Lisa Sthalekar inspiring story: ଭାରତରେ ଜନ୍ମ ହେବା ମାତ୍ରେ ଡଷ୍ଟବିନରେ ଫିଙ୍ଗି ଦିଆଯାଇଥିବା ଶିଶୁ କନ୍ୟା ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ସଫଳ ଅଧିନାୟକ
Advertisement

Lisa Sthalekar inspiring story: ଭାରତରେ ଜନ୍ମ ହେବା ମାତ୍ରେ ଡଷ୍ଟବିନରେ ଫିଙ୍ଗି ଦିଆଯାଇଥିବା ଶିଶୁ କନ୍ୟା ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ସଫଳ ଅଧିନାୟକ

Lisa Sthalekar inspiring story: ODI ଓ T-20 ଫର୍ମାଟ ଚାରୋଟି ବିଶ୍ୱକପରେ ଲିସା ଭାଗ ନେଇଥିଲେ । ୨୦୧୩ ମସିହାରେ, ସେ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲେ, ଏହା ପରଦିନ ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ମଧ୍ୟ ଲିସା ଷ୍ଟାଲଗର୍ଙ୍କୁ ଏହାର ହଲ୍ ଅଫ୍ ଫେମ୍କୁ ଅନ୍ତର୍ଭୁକ୍ତ କରିଛି ।

 

ସୌ: ସୋସିଆଲ ମିଡିଆ

Laila to Lisa: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅନାଥ ଆଶ୍ରମ ଅଛି ଯାହାକୁ 'ଶ୍ରୀବାସ୍ତବ ଅନାଥ ଆଶ୍ରମ' କୁହାଯାଏ । ୧୩ ଅଗଷ୍ଟ ୧୯୭୯ ରେ, ସହରର ଏକ ଅଜ୍ଞାତ ଜାଗାରେ ଏକ ଝିଅ ଜନ୍ମ ହୋଇଥିଲା, ଝିଅଟି ଜନ୍ମ ହେବା ମାତ୍ରେ ଝିଅର ପିତାମାତା ଝିଅଟିକୁ ଏକ ଅନାଥ ଆଶ୍ରମ ବାହାରେ ଥିବା ଅଳିଆଗଦାରେ ଫିଙ୍ଗିଦେଲେ, ଅନାଥ ଆଶ୍ରମ ଦ୍ବାରା ସେହି ସୁନ୍ଦର ଝିଅଟିକୁ ଉଧାର କରାଯାଇ ତାର ନାମ ଲୌଲା ରଖାଯାଇଥିଲା । ସେହି ଦିନ, ହାରେନ୍ ଓ ସୁ ନାମକ ଜଣେ ଆମେରିକୀୟ ଦମ୍ପତି ଭାରତ ଗସ୍ତ କରିବାକୁ ଆସିଥିଲେ । ତାଙ୍କ ପରିବାରରେ ପୂର୍ବରୁ ଏକ କନ୍ୟା ସନ୍ତାନ ଥିଲା, ଭାରତ ଆସିବାର ଉଦ୍ଦେଶ୍ୟ ଥିଲା ଏକ ପୁଅକୁ ଆଡପ୍ଟ କରିବା । ସେମାନେ ଏକ ସୁନ୍ଦର ବାଳକ ଖୋଜିବା ପାଇଁ ଏହି ଆଶ୍ରମକୁ ଆସିଥିଲେ । ସେମାନେ ପୁଅ ପାଇ ନଥିଲେ, କିନ୍ତୁ ସୁ ଲୌଲାଙ୍କ ଉଜ୍ଜ୍ୱଳ ବାଦାମୀ ଆଖି ଓ ନିରୀହ ଚେହେରାକୁ ଦେଖି ଭଲ ପାଇ ବସିଲେ ।

ଆଇନଗତ କାର୍ଯ୍ୟାବଳୀ ପୂରଣ କରିବା ପରେ, ସୁ ଏହି ଲୌଲା ନାମି ଝିଅଟିକୁ ପୌଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ, ସୁ ତାଙ୍କ ନାମ ଲୌଲାକୁ ବଦଳାଇ 'ଲିସା ଷ୍ଟାଲେକର' ରଖିଥିଲେ, ଏହା ପରେ ସେମାନେ ଲୌଲାକୁ ନେଇ ଆମେରିକାକୁ ଫେରିଯାଇଥିଲେ, କିନ୍ତୁ କିଛି ବର୍ଷ ପରେ ସେମାନେ ସିଡନୀରେ ସ୍ଥାୟୀ ଭାବରେ ବସବାସ କରିଥିଲେ ।

ବାପା ଏହି ଝିଅକୁ ଘରର ପାର୍କ ଠାରୁ ଆରମ୍ଭ କରି ରାସ୍ତାର ପୁଅ ପିଲାଙ୍କ ସହିତ କ୍ରିକେଟ୍ ଖେଳିବାକୁ ଦେଇଥିଲେ ଓ ଶିଖାଇଥିଲେ । କ୍ରିକେଟ୍ ପ୍ରତି ତାଙ୍କର ଉତ୍ସାହ ଅତୁଳନୀୟ ଥିଲା, କିନ୍ତୁ ସେ ମଧ୍ୟ ଅଧ୍ୟୟନ ଶେଷ କରିଥିଲେ । ସେ ଏକ ଭଲ ସୁଯୋଗ ପାଇଲେ, ଅଧ୍ୟୟନ ସମାପ୍ତ କରି ଆଗକୁ ବଢିଥିଲେ । ପ୍ରଥମେ ସେ କଥା ହେଉଥିଲେ, ତା’ପରେ ତାଙ୍କ ବ୍ୟାଟ୍ କଥା କହିବା ଆରମ୍ଭ କଲା ଓ ତା’ପରେ ତାଙ୍କ ରେକର୍ଡ ତାଙିକ କଥା କହିଥିଲା ।

୧୯୯୭ - ନ୍ୟୁ-ସାଉଥ ୱେଲ୍ସ ତରଫରୁ ସେ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ
୨୦୦୧ - ଅଷ୍ଟ୍ରେଲିଆ ତରଫରୁ ନିଜର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ
୨୦୦୩- ଅଷ୍ଟ୍ରେଲିଆ ତରଫରୁ ନିଜର ପ୍ରଥମ ଟେଷ୍ଟ ଖେଳିଥିଲେ
୨୦୦୫ - ଅଷ୍ଟ୍ରେଲିଆ ତରଫରୁ ନିଜର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିଥିଲେ

ଲୌଲାକୁ ଓରଫ୍ 'ଲିଜ୍'ଙ୍କ କ୍ରିକେଟ୍ ରେଖର୍ଡ
୮ ଟି ଟେଷ୍ଟ, ୪୧୬ ରନ୍, ୨୩ ୱିକେଟ୍
୧୨୫ ଟି ଦିନିକିଆ, ୨୭୨୮ ରନ୍, ୧୪୬ ୱିକେଟ୍ 
୫୪ଟି ଟି-୨୦, ୭୬୯ ରନ୍, ୬୦ଟି ୱିକେଟ୍

ସେ ପ୍ରଥମ ମହିଳା କ୍ରିକେଟର ଥିଲେ ଯିଏ ଦିନିକିଆ କ୍ରିକେଟରେ ୧୦୦୦ ରନ୍ ଓ ୧୦୦ଟି ୱିକେଟ୍ ନେଇଥିଲେ । ଯେତେବେଳେ ଆଇସିସି ରେଙ୍କିଙ୍ଗ୍ ସିଷ୍ଟମ୍ ଆରମ୍ଭ ହୋଇଥିଲା ସେତେବେଳେ ସେ ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ଥିଲେ ।

 
 
 
 

 
 
 
 
 
 
 
 
 
 
 

A post shared by Lisa Sthalekar (@lsthalekar)

ସଫଳ ଅଷ୍ଟ୍ରେଲିଆ ଅଧିନାୟକ!
ODI ଓ T-20 ଫର୍ମାଟ ଚାରୋଟି ବିଶ୍ୱକପରେ ସେ ଭାଗ ନେଇଥିଲେ । ୨୦୧୩ ରେ, ତାଙ୍କ ଦଳ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା, ଏହା ପରଦିନ ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଧ୍ୟ ଲିସା ଷ୍ଟାଲଗର୍ଙ୍କୁ ଏହାର ହଲ୍ ଅଫ୍ ଫେମ୍କୁ ଅନ୍ତର୍ଭୁକ୍ତ କରିଛି ।

ଏହା ବି ପଢ଼ନ୍ତୁ: ICC World Cup Online Ticket: ଭାରତୀୟ ଦଳର ବିଶ୍ୱକପ୍ ମ୍ୟାଚ୍ ପାଇଁ କେବେ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବୁକିଂ? ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

ଏହା ବି ପଢ଼ନ୍ତୁ: Indian Team's Jersey: ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଜର୍ସିରେ ଲେଖାଯିବ ପାକିସ୍ତାନର ନାମ, ଜାଣନ୍ତୁ ଏହା କାହିଁକି ହେବ?