Virat Kohli: ଦଳର ପରାଜୟ ସତ୍ତ୍ୱେ କୋହଲି ରଚିଲେ ବିରାଟ ଇତିହାସ
Advertisement

Virat Kohli: ଦଳର ପରାଜୟ ସତ୍ତ୍ୱେ କୋହଲି ରଚିଲେ ବିରାଟ ଇତିହାସ

  ବେଙ୍ଗାଲୁରୁ: ପରାଜୟ ସତ୍ତ୍ୱେ ଆଇପିଏଲରେ (IPL 2023) ଇତିହାସ ସୃଷ୍ଟି କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (Royal Challengers Bangalore) ଅଧିନାୟକ ବିରାଟ କୋହଲି (Virat Kohli)। ବିରାଟ କୋହଲି (Virat Kohli) ତାଙ୍କ ବ୍ୟାଟ୍ ସହିତ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିସ୍ଫୋରକ ଇନିଂସ (Fastest Innings) ଖେଳିଥିଲେ। କୋହଲ

Virat Kohli: ଦଳର ପରାଜୟ ସତ୍ତ୍ୱେ କୋହଲି ରଚିଲେ ବିରାଟ ଇତିହାସ

Virat Kohli:  ବେଙ୍ଗାଲୁରୁ: ପରାଜୟ ସତ୍ତ୍ୱେ ଆଇପିଏଲରେ (IPL 2023) ଇତିହାସ ସୃଷ୍ଟି କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (Royal Challengers Bangalore) ଅଧିନାୟକ ବିରାଟ କୋହଲି (Virat Kohli)। ବିରାଟ କୋହଲି (Virat Kohli) ତାଙ୍କ ବ୍ୟାଟ୍ ସହିତ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିସ୍ଫୋରକ ଇନିଂସ (Fastest Innings) ଖେଳିଥିଲେ। କୋହଲି (Virat Kohli) ଏହି ସିଜନରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଏହାପୂର୍ବରୁ ସେ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ଏହା ସହ ବିରାଟ କୋହଲି ଆଇପିଏଲ୍ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟସମ୍ୟାନ କ୍ଲବରେ ସାମିଲ ହୋଇଛନ୍ତି। କୋହଲି ୧୦୧ ରନ୍‌ର ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ।

ତେବେ ଏହି ଶତକ ହାସଲ କରିବା ସହିତ ଦୁର୍ଦ୍ଦଶ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଆଇପିଏଲରେ ଗେଲଙ୍କର ୬ଟି ଶତକ ସାମିଲ ରହିଛି। ଏଥି ସହିତ ବିରାଟ କୋହଲିଙ୍କ ନାମରେ ବର୍ତ୍ତମାନ ୭ଟି ଶତକ ହେବା ସହିତ ଗେଲଙ୍କୁ ସେ ପଛରେ ପକାଇଦେଇଛନ୍ତି। ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବିଜୟ ଅଭିମୁଖେ ନେଇଥିଲେ। ମାତ୍ର ବିଜୟର ସ୍ୱାଦ ଗୁଜୁରାଟ ଦଳ ଛଡ଼ାଇ ନେଇଥିଲା। ଆଇପିଏଲରେ ଲଗାତାର ଦୁଇଟି ମ୍ୟାଚ୍‌ରେ ଶତକ ହାସଲ କରିଥିବା ବିରାଟ ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ଶିଖର ଧାୱନ ୨୦୨୦ ଦିଲ୍ଲୀ ରାଜଧାନୀ ପାଇଁ ଏହି କାର୍ଯ୍ୟ କରିଥିଲେ। ତାଙ୍କ ପରେ ବଟଲର ଗତ ବର୍ଷ ରାଜସ୍ଥାନ ପାଇଁ ଏହି କାମ କରିଥିଲେ। ବର୍ତ୍ତମାନ କୋହଲି ଏହି କାମ କରିଛନ୍ତି।

ଥରେ ନଜର ପକାନ୍ତୁ ଶତକୀୟ ଇନିଂସ ଖେଳିଥିବା ବ୍ୟାଟସମ୍ୟାନଙ୍କ ତାଲିକା ଉପରେ
1- ବିରାଟ କୋହଲି (୭ଟି ଶତକ)
2- କ୍ରିସ ଗେଲ (୬ଟି ଶତକ)
3- ଜସ ବଟଲର (୫ଟି ଶତକ)

ପୁରୁଷ ଟି୨୦ କ୍ରିକେଟ ଶତକୀୟ ଇନିଂସ ଖେଳିଥିବା ବ୍ୟାଟସମ୍ୟାନଙ୍କ ତାଲିକା

1- କ୍ରିସ ଗେଲ (୨୨ଟି ଶତକ)
2-ବାବର ଆଜମ (୯ଟି ଶତକ)
3- ମାଇକେଲ କ୍ଲିଙ୍ଗର (୮ଟି ଶତକ)
4- ଡେଭିଡ଼ ଓ୍ୱାର୍ଣ୍ଣର (୮ଟି ଶତକ)
5- ଆରୋନ ଫିଞ୍ଚ (୮ଟି ଶତକ)
6- ବିରାଟ କୋହଲି (୮ଟି ଶତକ)

ସୂଚନାଯୋଗ୍ୟ ଗତକାଲି ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋର ପାଇଁ ବିରାଟ କୋହଲି ୬୧ ବଲରୁ ଅପରାଜିତ ୧୦୧ ରନ୍ କରିଥିଲେ। ସେ ୬୦ ବଲରେ ୧୦୧ ରନର ଏକ ଶତକ ହାସଲ କରିଥିଲେ। ଲଗାତାର ଦ୍ୱିତୀୟ ମ୍ୟାଚରେ କୋହଲି ଏକ ଶତକ ହାସଲ କରିଛନ୍ତି। ସେ ଆଇପିଏଲରେ ସର୍ବାଧିକ ଶତକ ସହ ଖେଳାଳି ହୋଇପାରିଛନ୍ତି। ଏକ ଶତକ ସ୍କୋର କରିବାରେ କୋହଲି କ୍ରିସ୍ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ ବ୍ୟତୀତ ଫାଫ୍ ଡୁ ପ୍ଲେସିସ୍ ୨୮, ମାଇକେଲ୍ ବ୍ରେସୱେଲ ୨୬ ଏବଂ ଅନୁଜ ରାୱତ ୨୩ ଯୋଗଦାନ କରିଥିଲେ। ଗୁଜୁରାଟ ପାଇଁ ନୁର ଅହମ୍ମଦ ୨ଟି ୱିକେଟ୍ ନେଇଥିଲେ।

ଚଳିତ ଆଇପିଏଲ ସଂସ୍କରଣର ୭୦ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ପାଖରୁ ୬ ୱିକେଟରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ମେ ୨୧ ତାରିଖ ରବିବାର ବାଙ୍ଗାଲୋରସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବାଙ୍ଗାଲୋର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୭ ରନ୍ ସ୍କୋର କରିଥିଲା। ହେଲେ ୧୯୮ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗୁଜୁରାଟ ଧାର୍ଯ୍ୟ ୨୦ ଓଭରରେ ୫ ବଲ୍ ବାକି ଥାଇ ୪ ୱିକେଟ ୧୯୮ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା।  

ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ବିରାଟ କୋହଲିଙ୍କ ଅପରାଜିତ ଶତକ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୭ ରନ୍ ସ୍କୋର କରିଥିଲା। ବିରାଟ କୋହଲି ୬୧ ବଲ ଖେଳି ୧୩ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୦୧ ରନ୍ ସଂଗ୍ରହ କରିଥିଲା। କୋହଲି ଆରସିବି ଅଧିନାୟକ ଫାଫ୍ ଡୁପ୍ଲେସିସ୍ (୨୮) ଙ୍କ ସହ ୬୭ ରନର ଏକ ଓପନିଂ ଭାଗିଦାରୀ ମଧ୍ୟ କରିଥିଲେ। ଅନ୍ୟପଟେ ବ୍ରେସୱେଲ ୨୬ ରନ୍ ସ୍କୋର କରିଥିଲେ। ଗୁଜୁରାଟ ଟାଇଟନ୍ସ ପାଇଁ ନୂର ଅହମ୍ମଦ ୨ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି, ୟଶ ଦୟାଲ ଏବଂ ରସିଦ ଖାନ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ। 

୧୯୮ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ଶୁଭମାନ ଗିଲଙ୍କ ଅପରାଜିତ ଶତକ (୧୦୪ ରନ୍) ବଳରେ ୫ ବଲ୍ ବାକି ଥାଇ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଶୁଭମନ ଗିଲଙ୍କ ଛକା ବଳରେ ବାଙ୍ଗାଲୋର ବିପକ୍ଷ ମ୍ୟାଚ ଜିତି ନେଇଥିଲା ଗୁଜୁରାଟ। ନିଜର ଛକା ବଳରେ ୧୦୪ ରନ ସ୍କୋର କରି ଶତକ ହାସଲ କରିଥିଲେ ଶୁଭମନ ଗିଲ। ସେ ୫୨ ବଲ ଖେଳି ୫ ଚୌକା ଏବଂ ୮ ଛକା ମାରିଥିଲେ। ତାଙ୍କ ବ୍ୟତୀତ ବିଜୟ ଶଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ। ଶଙ୍କର ୩୫ ବଲ ଖେଳି ୭ ଚୌକା ଏବଂ ୨ ଛକା ମାରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଶୁଭମାନ ଏବଂ ଶଙ୍କର ଏକାଠି ୧୨୩ ରନ୍ ଭାଗିଦାରୀ କରିଥିଲେ।

ଗୁଜୁରାଟ ଟିମ୍ ପାଖରୁ ବାଙ୍ଗାଲୋର ପରାସ୍ତ ହେବା ପରେ ଦଳର ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିବାର ଆଶା ମଉଳିଯାଉଛି। ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ହୋଇଥିବା ପରାଜୟ ପରେ ଦଳ ଟାଇଟଲ ଦୌଡରୁ ବାଦ ପଡ଼ିଛି। ଅର୍ଥାତ ଫାଫ୍ ଡୁପ୍ଲେସିଙ୍କ ନେତୃତ୍ୱାଧିନ ଆରସିବି ଦଳ ୨୦୨୩ ଆଇପିଏଲ ସଂସ୍କରଣରୁ ବାଦ ପଡ଼ିଯାଇଛି। ଏହା ସହ ରୋହିତ ଶର୍ମାଙ୍କ ଅଧିନାୟକ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଯିବାର ରାସ୍ତା ସଫା ହୋଇଯାଇଛି। ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ମୁମ୍ବାଇ ପ୍ଲେ ଅଫ ଖେଳିବା ପାଇଁ ଚାରୋଟି ଦଳ ହୋଇ ସାରିଛନ୍ତି।

Also Read: GT vs RCB: ମଉଳିଲା ବାଙ୍ଗାଲୋର ଟାଇଟଲ ଆଶା, ୬ ୱିକେଟ ବ୍ୟବଧାନରେ ଜିତିଲା ଗୁଜୁରାଟ

Also Read: KKR vs LSG: ରିଙ୍କୁ ସିଂ ଜିତିଲେ ଦର୍ଶକଙ୍କ ହୃଦୟ, ୧ ରନରେ ମ୍ୟାଚ୍ ଜିତି ନେଲା ଲକ୍ଷ୍ନୌ

Also Read: Health Update: ସକାଳୁ ଉଠିବା ସମୟରେ ଛାତିରେ ହେଉଛି କି ଯନ୍ତ୍ରଣା ? ଅଣଦେଖା କରନ୍ତୁ ନାହିଁ, ଏହି ଲକ୍ଷଣ ଆଣିଦେଇପାରେ ବଡ଼ ସ୍ୱାସ୍ଥ୍ୟ ସମସ୍ୟା...