WTC Final: ଭାରତକୁ ବଡ଼ ଝଟକା! ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରୁ ବାଦ ପଡିଲେ ଏହି ମ୍ୟାଚ ବିଜେତା; ନିଜେ କଲେ ଏହି ଘୋଷଣା
Advertisement

WTC Final: ଭାରତକୁ ବଡ଼ ଝଟକା! ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରୁ ବାଦ ପଡିଲେ ଏହି ମ୍ୟାଚ ବିଜେତା; ନିଜେ କଲେ ଏହି ଘୋଷଣା

World Test Championship: ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ବେଳେ ଫିଲ୍ଡିଂ କରୁଥିବା ବେଳେ କେ.ଏଲ୍ ରାହୁଲ (KL Rahul) ଆହତ ହୋଇଥିଲେ, ଯାହା ପରେ ସେ ଟୁର୍ଣ୍ଣାମେଣ୍ଟ ବାଦ ପଡିପାରନ୍ତି ବୋଲି ଭୟ କରାଯାଉଥିଲା । ବର୍ତ୍ତମାନ ସେ ନିଜେ ଏକ ବଡ ଘୋଷଣା କରିଛନ୍ତି ।

ସୌ: ସୋସିଆଲ ମିଡିଆ

WTC Final: KL Rahul Health Update, ଶେଷରେ ସେହି ଖବର ଆସି ପହଞ୍ଚିଛି, ଯାହାର ଭୟ କରାଯାଉଥିଲା । ଭାରତୀୟ କ୍ରିକେଟ୍ ଦଳର (Indian Cricket Team) ଷ୍ଟାର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ (KL Rahul) ଆଇପିଏଲ୍ ୨୦୨୩ ତଥା ଆସନ୍ତା ମାସର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରୁ (World Test Championship Final) ବାଦ ପଡିଛନ୍ତି । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କିଛି ଦିନ ପୂର୍ବରୁ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ ଓ ସେହି ଦିନଠାରୁ ତାଙ୍କର ଖେଳିବା କଷ୍ଟକର ହୋଇପଡିଥିଲା । ବର୍ତ୍ତମାନ ରାହୁଲ ନିଜେ ଘୋଷଣା କରିଛନ୍ତି ଯେ ସେ ଉଭୟ ଟୁର୍ଣ୍ଣାମେଣ୍ଟରେ ଖେଳି ପାରିବେ ନାହିଁ ।

୧ ମେ'ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ସମୟରେ ଫିଲ୍ଡିଂ କରିବାବେଳେ ରାହୁଲ ଆହତ ହୋଇଥିଲେ । ଏହା ପରେ ସେ ପୂରା ମ୍ୟାଚରେ ପଡିଆ ବାହାରେ ବସିଥିଲେ । ସେ ଶେଷ ଓଭରରେ ବ୍ୟାଟିଂ କରିବା ପାଇଁ ଆସିଥିଲେ କିନ୍ତୁ ସେ ଦଳ ପାଇଁ କିଛି ବିଶେଷ କରି ପାରିନଥିଲେ । ଏହା ପରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ଖେଳିପାରିନଥିଲେ ଓ ସ୍କାନିଂ ପାଇଁ ମୁମ୍ବାଇ ଯାଇଥିଲେ ।

ସେବେଠାରୁ କଳ୍ପନା ଜଳ୍ପନା ଚାଲିଥିଲା ​​ଯେ ରାହୁଲ କେବଳ ଆଇପିଏଲ ୨୦୨୩ ରୁ ବାଦ ପଡିବେ ନାହିଁ, ବରଂ ୭ ଜୁନରୁ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ମଧ୍ୟ ଖେଳି ପାରିବେ ନାହିଁ । ୫ ମଇ ଶୁକ୍ରବାର ଦିନ ରାହୁଲ ନିଜେ ଏକ ବୟାନରେ ଏହା ନିଶ୍ଚିତ କରିଛନ୍ତି । ରାହୁଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି ଯେ ଆଇପିଏଲର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେ ଦଳରୁ ବାହାରି ଯାଇଥିବାରୁ ନିରାଶ ହୋଇଛନ୍ତି । ରାହୁଲ ଏହା ମଧ୍ୟ କହିଛନ୍ତି ଯେ ଆସନ୍ତା ମାସରେ ଓଭାଲରେ ଟିମ୍ ଇଣ୍ଡିଆ ସହିତ ନ ରହି ପାରିବରୁ ସେ ଦୁଃଖିତ । ରାହୁଲ ଆଶାପ୍ରକଟ କରିଛନ୍ତି ଯେ ସେ ଯଥାଶୀଘ୍ର ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବେ ।

ରାହୁଲଙ୍କ ଅନୁପସ୍ଥିତିରେ LSG ର ନେତୃତ୍ୱ କ୍ରୁନାଲ ପାଣ୍ଡ୍ୟାଙ୍କୁ ହସ୍ତାନ୍ତର କରାଯାଇଛି । ଏଥି ସହିତ କେଏଲ ରାହୁଲ ଓ ଜୟଦେବ ଉନାଦକତଙ୍କ ଆଘାତ ମଧ୍ୟ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସ ଫାଇନାଲ ପୂର୍ବରୁ ଆହତ ହେବା ଟିମ ଇଣ୍ଡିଆ ପାଇଁ ଚିନ୍ତାଜନକ ଅଟେ ।

ଏହା ବି ପଢନ୍ତୁ: World Cup 2023: ଏହି ଷ୍ଟାଡିୟମରେ ହେବ ଭାରତ ବନାମ ପାକିସ୍ତାନ ବିଶ୍ୱକପ ମ୍ୟାଚ୍, ପ୍ରସ୍ତୁତି ଆରମ୍ଭ କଲା ବିସିସିଆଇ!

ଏହା ବି ପଢ଼ନ୍ତୁ: Kohli vs Gambhir: 'ଅବ୍ ତୁ ମୁଝେ ଶିଖାଏଗା'; ପିଲାଙ୍କ ପରି ଲଢ଼ିଥିଲେ ବିରାଟ କୋହଲି ଓ ଗୌତମ ଗମ୍ଭୀର, ଜାଣନ୍ତୁ ପୂରା ଘଟଣା