Virat Kohli ଓ Sachin Tendulkarଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, Kapil Devଙ୍କ ଜବାବରୁ ଉଭୟଙ୍କ ଫ୍ୟାନ୍ସ ହେବେ ସହମତ
Advertisement

Virat Kohli ଓ Sachin Tendulkarଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, Kapil Devଙ୍କ ଜବାବରୁ ଉଭୟଙ୍କ ଫ୍ୟାନ୍ସ ହେବେ ସହମତ

Kapil Dev On Virat Kohli-Sachin Tendulkar Comparison: ବର୍ତ୍ତମାନ ଏହି ବିତର୍କରେ ବିଶ୍ୱ ବିଜେତା ଦଳର ଅଧିନାୟକ କପିଲ ଦେବ ଅନେକ କଥା କହିଛନ୍ତି । କପିଲ ଦେବ କହିଛନ୍ତି ଯେ, ପ୍ରତ୍ୟେକ ପିଢ଼ି ପୂର୍ବ ପିଢ଼ିରୁ ଶିଖନ୍ତି ଓ ଉନ୍ନତି ଜାରି ରଖନ୍ତି । କପିଲ ଦେବ ଏହା ମଧ୍ୟ କହିଛନ୍ତି ଯେ, ଉଭୟ ଖେଳାଳି ନିଜ ନିଜ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିବାର ଆବଶ୍ୟକତା ନାହିଁ ।

Virat Kohli ଓ Sachin Tendulkarଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, Kapil Devଙ୍କ ଜବାବରୁ ଉଭୟଙ୍କ ଫ୍ୟାନ୍ସ ହେବେ ସହମତ

Kapil Dev On Virat Kohli-Sachin Tendulkar Comparison: ବିରାଟ କୋହଲି (Virat Kohli) ବନାମ ସଚିନ୍ ତେନ୍ଦୁଲକର (Sachin Tendulkar) ବିତର୍କ ଦୀର୍ଘ ଦିନ ଧରି ଚାଲିଆସୁଛି । ପୂର୍ବତନ ଅଧିନାୟକ (Former Indian Captain) ସୌରଭ ଗାଙ୍ଗୁଲି (Sourav Ganguly) ମଧ୍ୟ ଉଭୟଙ୍କୁ ନିଜ ନିଜ ସମୟର ଶ୍ରେଷ୍ଠ ଖେଳାଳି ବୋଲି କହିସାରିଛନ୍ତି । ବର୍ତ୍ତମାନ ଏହି ବିତର୍କରେ ବିଶ୍ୱ ବିଜେତା ଦଳର ଅଧିନାୟକ କପିଲ ଦେବ (Kapil Dev) ଅନେକ କଥା କହିଛନ୍ତି । କପିଲ ଦେବ କହିଛନ୍ତି ଯେ, ପ୍ରତ୍ୟେକ ପିଢ଼ି ପୂର୍ବ ପିଢ଼ିରୁ ଶିଖନ୍ତି ଓ ଉନ୍ନତି ଜାରି ରଖନ୍ତି । କପିଲ ଦେବ ଏହା ମଧ୍ୟ କହିଛନ୍ତି ଯେ, ଉଭୟ ଖେଳାଳି ନିଜ ନିଜ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିବାର ଆବଶ୍ୟକତା ନାହିଁ ।

କପିଲ ଦେବ (Kapil Dev) ବିରାଟ କୋହଲି (Virat Kohli) ବନାମ ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ତୁଳନାକୁ ଅନାବଶ୍ୟକ ବୋଲି କହିଛନ୍ତି । କପିଲ ଦେବ କହିଛନ୍ତି ଯେ, ଉଭୟ ଖେଳାଳି ନିଜ ନିଜ ଯୁଗରେ ଶ୍ରେଷ୍ଠ ଅଟନ୍ତି । ମୁଁ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ବାଛିବାର ଆବଶ୍ୟକତା ମନେ କରୁ ନାହିଁ । କ୍ରିକେଟ୍ ଗୋଟିଏ କିମ୍ବା ଦୁଇ ଖେଳାଳିଙ୍କ ଖେଳ ନୁହେଁ ବରଂ ୧୧ ଖେଳାଳିଙ୍କ ଖେଳ । ଦୁବାଇରେ ଗଲ୍ଫ ନ୍ୟୁଜ୍ ସହ କଥାବାର୍ତ୍ତା କରି ପୂର୍ବତନ ଅଧିନାୟକ କପିଲ ଦେବ କହିଛନ୍ତି ଯେ, "ପୂର୍ବ ପିଢ଼ି ଅପେକ୍ଷା ନୂତନ ପିଢ଼ିରେ ସର୍ବଦା ଭଲ ଖେଳାଳି ଆସନ୍ତି । ଆମ ପିଢ଼ିରେ ସୁନୀଲ ଗାଭାସ୍କର (Sunil Gavaskar) ଥିଲେ ପରେ ସଚିନ ତେନ୍ଦୁଲକର (Sachin Tendulkar), ବିରେନ୍ଦର ସେହୱାଗ (Virender Sehwag) ଙ୍କ ଭଳି ଖେଳାଳି ଆସିଥିଲେ । ବର୍ତ୍ତମାନ ଏହା ହେଉଛି ରୋହିତ ଶର୍ମା (Rohit Sharma) କିମ୍ବା ବିରାଟ କୋହଲି (Virat Kohli) । ସେହିଭଳି ପରବର୍ତ୍ତୀ ପିଢ଼ିରେ କିଛି ନୂତନ ଖେଳାଳି ଆସିବେ ।" କପିଲ ଦେବ (Kapil Dev) ଏହି ତୁଳନା ଉପରେ କହିଛନ୍ତି ଯେ, "ପୂର୍ବ ପିଢ଼ି ତୁଳନାରେ ଏହି ପିଢ଼ିର ଖେଳାଳିମାନେ ଉନ୍ନତ ହେବାରେ ଲାଗିଛନ୍ତି । ପ୍ରତ୍ୟେକ ପିଢ଼ି ଏହାର ପୁରୁଣା ଆଦର୍ଶରୁ କିଛି ଶିଖନ୍ତି ଓ ତା’ପରେ ଏଥିରେ କିଛି ନୂଆ ଯୋଗ କରନ୍ତି ।" 

ଅଧିକ ପଢ଼ନ୍ତୁ:-ଆପଣ ଜାଣନ୍ତି କି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ପାନ୍-ଭୋଟର ଆଇଡି-ଆଧାର କାର୍ଡ ସହିତ କ'ଣ କରିବା ଉଚିତ୍? ନ ଜାଣିଲେ ଆଜି ହିଁ ଜାଣି ନିଅନ୍ତୁ...

ଅଧିକ ପଢ଼ନ୍ତୁ:-ଅନୁଷ୍କା ଓ ବିରାଟଙ୍କ ବଡିଗାର୍ଡ ସୋନୁଙ୍କ ଦରମା ଜାଣି ଆପଣଙ୍କ ଉଡ଼ିଯିବ ହୋସ୍, ବଡ଼ ବଡ଼ କମ୍ପୀନୀର CEOଙ୍କୁ ଦିଅନ୍ତି ଟକ୍କର

ଅଧିକ ପଢ଼ନ୍ତୁ:-ବଜେଟ୍ ପୂର୍ବରୁ ବିବାହିତ ଲୋକମାନେ ଏହି ଯୋଜନାରେ କରନ୍ତୁ ଆବେଦନ, ପ୍ରତି ମାସକୁ ମିଳିବ ୮ ହଜାର ଟଙ୍କା

 

ଆପଣଙ୍କୁ କହି ରଖୁଛୁ ଯେ, ବିରାଟ କୋହଲି ବନାମ ସଚିନ ତେନ୍ଦୁଲକରଙ୍କ ବିତର୍କ ଦୀର୍ଘ ଦିନ ଧରି ଚାଲିଆସୁଛି । ତଥ୍ୟ ବିଷୟରେ କହିବାକୁ ଗଲେ ବିରାଟ କୋହଲି ଏପର୍ଯ୍ୟନ୍ତ ଦିନିକିଆ ମ୍ୟାଚରେ ୪୬ ଶତକ ହାସଲ କରିଛନ୍ତି ଓ ସଚିନ ତେନ୍ଦୁଲକରଙ୍କ ନାମରେ ୪୯ଟି ଶତକ ରହିଛି । ମନେ କରାଯାଉଛି କି କିଙ୍ଗ୍ କୋହଲି ଚଳିତ ବର୍ଷ ODI ଶତକ ମାମଲାରେ ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ରେକର୍ଡ ଭାଙ୍ଗିବେ । ଯଦିଓ ଟେଷ୍ଟରେ ଶତକ ଦୃଷ୍ଟିରୁ ବିରାଟ କୋହଲି (Virat Kohli) ବହୁ ପଛରେ ଅଛନ୍ତି । ବିରାଟ କୋହଲି ଟେଷ୍ଟରେ ୨୭ ଶତକ ହାସଲ କରିଥିବାବେଳେ ସଚିନ ୫୧ ଶତକ ଲଗାଇଛନ୍ତି ।