Kapil Dev On ODI World Cup 2023: 'ରୋହିତ-ବିରାଟଙ୍କଠୁ ବିଶ୍ୱକପ ଜିତିବାର ଆଶା ରଖିବା ବେକାର', ଜାଣନ୍ତୁ କାହିଁକି ଏପରି କହିଲେ କପିଲ ଦେବ
Advertisement

Kapil Dev On ODI World Cup 2023: 'ରୋହିତ-ବିରାଟଙ୍କଠୁ ବିଶ୍ୱକପ ଜିତିବାର ଆଶା ରଖିବା ବେକାର', ଜାଣନ୍ତୁ କାହିଁକି ଏପରି କହିଲେ କପିଲ ଦେବ

Kapil Dev On ODI World Cup 2023 Team India: ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନର ଯୁଗ ଆରମ୍ଭ ହୋଇଛି । ରୋହିତ ଶର୍ମା ଓ ବିରାଟ କୋହଲି ନିୟମିତ ଭାବେ ଟି-20 କ୍ରିକେଟ୍ ଖେଳିବାର ସମ୍ଭାବନା କମିବାରେ ଲାଗିଛି । ଏହି ଦୁଇ ଖେଳାଳିଙ୍କୁ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜରେ ବିଶ୍ରାମ ଦିଆଯାଇଛି । ଏଥି ସହିତ ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ପରେ ODI କ୍ରିକେଟରେ ସେମାନଙ୍କର ଭବିଷ୍ୟତ ସମାନ ରହିବ । 

Kapil Dev On ODI World Cup 2023: 'ରୋହିତ-ବିରାଟଙ୍କଠୁ ବିଶ୍ୱକପ ଜିତିବାର ଆଶା ରଖିବା ବେକାର', ଜାଣନ୍ତୁ କାହିଁକି ଏପରି କହିଲେ କପିଲ ଦେବ

Kapil Dev On ODI World Cup 2023 Virat Kohli Rohit Sharma: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର କପିଲ ଦେବ (Kapil Dev) ନିଜ ବୋଲ୍ଡ ବୟାନ ଦେବା ପାଇଁ ବେଶ୍ ଜଣାଶୁଣା । କ୍ରିକେଟ୍ ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗରେ କପିଲ ଦେବ ଖୋଲାଖୋଲି ଭାବେ ନିଜର ମତ ରଖନ୍ତି । ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ରେ ପରିବର୍ତ୍ତନର ଯୁଗ ଆରମ୍ଭ ହୋଇଛି । ରୋହିତ ଶର୍ମା (Rohit Sharma) ଓ ବିରାଟ କୋହଲି (Virat Kohli) ନିୟମିତ ଭାବେ ଟି-20 କ୍ରିକେଟ୍ (T20 Cricket) ଖେଳିବାର ସମ୍ଭାବନା କମିବାରେ ଲାଗିଛି । ଏହି ଦୁଇ ଖେଳାଳିଙ୍କୁ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ (India vs Sri Lanka T20 Series) ରେ ବିଶ୍ରାମ ଦିଆଯାଇଛି । ଏଥି ସହିତ ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ (ODI World Cup 2023) ପରେ ODI କ୍ରିକେଟରେ ସେମାନଙ୍କର ଭବିଷ୍ୟତ ସମାନ ରହିବ । ଯେଉଁଥିପାଇଁ କପିଲ ଦେବ ଯୁବ ଖେଳାଳିଙ୍କୁ କଡ଼ା ବାର୍ତ୍ତା ଦେବାବେଳେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ।

ରୋହିତ ଶର୍ମା (Rohit Sharma) ଓ ବିରାଟ କୋହଲି (Virat Kohli) ହେଉଛନ୍ତି ଟିମ୍ ଇଣ୍ଡିଆ (Team India) ର ଷ୍ଟାର ବ୍ୟାଟ୍ସମ୍ୟାନ୍ । ଯେଉଁମାନେ ନିଜର ପ୍ରଦର୍ଶନ ମାଧ୍ୟମରେ ଭାରତୀୟ ଦଳକୁ ଶୀର୍ଷରେ ପହଞ୍ଚାଛନ୍ତି । ଉଭୟ ଖେଳାଳି ପ୍ରାୟ ୧୦ ବର୍ଷ ଧରି ଭାରତୀୟ କ୍ରିକେଟର ସ୍ତମ୍ଭ ରହିଆସିଛନ୍ତି । ଅନ୍ୟପକ୍ଷରେ, ଯଦି ଆମେ ସୀମିତ ଓଭର କ୍ରିକେଟ୍ ବିଷୟରେ କଥା ହେବା, ତେବେ ସେମାନେ ବିଶ୍ୱ କ୍ରିକେଟର ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।

କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ପୂର୍ବ ପରି ଏହି ଦୁଇ ଭେଟେରାନଙ୍କ ବ୍ୟାଟରୁ ରନ୍ ବାହାରୁ ନାହିଁ । ଫ୍ୟାନ୍ସ ଅଧିକାଂଶ ବିଶ୍ୱକପ ପରି ବଡ଼ ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା (Rohit Sharma) ଓ ବିରାଟ କୋହଲି (Virat Kohli) ଙ୍କ ଠାରୁ ଆଶା ରଖିଛନ୍ତି କି ସେମାନେ ବିଶ୍ୱକପ (ODI World Cup 2023) ଜିତାଇବେ । ସେପଟେ ଟିଭି ଏକ ଘରୋଇ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେବା ସମୟରେ କପିଲ ଦେବ (Kapil Dev) କହିଛନ୍ତି ଯେ, "ଯଦି ଆପଣ ବିଶ୍ୱକପ୍ ଜିତିବାକୁ ଚାହୁଁଛନ୍ତି, ତେବେ କୋଚ୍, ଚୟନକର୍ତ୍ତା ଏବଂ ଦଳ ପରିଚାଳନାକୁ କିଛି କଠୋର ନିଷ୍ପତ୍ତି ନେବାକୁ ପଡ଼ିବ । ବ୍ୟକ୍ତିଗତ ହିତକୁ ପଛକୁ ହଟାଇବାକୁ ପଡିବ ଓ ଦଳ ବିଷୟରେ ଚିନ୍ତା କରିବାକୁ ପଡିବ ।" 

ଅଧିକ ପଢ଼ନ୍ତୁ:-ମହାଡିଲରୁ ପ୍ରତି ଘଣ୍ଟାରେ ୨୧ ଲକ୍ଷ ଟଙ୍କା ଆୟ କରିବେ ରୋନାଲ୍ଡୋ! ପଛକୁ ରହିଗଲେ ମେସି-ଏମ୍ବାପେ

ଅଧିକ ପଢ଼ନ୍ତୁ:-ଯେଉଁଠି ଋଷଭ ପନ୍ତଙ୍କ କାର ଦୁର୍ଘଟଣା ଘଟିଥିଲା, ସେଠାରେ ନଥିଲା ଖାଲ! ତେବେ କେମିତି ହେଲା ଦୁର୍ଘଟଣା, ପଢ଼ନ୍ତୁ ପୂରା ଖବର

ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ୪ ଗୁରୁତର

 

କପିଲ ଦେବ (Virat Kohli) ଆଗକୁ କହିଛନ୍ତି ଯେ, "ଯଦି ଆପଣ କେବଳ ବିରାଟ ଓ ରୋହିତ କିମ୍ବା ୨-୩ ଖେଳାଳିଙ୍କ ଉପରେ ଭରସା କରନ୍ତି କି ସେମାନେ ଆମକୁ ବିଶ୍ୱକପ ଜିତାଇବେ, ତେବେ ଏହା କେବେ ହୋଇପାରିବ ନାହିଁ । ନିଜ ଦଳ ଉପରେ ବିଶ୍ୱାସ କରିବା ଆବଶ୍ୟକ । ଆମ ପାଖରେ ଏପରି ଦଳ ଅଛି କି? ନିଶ୍ଚିତ, ଆମ ପାଖରେ କିଛି ମ୍ୟାଚ୍ ବିଜେତା ଅଛନ୍ତି କି? ହଁ, ଯିଏ ବିଶ୍ୱକପ ଜିତାଇପାରିବେ ।"