IPL 2023: ଦିଲ୍ଲୀର ପରାଜୟର କାରଣ କହିଲେ ଅଧିନାୟକ ଡେଭିଡ ୱାର୍ନର, ମ୍ୟାଚ୍ ହାରିବା ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!
Advertisement
Article Detail0/zeeodisha/odisha1635965

IPL 2023: ଦିଲ୍ଲୀର ପରାଜୟର କାରଣ କହିଲେ ଅଧିନାୟକ ଡେଭିଡ ୱାର୍ନର, ମ୍ୟାଚ୍ ହାରିବା ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

IPL 2023 LSG Vs DC: ଶନିବାର ଖେଳାଯାଇଥିବା ମ୍ୟାଚରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କରିଛି । ଅଧିନାୟକ ଡେଭିଡ ୱାର୍ନର ଦିଲ୍ଲୀକୁ ଜିତାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସଫଳ ହୋଇପାରିନଥିଲେ । ମ୍ୟାଚ୍ ପରେ ସେ ପରାଜୟର କାରଣ ବିଷୟରେ ଆଲୋଚନା କରିଥିଲେ ।

IPL 2023: ଦିଲ୍ଲୀର ପରାଜୟର କାରଣ କହିଲେ ଅଧିନାୟକ ଡେଭିଡ ୱାର୍ନର, ମ୍ୟାଚ୍ ହାରିବା ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

David Warner On Delhi Capitals vs Lucknow Super Giants Match: ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ (IPL 2023) ର ୧୬ ତମ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ର ଆରମ୍ଭ ଆଶା ଅନୁଯାୟୀ ହୋଇପାରିଲା ନାହିଁ । ଏପ୍ରିଲ ୧ ଅର୍ଥାତ ଶନିବାର ଖେଳାଯାଇଥିବା ମ୍ୟାଚ୍‌ (Delhi Capitals vs Lucknow Super Giants Match) ରେ କେ.ଏଲ୍ ରାହୁଲ (KL Rahul) ଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କରିଛି । ଅଧିନାୟକ ଡେଭିଡ ୱାର୍ନର (David Warner) ଦିଲ୍ଲୀକୁ ଜିତାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସଫଳ ହୋଇପାରିନଥିଲେ । ମ୍ୟାଚ୍ (LSG Vs DC) ପରେ ସେ ପରାଜୟର କାରଣ ବିଷୟରେ ଆଲୋଚନା କରିଥିଲେ ।

ନିଜ ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ (Lucknow Super Giants Match) ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) କୁ ୫୦ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଲକ୍ଷ୍ନୌ ୬ ୱିକେଟ୍ ହରାଇ ୧୯୩ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ୯ ୱିକେଟ୍ ହରାଇ କେବଳ ୧୪୩ ରନ୍ କରିପାରିଥିଲା । ଇଂଲଣ୍ଡର ପେସର୍ ମାର୍କ ୱୁଡ୍ (Mark Wood) ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଲକ୍ଷ୍ନୌର ବିଜୟରେ ବହୁତ ସହଯୋଗ କରିଥିଲେ । ମାର୍କ ୱୁଡ୍ ୪ ଓଭରରେ ୧୪ ରନ୍ ଦେଇ ୫ ୱିକେଟ୍ ନେଇଥିଲେ । ଲକ୍ଷ୍ନୌ ପାଇଁ ମାର୍କ ୱୁଡଙ୍କର ଏହା ପ୍ରଥମ ମ୍ୟାଚ୍ ଥିଲା । ତାଙ୍କୁ (Mark Wood) ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ଚୟନ କରାଯାଇଥିଲା । 

fallback

ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତାଇବା ପାଇଁ କ୍ୟାପଟେନ ଡେଭିଡ ୱାର୍ନର ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ ତାଙ୍କ ଅଭିଯାନରେ ସଫଳ ହୋଇପାରିନଥିଲେ । ଡେଭିଡ ୱାର୍ଣ୍ଣର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୪୮ ବଲରେ ୭ଟି ଚୌକା ସହାୟତାରେ ୫୬ ରନର ଇନିଂସ ଖେଳି ଥିଲେ । ତାଙ୍କ ବ୍ୟତୀତ ରିଏଲ ରୋସୋ ୨୦ ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍ ଯୋଡିଥିଲେ । ଏହା ପରେ ୱାର୍ଣ୍ଣର ପରାଜୟର କାରଣ ବିଷୟରେ ଆଲୋଚନା କରିଥିଲେ ।

ପରାଜୟ ପରେ ଡେଭିଡ ୱାର୍ନର କହିଛନ୍ତି ଯେ, "ଏହା ଟିକେ ଚ୍ୟାଲେଞ୍ଜ ଥିଲା । ଦ୍ରୁତ ବୋଲରମାନଙ୍କ ସହିତ ଆମେ କିଛି ପ୍ରାରମ୍ଭିକ ସଫଳତା ହାସଲ କରିଥିଲୁ । ପାୱାରପ୍ଲେରେ ସେମାନେ ବହୁତ ଭଲ ବୋଲିଂ କରିଥିଲେ ଓ ବିପକ୍ଷ ଦଳର ରନ୍ ରେଟକୁ କଣ୍ଟ୍ରୋଲ ରଖିଥିଲେ । କାହାର କ୍ୟାଚ୍ ଛାଡ଼ିବା ଠିକ୍ ନୁହଁ ଓ ସେଠାରୁ ମ୍ୟାଚର ଗତି ବଦଳି ଯାଇଥାଏ । କିନ୍ତୁ ଆପଣ ଲକ୍ଷ୍ନୌ ଦଳରୁ ଏହାକୁ ନେଇ ପାରିବେ ନାହିଁ । ସେମାନେ ଏପରି ୱିକେଟରେ ବହୁତ ଭଲ ବ୍ୟାଟିଂ କରିଥିଲେ ଯାହା ମୁଁ ଭାବିଥିଲି ୧୭୦ ଭଲ ହେବ । ଏହା ଏକ ବଡ଼ କଥା ।"

ଅଧିକ ପଢ଼ନ୍ତୁ:-ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେନି ରୋହିତ ଶର୍ମା ଓ ଜୋଫ୍ରା ଆର୍ଚର? କୋଚ୍ କଲେ ନିଶ୍ଚିତ

ଅଧିକ ପଢ଼ନ୍ତୁ:-ଏସିଆ କପ୍ ୨୦୨୩ ହେବ ରଦ୍ଦ!

ଅଧିକ ପଢ଼ନ୍ତୁ:-ମାସର ପ୍ରଥମ ଦିନରେ ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର, ରାଜ୍ୟ ସରକାର ବଢ଼ାଇଲେ ୪ ପ୍ରତିଶତ ମହଙ୍ଗା ଭତ୍ତା

 

ଡେଭିଡ ୱାର୍ଣ୍ଣର ଆଗକୁ କହିଛନ୍ତି ଯେ, ମାର୍କ ୱୁଡ୍ ମ୍ୟାଚର ଦିଗ ବଦଳାଇଛନ୍ତି । ଆମେ ଏକ ପାର୍ଟନରଶିପ୍ ଗଠନ ବିଷୟରେ କହୁଛୁ କିନ୍ତୁ ଏଥିରେ ସଫଳ ହୋଇପାରିଲୁ ନାହିଁ । ଆପଣ ମାର୍କ ୱଡଙ୍କୁ ହାଲୁକା ଭାବରେ ନେଇପାରିବେ ନାହିଁ । ସେ ଜଣେ ଅତୁଳନୀୟ ବୋଲର ଓ ସେ ଆଜି ତାଙ୍କର ପ୍ରକୃତ ପ୍ରତିଭା ଏବଂ ଅଭିଜ୍ଞତା ପ୍ରଦର୍ଶନ କରିଥିଲେ । ମୋତେ ଲାଗୁଥିଲା ଯେ ସେ ଉଭୟ ପ୍ରାନ୍ତରୁ ଦୁଇଟି ଭିନ୍ନ ପୃଷ୍ଠରେ ବୋଲିଂ କରୁଥିଲେ । ଆମ ପାଇଁ ଏହା ଡ୍ରେସିଂ ରୁମକୁ ଫେରିବା ବିଷୟରେ । ଏହା ଏକ ମ୍ୟାଚ୍ ଓ ଆମେ ଆମ ଘର ଲୋକଙ୍କ ଭିଡ଼ ଆଗରେ ଦିଲ୍ଲୀ ଫେରିଯିବାକୁ ଆଗ୍ରହୀ ।"