Kamran Akmal On World Cup 2023: 'ଆମେ ୱାର୍ଲ୍ଡ ଚାମ୍ପିୟନ, ଆମର ବି ଅଛି ମାନ-ସମ୍ମାନ...ବିଶ୍ୱକପ ଖେଳିବାକୁ ଯିବୁ ନାହିଁ ଭାରତ'; BCCIକୁ ପୁଣି ଦେଲେ ଧମକ
Advertisement

Kamran Akmal On World Cup 2023: 'ଆମେ ୱାର୍ଲ୍ଡ ଚାମ୍ପିୟନ, ଆମର ବି ଅଛି ମାନ-ସମ୍ମାନ...ବିଶ୍ୱକପ ଖେଳିବାକୁ ଯିବୁ ନାହିଁ ଭାରତ'; BCCIକୁ ପୁଣି ଦେଲେ ଧମକ

Kamran Akmal On World Cup 2023: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସଚିବ ଜୟ ଶାହ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆକୁ ପାକିସ୍ତାନ ନ ପଠାଇବା କଥା ପୂର୍ବରୁ କହିସାରିଛନ୍ତି । ଏହା ପ୍ରସଙ୍ଗକୁ ନେଇ ପାକିସ୍ତାନରେ ଜୋରଦାର ହଙ୍ଗାମା ହେଉଛି । ଭାରତ ମନା କରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ଉତ୍ତେଜନା ଦେଖାଦେଇଛି । ପୂର୍ବତନ ପିସିବି ଅଧ୍ୟକ୍ଷ ରମିଜ ରାଜା ଓ ବର୍ତ୍ତମାନର ଚିଫ୍ ନଜାମ ସେଠୀ ମଧ୍ୟ ଧମକ ଦେଇଛନ୍ତି । 

Kamran Akmal On World Cup 2023: 'ଆମେ ୱାର୍ଲ୍ଡ ଚାମ୍ପିୟନ, ଆମର ବି ଅଛି ମାନ-ସମ୍ମାନ...ବିଶ୍ୱକପ ଖେଳିବାକୁ ଯିବୁ ନାହିଁ ଭାରତ'; BCCIକୁ ପୁଣି ଦେଲେ ଧମକ

Kamran Akmal On World Cup 2023, India vs Pakistan: ଚଳିତ ବର୍ଷ ଏସିଆ କପ୍ ୨୦୨୩ (Asia Cup 2023) ପାକିସ୍ତାନରେ ଆୟୋଜନ ହେବାର ଅଛି । ସେପଟେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ସଚିବ ଜୟ ଶାହ (Jay Shah) ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ (Team India) କୁ ପାକିସ୍ତାନ ନ ପଠାଇବା କଥା ପୂର୍ବରୁ କହିସାରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନରେ ଜୋରଦାର ହଙ୍ଗାମା ହେଉଛି । ଭାରତ ମନା କରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ରେ ଉତ୍ତେଜନା ଦେଖାଦେଇଛି । ପୂର୍ବତନ ପିସିବି ଅଧ୍ୟକ୍ଷ (Former PCB Chairman) ରମିଜ ରାଜା ଓ ବର୍ତ୍ତମାନର ଚିଫ୍ ନଜାମ ସେଠୀ (Najam Sethi) ମଧ୍ୟ ଧମକ ଦେଇସାରିଛନ୍ତି । 

ପିସିବି (PCB) କହିଛି ଯେ, ଯଦି ଟିମ୍ ଇଣ୍ଡିଆ (Team India) ଏସିଆ କପ୍ (Asia Cup 2023) ଖେଳିବାକୁ ପାକିସ୍ତାନକୁ ଆସେ ନାହିଁ, ତେବେ ପାକିସ୍ତାନ ଦଳ ମଧ୍ୟ ଚଳିତ ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩ (ODI World Cup 2023) ରେ ଭାଗ ନେବ ନାହିଁ । ବର୍ତ୍ତମାନ ବିସିସିଆଇ (BCCI) କୁ ଧମକ ଦେଉଥିବା ତାଲିକାରେ କାମ୍ରାନ୍ ଅକମଲ (Kamran Akmal) ଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଯାଇଛି । ପାକିସ୍ତାନର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲ କହିଛନ୍ତି ଯେ, ପାକିସ୍ତାନର ମଧ୍ୟ ମାନ ସମ୍ମାନ ରହିଛି । ଯଦି ସେମାନେ ଏସିଆ କପ୍ (Asia Cup) ବାହାର ହୁଅନ୍ତି ତେବେ ଆମେ ମଧ୍ୟ ଭାରତ (India) ଯିବା ଉଚିତ୍ ନୁହେଁ । 

ପାକିସ୍ତାନ ଦଳର ଚୟନ କମିଟିର ସଦସ୍ୟ କାମ୍ରାନ୍ ଅକମଲ (Kamran Akmal) ନାଦିର ଅଲିଙ୍କ ପୋଡକାଷ୍ଟରେ କହିଛନ୍ତି ଯେ, "ଯଦି ଭାରତ ଏସିଆ କପ (Asia Cup 2023) କୁ ଆସିବାକୁ ପ୍ରସ୍ତୁତ ନୁହେଁ, ତା’ହେଲେ ଆମେ 2023 ଦିନିକିଆ ବିଶ୍ୱକପ (One Day World Cup 2023) ଖେଳିବା ପାଇଁ ସେଠାକୁ ଯିବା ଉଚିତ୍ ନୁହେଁ । ଆମର ମଧ୍ୟ ସମ୍ମାନ ଅଛି । ଆମେ ମଧ୍ୟ ବିଶ୍ୱ ଚାମ୍ପିଅନ୍ ହୋଇଛୁ । ଚାମ୍ପିଅନ୍ ଟ୍ରଫି ଜିତିଛୁ ଓ ସମସ୍ତ ଫର୍ମାଟରେ ମଧ୍ୟ ଶୀର୍ଷରେ ରହିସାରିଛୁ ।"

ଅଧିକ ପଢ଼ନ୍ତୁ:-ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା ଉଚିତ କି? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଅଧିକ ପଢ଼ନ୍ତୁ:-ଚାକିରି କରୁଥିବା ଲୋକଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ଏହି ଦିନ ଆସିବ PF ସୁଧ ଟଙ୍କା, ଶ୍ରମ ମନ୍ତ୍ରୀ ଦେଲେ ସୂଚନା!

ଏସିଆ କପ୍ ୨୦୨୩ (Asia Cup 2023) ର ଭେନ୍ୟୁକୁ ନେଇ ଚଳିତ ମାସ ଆରମ୍ଭରେ ବହାରେନରେ ଆୟୋଜିତ ହୋଇଥିବା ଏସୀୟ କ୍ରିକେଟ୍ ପରିଷଦ ବୈଠକ ଅସଫଳ ରହିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଗସ୍ତ ପାଇଁ ସରକାରଙ୍କ ଅନୁମୋଦନ ମିଳିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ଏଥିସହିତ ପିସିବି କହିଛି ଯେ ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ଅନେକ ଦେଶର ସଫଳ ଯାତ୍ରା ଆୟୋଜନ କରିଛି । ତେଣୁ ଟିମ୍ ଇଣ୍ଡିଆ ମଧ୍ୟ ପାକିସ୍ତାନକୁ ଆସିବା  ଆବଶ୍ୟକ ।