପାଇଁ ଭାରତ ୧୯୭୫ ମସିହାରେ ବିଶ୍ୱକପ ହାତେଇ ଇତିହାସ ସୃଷ୍ଚି କରିଥିଲା। 

୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ ଭୁବନେଶ୍ୱରରେ ଖେଳାଯାଇଥିବା ବିଶ୍ୱକପ। ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଛି। ଗତ ଥର ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ନେଦରଲ୍ୟାଣ୍ଡଠାରୁ ପରାଜୟ ବରଣ କରି ଷଷ୍ଠ ସ୍ଥାନରେ ରହିଥିବା ଭାରତ। ୨୦୨୩ରେ ଭାରତ ଏକ ଦମଦାର ଆରମ୍ଭ କରିବାକୁ ଆଶା ରଖିଛି। ଏହା ସହିତ ସେ ବିଶ୍ୱବିଜେତା ହେବା ଲକ୍ଷ୍ୟରେ ଫିଲ୍ଡକୁ ଓହ୍ଲାଇବା ଲକ୍ଷରେ ରହିଛନ୍ତି। ଦଳର ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିରହିଥିବା ଖେଳାଳିମାନେ ପ୍ରକାଶ କରିଛନ୍ତି। 

୪୧ ବର୍ଷର ଅପେକ୍ଷା ପରେ ୨୦୨୧ ମସିହାରେ ଅଲିମ୍ପିକ୍ସରେ ପୋଡିୟମ୍ ଶେଷ କରିଥିଲେ। 2023 ମସିହାରେ ହରମାନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ମଧ୍ୟ ବିଶ୍ୱକପରେ ଦୀର୍ଘ ବର୍ଷର ଅପେକ୍ଷାକୁ ଅନ୍ତ କରିବାକୁ ଚାହିଁବ। ତେବେ ଏହା ସହଜ ହେବ ନାହିଁ, କାରଣ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲ୍ୟାଣ୍ଡ, ଆର୍ଜେଣ୍ଟିନା, ଏବଂ ଜର୍ମାନୀ ଭଳି ହାଇ-ପ୍ରୋଫାଇଲ୍ ଦଳ ରହିଛନ୍ତି। ଯାହା ଭାରତୀୟଙ୍କ ପାଇଁ ସମସ୍ୟା ସୃଷ୍ଚି କରିପାରନ୍ତି। 

କେଉଁଠି ଦେଖିବେ ହକି ବିଶ୍ୱକପର ଲାଇଭ ମ୍ୟାଚ
ଓଡ଼ିଶାର ଷ୍ଟିଲ ସିଟି ରାଉରକେଲା ଓ ରାଜଧାନୀ ଭୁବନେଶ୍ୱରରେ ଖେଳାଯାଉଛି ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଉଛି ଏହି ଟୁର୍ଣ୍ଣାମେଣ୍ଟ। କଳିଙ୍ଗ ଷ୍ଟାଡ଼ିୟମରେ ପ୍ରାୟ ୧୬ ହଜାର ଦର୍ଶକ ବସିବାର ବ୍ୟବସ୍ଥା ରହିଛି। ସେହିପରି ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡ ହକି ଷ୍ଟାଡ଼ିୟମରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ଏହି ଷ୍ଟାଡ଼ିୟମରେ ପ୍ରାୟ ୨୧ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ତେବେ ଏ ସମସ୍ତ ମ୍ୟାଚ Star Sports Network ଚ୍ୟାନେଲ ମାଧ୍ୟମରେ ଆପଣ ଲାଇଭ ଦେଖି ପାରିବେ। ଏହା ସହିତ ହକି ବିଶ୍ୱକପର ସମସ୍ତ ମ୍ୟାଚ Hotstar app & Websiteରେ ସିଧା ପ୍ରସାରଣ ହେବ। 

Also Read: Hockey World Cup 2023: ଆଜିଠୁ ହକି ମହାସମର, ଭାରତକୁ ଭେଟିବ ସ୍ପେନ୍