IND vs AUS: ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଟେଷ୍ଟ ପରେ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଏହି ଦମଦାର୍ ଖେଳାଳି!
Advertisement

IND vs AUS: ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଟେଷ୍ଟ ପରେ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଏହି ଦମଦାର୍ ଖେଳାଳି!

India vs Australia: ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଷ୍ଟାର୍ ପେସର୍ ସହିତ ଜଡିତ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଭାରତୀୟ ଷ୍ଟାର ପେସର ଚିକିତ୍ସା ପାଇଁ ବିଦେଶରେ ପହଞ୍ଚିଛନ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍ ଦ୍ରୁତ ବୋଲର୍ ଜସପ୍ରୀତ ବୁମ୍ରାଙ୍କ ବିଷୟରେ ଏକ ବଡ଼ ଅପଡେଟ୍ ଆସିଛି । ଆଘାତ ଯୋଗୁଁ ସେ ଅତି କମରେ ୩-୪ ମାସ ପର୍ଯ୍ୟନ୍ତ ପଡ଼ିଆରୁ ଦୂରରେ ରହିବାକୁ ଯାଉଛନ୍ତି ।

IND vs AUS: ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଟେଷ୍ଟ ପରେ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଏହି ଦମଦାର୍ ଖେଳାଳି!

India vs Australia Series: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy 2023) ଟେଷ୍ଟ ସିରିଜ ଖେଳୁଛି । ଏହି ସିରିଜ (India vs Australia Test Series) ର ଚତୁର୍ଥ ଟେଷ୍ଟ ମ୍ୟାଚ୍ (IND vs AUS 4th Test) ମାର୍ଚ୍ଚ ୯ ତାରିଖରୁ ଖେଳାଯିବ । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଷ୍ଟାର୍ ପେସର୍ ସହିତ ଜଡିତ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଭାରତୀୟ ଷ୍ଟାର ପେସର ଚିକିତ୍ସା ପାଇଁ ବିଦେଶରେ ପହଞ୍ଚିଛନ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍ ଦ୍ରୁତ ବୋଲର୍ ଜସପ୍ରୀତ ବୁମ୍ରା (Jasprit Bumrah ) ଙ୍କ ବିଷୟରେ ଏକ ବଡ଼ ଅପଡେଟ୍ ଆସିଛି । ଆଘାତ ଯୋଗୁଁ ସେ ଅତି କମରେ ୩-୪ ମାସ ପର୍ଯ୍ୟନ୍ତ ପଡ଼ିଆରୁ ଦୂରରେ ରହିବାକୁ ଯାଉଛନ୍ତି ।

ଏଠାରେ କହି ରଖୁଛୁ ଯେ, ଜସପ୍ରୀତ ବୁମ୍ରା (Jasprit Bumrah ) ପିଠି ଆଘାତରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାଁନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଚାଲିଛି, ଯେଉଁଥିପାଇଁ ଜସପ୍ରୀତ ବୁମ୍ରା ଆଗାମୀ ଆଇପିଏଲ ସିଜନ (IPL 2023) ରେ ଅଂଶ ଗ୍ରହଣ କରିପାରିବେ ନାହିଁ । ଏହି ସମୟରେ ବୁମ୍ରା ତାଙ୍କ ପିଠି ଅସ୍ତ୍ରୋପଚାର କରିବାକୁ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଥିବାର ଖବର ରହିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ-BCCI ଓ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ବା ଏନସିଏ-NCA ମ୍ୟାନେଜମେଣ୍ଟର ମେଡିକାଲ୍ ଟିମ୍ ମଧ୍ୟ ଜଣେ ସର୍ଜନଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି । BCCI ସୂତ୍ରରୁ ପ୍ରକାଶ ଯେ ସ୍ପୋର୍ଟସ୍ ତକ ସହ ବାର୍ତ୍ତାଳାପରେ କହିଛନ୍ତି ଯେ, ଜସପ୍ରୀତ ବୁମ୍ରା ପିଠି ସର୍ଜରୀ ପାଇଁ ପାଞ୍ଚ ଦିନ ପୂର୍ବେ ନ୍ୟୁଜିଲ୍ୟାଣ୍ଡ ପହଞ୍ଚିଥିଲେ । ଡାକ୍ତରମାନେ ବୁମ୍ରାଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ, ଏହା ପରେ ବିସିସିଆଇ ତୁରନ୍ତ ସମସ୍ତ ବ୍ୟବସ୍ଥା କରିଥିଲା । ତାଙ୍କୁ ବିଦେଶ ପଠାଯାଇଛି । ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଅସ୍ତ୍ରୋପଚାର କରାଯିବ ।

ପ୍ରକୃତରେ ଗତ ବର୍ଷ ଅଗଷ୍ଟରେ ଜସପ୍ରୀତ ବୁମ୍ରା (Jasprit Bumrah) ଆହତ ହୋଇଥିଲେ । ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ପିଠିରେ କିଛି ଅସୁବିଧା ହୋଇଥିଲା । ଗତ ବର୍ଷ ଜସପ୍ରୀତ ବୁମ୍ରା (Jasprit Bumrah) ଏସିଆ କପ୍ ୨୦୨୨ ଓ ଟି-20 ବିଶ୍ୱକପ୍ ୨୦୨୨ ମଧ୍ୟ ଖେଳିପାରିନଥିଲେ । ଇଏସପିଏନ୍ କ୍ରିକିନଫୋଙ୍କ ରିପୋର୍ଟ ଅନୁଯାୟୀ, "ଜସପ୍ରୀତ ବୁମ୍ରା (Jasprit Bumrah) ଆଇପିଏଲ୍ ୨୦୨୩ ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳି ପାରିବେ ନାହିଁ । ଭାରତୀୟ ପ୍ରଶଂସକମାନେ ଆଶା କରୁଛନ୍ତି ଯେ,  ସେ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ ଫିଟ୍ ହୋଇଯିବେ । କୁହାଯାଇଛି ଯେ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ଅସ୍ତ୍ରୋପଚାର କରିବାକୁ ପଡିପାରେ ।"

ଡିସେମ୍ବରରୁ ଜସପ୍ରୀତ ବୁମ୍ରା (Jasprit Bumrah) ବୋଲିଂ ଆରମ୍ଭ କରିଥିଲେ । ସେ ସୁସ୍ଥ ହୋଇଯାଇଛନ୍ତି ବୋଲି ବିଚାର କରି ଚୟନକର୍ତ୍ତାମାନେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଧଳା ବଲ୍ ସିରିଜରେ ସାମିଲ କରିଥିଲେ । କିନ୍ତୁ ପରେ ଜସପ୍ରୀତ ବୁମ୍ରା (Jasprit Bumrah) ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି ବୋଲି କହି ତାଙ୍କ ନାମ ପ୍ରତ୍ୟାହାର କରାଯାଇଥିଲା । ଜସପ୍ରୀତ ବୁମ୍ରା (Jasprit Bumrah) ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀରେ ରିହ୍ୟାବିଲେଶନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ଏହି ପର୍ଯ୍ୟାୟ ତାଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ହୋଇଛି । ଆଜ୍ଞା ହଁ ଭାରତୀୟ ପ୍ରଶଂସକ ଓ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକଙ୍କ ପାଇଁ ଏହା ଅତ୍ୟନ୍ତ ଖରାପ ଖବର ।

ଅଧିକ ପଢ଼ନ୍ତୁ:-କପଲ୍ ତିଆରି କଲେ ଅଶ୍ଳୀଳ ଭିଡିଓ, କିନ୍ତୁ ଭୁଲରେ ପଠାଇଦେଲେ ଗ୍ରୁପ୍ ଚାଟରେ; ଭାଇରାଲ୍ ହେବା ମାତ୍ରେ...

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ହଠାତ୍ ୧୦ ବର୍ଷ ପରେ ଦିନିକିଆରେ ଏହି ଘାତକ ଖେଳାଳିଙ୍କୁ କରାଇଲେ ଏଣ୍ଟ୍ରି, ଭୟରେ ଅଷ୍ଟ୍ରେଲିଆ ଦଳ!

ଅଧିକ ପଢ଼ନ୍ତୁ:-ଏହି ପିଲା ଘର ଚଳାଇବା ପାଇଁ ହୋଟେଲରେ କରିଛନ୍ତି କାମ, ଆଜି ଶାହାରୁଖ-ସଲମାନଙ୍କ ଅପେକ୍ଷା ଅଧିକ ଫ୍ୟାନ୍ସ ଓ ଫିସ୍; ଚିହ୍ନନ୍ତୁ କିଏ?

 

ଆପଣଙ୍କୁ କହି ରଖୁଛୁ ଯେ, ଜସପ୍ରୀତ ବୁମ୍ରା ସେପ୍ଟେମ୍ବର ୨୦୨୨ରୁ କ୍ରିକେଟ୍ ଏକ୍ଟିଭିଟିରୁ ଦୂରେଇ ଅଛନ୍ତି । ସେତେବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳାଯାଇଥିଲା, ଯେଉଁଥିରେ ଜସପ୍ରୀତ ବୁମ୍ରା ଅଂଶଗ୍ରହଣ କରିଥିଲେ । ଏହା ପରେ ସେ ଆହତ କାରଣରୁ ଦଳରୁ ଦୂରେଇ ରହିଥିଲେ, ଜସପ୍ରୀତ ବୁମ୍ରା ଏସିଆ କପ୍ ୨୦୨୨, ଟି-20 ବିଶ୍ୱକପ ୨୦୨୨ରେ ଅଂଶଗ୍ରହଣ କରିପାରି ନଥିଲେ ।