IPL 2023: ୧୦ ବର୍ଷ ପୂର୍ବେ ମଧ୍ୟ ପରସ୍ପର ଭିଡିଥିଲେ କୋହଲି-ଗମ୍ଭୀର, ଏହା ପରେ ଯାହା କହିଥିଲେ, ତାହା କରି ଦେଖାଇଦେଲେ!
Advertisement

IPL 2023: ୧୦ ବର୍ଷ ପୂର୍ବେ ମଧ୍ୟ ପରସ୍ପର ଭିଡିଥିଲେ କୋହଲି-ଗମ୍ଭୀର, ଏହା ପରେ ଯାହା କହିଥିଲେ, ତାହା କରି ଦେଖାଇଦେଲେ!

Virat Kohli vs Gautam Gambhir IPL 2023 Fight: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବନାମ ଲକ୍ଷ୍ନୌ ସୁପରଜିଆଣ୍ଟସ୍(LSG) ମ୍ୟାଚ ସମୟରେ ଆଇପିଏଲ୍ ଆଚରଣ ବିଧି ଭାଙ୍ଗିବା ପାଇଁ ଉଭୟ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କୁ ୧୦୦ ପ୍ରତିଶତ ମ୍ୟାଚ୍ ଫି ଜରିମାନା କରାଯାଇଛି । କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ ।

ସୌ: ସୋସିଆଲ ମିଡିଆ

IPL 2023 ର ୪୩ ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବନାମ ଲକ୍ଷ୍ନୌ ସୁପରଜିଆଣ୍ଟସ୍ (LSG) ମଧ୍ୟରେ ଏକାନା କ୍ରିକେଟ ଷ୍ଟାଡିୟମରେ (Ekana Cricket Stadium) ହୋଇଥିବା ମ୍ୟାଚ୍ କମ୍ ସ୍କୋରିଂ ବିଶିଷ୍ଟ ଥିଲା । ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌକୁ ୧୮ ରନରେ ପରାସ୍ତ କରିଛି । କିନ୍ତୁ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ (Virat Kohli vs Gautam Gambhir IPL 2023 Fight) ମଧ୍ୟରେ ଝଗଡା, ମ୍ୟାଚ୍ ଅପେକ୍ଷା ଅଧିକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଇପିଏଲ୍ ଆଚରଣ ବିଧି ଭାଙ୍ଗିବା ପାଇଁ ଉଭୟ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କୁ ୧୦୦ ପ୍ରତିଶତ ମ୍ୟାଚ୍ ଫି ମଧ୍ୟ ଜରିମାନା କରାଯାଇଛି । କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି । ଏହି କାହାଣୀଟି ଆଜିଠାରୁ ପ୍ରାୟ ଦଶ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ।

୨୦୧୩ ମସିହାରେ IPL ର ଷଷ୍ଠ ସଂସ୍କରଣର ଦ୍ୱାଦଶ ମ୍ୟାଚ୍ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ୍, ବାଙ୍ଗାଲୋରରେ ଆରସିବି ବନାମ କେକେଆର୍ ମଧ୍ୟରେ ଖେଳାଯାଇଥିଲା । ଆରସିବି ଅଧିନାୟକ ବିରାଟ କୋହଲିଙ୍କୁ ଲକ୍ଷ୍ମୀପଥୀ ବାଲାଜୀଙ୍କୁ ୩୫ ସ୍କୋରରେ ଆଉଟ୍ କରିଥିଲେ । ଯେତେବେଳେ ବିରାଟ ଆଉଟ୍ ହୋଇଥିଲେ, ସେତବେଳେ ଜିତିବା ପାଇଁ ଆରସିବିକୁ ୧୧ ଓଭରରେ ୮୦ ରନ୍ ସ୍କୋର ଆବଶ୍ୟକ ଥିଲା । ଏଥିରୁ ସ୍ପଷ୍ଟ ହୋଇଛି ଯେ ପ୍ରତ୍ୟେକ ବ୍ୟାଟ୍ସମ୍ୟାନଙ୍କ ପରି ବିରାଟ ଆଉଟ୍ ହେବା ପରେ ନିରାଶ ହୋଇଥିଲେ ।

ବିରାଟ ଆଉଟ ହେବ ପରେ ବାଉଣ୍ଡ୍ରି ବାହାରକୁ ଯାଉଥିଲେ । ଏହି ସମୟରେ କେକେଆର ଅଧିନାୟକ ଗୌତମ ଗମ୍ଭୀର କିଛି କମେଣ୍ଟ ପାସ୍ କରିଥିଲେ । ଏହା ଶୁଣି ବିରାଟ ପୁଣି ଗମ୍ଭୀରଙ୍କ ପାଖକୁ ଫେରିବା ଆରମ୍ଭ କରିଥିଲେ । ଏହା ଦେଖି କିଛି କେକେଆର ଖେଳାଳି ଓ ଅମ୍ପାୟାର ମିଶି ଏମାନଙ୍କ ମଧ୍ୟରେ ଝଗଡା ବନ୍ଦ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିରାଟ ବାଉଣ୍ଡ୍ରି ବାହାରକୁ ଯିବା ପର୍ଯ୍ୟନ୍ତ ବିରାଟ ବହୁତ କ୍ରୋଧିତ ଥିବା ଦେଖାଯାଉଥିଲେ ।

ଗୌତମ ଗମ୍ଭୀର ଏହା ପରେ କହିଥିଲେ,
“ଯେତେବେଳେ ଆପଣ ଦଳର ନେତୃତ୍ୱ ନେଉଛନ୍ତି, ଆପଣ ଆପଣଙ୍କ ସାଥୀମାନଙ୍କ ପାଇଁ ଛିଡା ହୁଅନ୍ତୁ । ଜଣେ ଲିଡର ଭାବରେ ଆପଣ ନିଜ ସାଥୀମାନଙ୍କ ପାଇଁ ଛିଡା ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ମୋର କୌଣସି ଦୁଃଖ ନାହିଁ ।"

ଗୌତମ ଗମ୍ଭୀର ଆହୁରି ମଧ୍ୟ କହିଥିଲେ ଯେ ସେହି ଘଟଣା ପରେ ସେ ବିରାଟଙ୍କ ସହ କଥା ମଧ୍ୟ ହୋଇଥିଲେ, ଏହା ନୁହେଁ ଯେ ବ୍ୟକ୍ତିଗତ ସ୍ତରରେ କିଛି ଘଟିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି ଆଜି ମଧ୍ୟ ଯଦି ଏପରି କିଛି ଘଟେ, ତେବେ ସେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିବେ । 

ମ୍ୟାଚରେ ଘଟଣାର ବର୍ଣ୍ଣନା କରି ଗମ୍ଭୀର କହିଛନ୍ତି,
“ଯେତେବେଳେ ଆମେ ବ୍ୟାଟିଂ କରୁଥିଲୁ, ତାଙ୍କ ପକ୍ଷରୁ ମଧ୍ୟ ଅନେକ ସ୍ଲେଜିଂ କରାଯାଇଥିଲା । ଯଦି ଆପଣଙ୍କ ପାଖେ ଦେବାର ସାହସ ଅଛି, ତେବେ ଆପଣ ସ୍ଲେଜିଂ ସହିବାକୁ ମଧ୍ୟ କ୍ଷମତା ରଖନ୍ତୁ । ଯଦି ମୁଁ କାହାକୁ ସ୍ଲେଜିଂ କରୁଛି, ତେବେ ମୋ ପାଖେ ସେପରି ସ୍ଲେଜିଂ ସହିବାକୁ ମଧ୍ୟ ସାହସ ରହିବା ଦରକାର ।”

ଗମ୍ଭୀର ଆହୁରି କହିଛନ୍ତି ଯେ ଯଦି ଆପଣ ହାର୍ଡ କ୍ରିକେଟ୍ ଖେଳିବାକୁ ଚାହାଁନ୍ତି ଓ ଆପଣ ସ୍ଲେଜିଂ କରିବାକୁ ଚାହୁଁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଠିକ୍ ଅଟେ । ମୋର କେବଳ ବିରାଟଙ୍କ ସହ ସ୍ଲେଜିଂ ହୋଇନାହିଁ । ଅନେକ ଲୋକଙ୍କ ସହିତ ଘଟିଛି । ଯେପର୍ଯ୍ୟନ୍ତ ଏହା ବ୍ୟକ୍ତିଗତ ନହୋଇଛି, ସେପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଠିକ ଅଛି ।

ଗୌତମ ଗମ୍ଭୀର ମଧ୍ୟ ଶ୍ରୀଲଙ୍କା ସହିତ ଖେଳାଯାଇଥିବା ଏକ ମ୍ୟାଚ୍ ବିଷୟରେ କହିଥିଲେ । ଏହି ମ୍ୟାଚରେ ଗମ୍ଭୀର ତାଙ୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ବିରାଟ କୋହଲିଙ୍କୁ ଦେଇଦେଇଥିଲେ । ଗମ୍ଭୀର କହିଛନ୍ତି, “ପ୍ରଥମ ଅନ୍ତର୍ଜାତୀୟ ଶତକର ଅର୍ଥ କୌଣସି ଖେଳାଳିଙ୍କ ପାଇଁ ବହୁତ କିଛି । ମୁଁ ମଧ୍ୟ ସେହି ମ୍ୟାଚରେ ୧୫୦ ରନ୍ ସ୍କୋର କରିଥିଲି । କିନ୍ତୁ ବିରାଟଙ୍କ ପାଇଁ ଏହା ପ୍ରଥମ ଆନ୍ତର୍ଜାତୀୟ ଶତକ ଥିଲା । ତାଙ୍କର ପ୍ରଥମ ଶତକ କୌଣସି ଖେଳାଳିଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ । ସେଥିପାଇଁ ମୁଁ ତାଙ୍କୁ ମୋର ଟ୍ରଫି ଦେଇଥିଲି । କାରଣ ମୋର ସର୍ବଦା ଏହି ଚିନ୍ତାଧାରା ଥିଲା, ଓ ଆଜି ମଧ୍ୟ ଅଛି ।"

କହିରଖୁଛୁ ଯେ ସୋମବାର ଦିନ ମ୍ୟାଚ ପରେ ହୋଇଥିବା ତୀବ୍ର ଝଗଡା ପରେ ମଧ୍ୟ ଗମ୍ଭୀର ଓ ବିରାଟ ପରସ୍ପର କଥାବାର୍ତ୍ତା ହେବା ଓ ସାଥି ହୋଇ ଫଟୋ ଉଠାଇବାର ମଧ୍ୟ ନଜର ଆସିଥିଲେ ।

ଏହା ବି ପଢ଼ନ୍ତୁ: Gautam Gambhir vs Virat Kohli: ଲଢ଼େଇ ଏବେବି ବାକି ଅଛି! ଗୌତମ ଗମ୍ଭୀରଙ୍କୁ ପୁଣିଥରେ ଜୋରଦାର ଟାର୍ଗେଟ କଲେ ବିରାଟ କୋହଲି