James Anderson: ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଲେ ଏହି ଘାତକ ବୋଲର, ଜାଣନ୍ତୁ ତାଙ୍କର କିଛି ଅତୁଟ ରେକର୍ଡ
Advertisement
Article Detail0/zeeodisha/odisha2333286

James Anderson: ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଲେ ଏହି ଘାତକ ବୋଲର, ଜାଣନ୍ତୁ ତାଙ୍କର କିଛି ଅତୁଟ ରେକର୍ଡ

ନୂଆଦିଲ୍ଲୀ: ପୂର୍ବ ଘୋଷଣା ଅନୁଯାୟୀ ଆଜି ଇଂଲଣ୍ଡର ଘାତକ ବୋଲର ଜେମ୍ସ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଛନ୍ତି। ଏଠାରେ କହି ରଖୁକୁ ପୂର୍ବରୁ ଜେମ୍ସ ଆଣ୍ଡରସନ ଗତ ମଇ ମାସରେ ଅବସର ନେଇ ଘୋଷଣା କରିଥିଲେ। ସେ ତାଙ୍କ ଘୋଷଣାରେ କହିଥିଲେ କି ଜୁଲାଇ ହେବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ପରେ ଅନ୍ତ

James Anderson: ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଲେ ଏହି ଘାତକ ବୋଲର, ଜାଣନ୍ତୁ ତାଙ୍କର କିଛି ଅତୁଟ ରେକର୍ଡ

James Anderson: ନୂଆଦିଲ୍ଲୀ: ପୂର୍ବ ଘୋଷଣା ଅନୁଯାୟୀ ଆଜି ଇଂଲଣ୍ଡର ଘାତକ ବୋଲର ଜେମ୍ସ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଛନ୍ତି। ଏଠାରେ କହି ରଖୁକୁ ପୂର୍ବରୁ ଜେମ୍ସ ଆଣ୍ଡରସନ ଗତ ମଇ ମାସରେ ଅବସର ନେଇ ଘୋଷଣା କରିଥିଲେ। ସେ ତାଙ୍କ ଘୋଷଣାରେ କହିଥିଲେ କି ଜୁଲାଇ ହେବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇବେ। ଘୋଷଣା ଅନୁଯାୟୀ ଆଜି ଲର୍ଡସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଅନ୍ତିମ ଦିନ ରହିଥିଲା। ଏହି ମ୍ୟାଚରେ ଇଂଲଣ୍ଡ ଗୋଟିଏ ଇନିଂସ ଓ ୧୧୪ ରନର ବିଶାଳ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ଏହା ସହିତ ଜେମ୍ସ ଆଣ୍ଡରସନ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଥିଲେ। 

ସର୍ବାଧିକ ୱିକେଟ ହାତେଇଥିବା ବୋଲର
ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୱିକେଟ୍ ହାତେଇଥିବା ଦ୍ରୁତ ବୋଲର ଭାବରେ ଅବସର ନେଇଛନ୍ତି ଜେମ୍ସ ଆଣ୍ଡରସନ। ୨୦୦୩ରେ ଜିମ୍ବାୱେ ବିପକ୍ଷ ମ୍ୟାଚରୁ ଆରମ୍ଭ ହୋଇଥିବା ଆଣ୍ଡରସନ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ ୧୮୮ଟି ମ୍ୟାଚ ଖେଳିଥିଲେ। ଆନ୍ତର୍ଜାତୀୟ କ୍ୟାରିୟରରେ ସେ ମୋଟ ୪୦୦ଟି ମ୍ୟାଚରେ ଇଂଲଣ୍ଡ ପାଇଁ ଖେଳିଛନ୍ତି। ୪୦୦ଟି ମ୍ୟାଚ ଖେଳି ସେ ମୋଟ ୯୯୧ଟି ୱିକେଟ ହାତେଇଛନ୍ତି। ଟେଷ୍ଟ କ୍ରିକେଟରେ ୭୦୪ଟି କ୍ରିକେଟ ହାତେଇଥିବା ବେଳେ ଦିନିକିଆ ଫର୍ମାଟରେ ୨୬୯ଟି ୱିକେଟ ହାତେଇଛନ୍ତି। ସେହିପରି ଟି୨୦ରେ ୧୮ଟି ୱିକେଟ୍ ନେଇଥିଲେ। ଦ୍ରୁତ ବୋଲରଙ୍କ ବିଷୟରେ କହିବାକୁ ଗଲେ ଅନ୍ତର୍ଜାତୀୟ କ୍ରିକେଟର ପରବର୍ତ୍ତୀ ସର୍ବାଧିକ ୱିକେଟ୍ ନେଇଥିବା ବ୍ୟକ୍ତି ଗ୍ଲେନ୍ ମ୍ୟାକଗ୍ରାଥଙ୍କ ନାମରେ ୯୪୯ ୱିକେଟ୍ ନେଇଥିଲେ। 

ଇଂଲଣ୍ଡ ପାଇଁ ସର୍ବାଧିକ ଟେଷ୍ଟ ଖେଳିଥିବା ରେକର୍ଡ
ଜେମ୍ସ ଆଣ୍ଡରସନ ବିଶ୍ୱର ସର୍ବାଧିକ ୱିକେଟ ନେଇଥିବା ଦୃତ ବୋଲର ଭାବେ ଅବସନ ନେଇଛନ୍ତି। ଯଦିଓ ସର୍ବାଧିକ ଟେଷ୍ଟ କ୍ରିକେଟ ଖେଳିବା ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି, କିନ୍ତୁ ଜେମ୍ସ ଆଣ୍ଡରସନ ଇଂଲଣ୍ଡ ପାଇଁ ଦ୍ୱିତୀୟ ସର୍ବାଧିକ ଟେଷ୍ଟ କ୍ରିକେଟ ଖେଳିଛନ୍ତି। ସଚିନ ସମଗ୍ର ବିଶ୍ୱରେ ୨୦୦ଟି ମ୍ୟାଚ ଖେଳିଛନ୍ତି। ସେହିପରି ଜେମ୍ସ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟରେ ୧୮୮ଟି ମ୍ୟାଚ ଖେଳି ଅବସର ଗ୍ରହଣ କରିଛନ୍ତି। ଆଣ୍ଡରସନ ୨୦୦୩ ମସିହାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ପରେ ବିଗତ ୨୧ ବର୍ଷ ଭିତରେ ୧୮୮ଟି ମ୍ୟାଚ ଖେଳି ସାରିଛନ୍ତି। ଇଂଲଣ୍ଡ ପାଇଁ ଦ୍ୱିତୀୟ ସର୍ବାଧିକ ମ୍ୟାଚ ଖେଳିବାର ରେକର୍ଡ ନିଜ ନାଁରେ କରିପାରିଛନ୍ତି ଆଣ୍ଡରସନ। ଇଂଲଣ୍ଡ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ ଖେଳିବାର ରେକର୍ଡ ଷ୍ଟୁଆର୍ଟ ବ୍ରଡଙ୍କ ନାଁରେ ରହିଛି। ଷ୍ଟୁଆର୍ଟ ବ୍ରଡ ଇଂଲଣ୍ଡ ପାଇଁ ସର୍ବାଧିକ ୧୬୭ଟି ମ୍ୟାଚ ଖେଳିଛନ୍ତି। 

୭୦୦ ୱିକେଟ ନେବାରେ ପ୍ରଥମ ବୋଲର
ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବାଧିକ ଟେଷ୍ଟ ୱିକେଟ୍ ନେଇଥିବା ବୋଲରମାନେ ହେଲେ ମୁଥୟା ମୁରଲୀଧରନ (800) ଏବଂ ସେନ ୱାର୍ଣ୍ଣ (708)। କିନ୍ତୁ ଜେମ୍ସ ଆଣ୍ଡରସନ୍ ଜଣେ ଦ୍ରୁତ ବୋଲର ହୋଇ ୭୦୦ରୁ ଅଧିକ ଟେଷ୍ଟ ୱିକେଟ୍ ନେଇ ସଫଳତା ହାସଲ କରିଛନ୍ତି, ଯାହା ତାଙ୍କ ପୂର୍ବରୁ କେହି କରିପାରିନଥିଲେ। ତାଙ୍କର ଟେଷ୍ଟ କ୍ୟାରିୟର ୭୦୪ଟି ୱିକେଟ୍ ସହ ଶେଷ ହୋଇଛି। ୱେଷ୍ଟଇଣ୍ଡିଜର ଜୋସୁଆ ଡି ସିଲଭାଙ୍କର ୱିକେଟ ଜେମ୍ସ ଆଣ୍ଡରସନଙ୍କ ଶେଷ ୱିକେଟ ଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ଦ୍ରୁତ ବୋଲର ୪୦୦ ୱିକେଟ୍ ମଧ୍ୟ ପୂରଣ କରିବାରେ ସକ୍ଷମ ହୋଇ ନାହାଁନ୍ତି, ତେଣୁ ୭୦୦ ୱିକେଟ୍ ଅତିକ୍ରମ କରିବା ଏକ ଅସମ୍ଭବ କାର୍ଯ୍ୟ ବୋଲି କ୍ରିକେଟ ଜଗତରେ ଚର୍ଚ୍ଚା ହେଉଛି।