Kohli vs Gambhir: କୋହଲି ଓ ଗମ୍ଭୀର ବିବାଦକୁ ନେଇ ମୁଁହ ଖୋଲିଲେ ଗାଭାସ୍କର, କହିଦେଲେ ଏତେ ବଡ଼ କଥା
Advertisement

Kohli vs Gambhir: କୋହଲି ଓ ଗମ୍ଭୀର ବିବାଦକୁ ନେଇ ମୁଁହ ଖୋଲିଲେ ଗାଭାସ୍କର, କହିଦେଲେ ଏତେ ବଡ଼ କଥା

Kohli vs Gambhir: ଆଇପିଏଲରେ ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ଯରେ ହୋଇଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଭେଟନାର କ୍ରିକେଟର ସୁନୀଲ ଗ୍ରାଭାସ୍କର । ଏକ ଗଣମାଧ୍ୟମକୁ ସୂଚନା ଦେଇ ଗାଭାସ୍କର କହିଛନ୍ତି ଯେ, 'ପଡ଼ିଆରେ ଯାହା ଘଟିଲା ତାହା ଆଶ୍ଚର୍ଯ୍ୟଜନକ ଅଟେ । ଏହା ହେବା ଉଚିତ୍ ନୁହେଁ । ଏହି ପ୍ରସଙ୍ଗରେ ବିସିସିଆଇ କଠୋର ନିଷ୍ପତ୍ତି ନେବା ଆବଶ୍ୟକ। 

 

ସୌ(ସୋସିଆଲ ମିଡିଆ)

IPL 2023: Kohli vs Gambhir: ଆଇପିଏଲରେ ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ଯରେ ହୋଇଥିବା ବିବାଦ ସମସ୍ତଙ୍କୁ ଚକିତ କରିଥିଲା । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Lucknow Super Giants) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ମଧ୍ୟରେ ମ୍ୟାଚ ବେଳେ ବିରାଟ କୋହଲି (Virat Kohli) ଓ ନବୀନ-ଉଲ-ହକ (Naveen-ul-Haq) ମଧ୍ୟରେ ପ୍ରଥମେ ବିବାଦ ଦେଖାଦେଇଥିଲା । ଏହାପରେ କୋହଲି ଓ ଗମ୍ଭୀରଙ୍କ (Gautam Gambhir) ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ବିବାଦକୁ ଏବେ ବି ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଭେଟନାର କ୍ରିକେଟର ସୁନୀଲ ଗ୍ରାଭାସ୍କର (Sunil Gavaskar) । ଏକ ଗଣମାଧ୍ୟମକୁ ସୂଚନା ଦେଇ ଗାଭାସ୍କର କହିଛନ୍ତି ଯେ, 'ପଡ଼ିଆରେ ଯାହା ଘଟିଲା ତାହା ଆଶ୍ଚର୍ଯ୍ୟଜନକ ଅଟେ । ଏହା ହେବା ଉଚିତ୍ ନୁହେଁ । ଏହି ପ୍ରସଙ୍ଗରେ ବିସିସିଆଇ କଠୋର ନିଷ୍ପତ୍ତି ନେବା ଆବଶ୍ୟକ। ସେ ଆଉ ମଧ୍ଯ କହିଛନ୍ତି ଯେ, 'ମୁଁ ସେହି ଘଟଣାର ଭିଡିଓ ଦେଖିଥିଲି, ପଡ଼ିଆରେ ଯାହା ଘଟିଥିଲା ​​ମୁଁ ଲାଇଭ୍ ଦେଖିପାରିନଥିଲି । କିନ୍ତୁ ମୁଁ ଯାହା ଦେଖିଲି ତାହା ଦେଖିବାକୁ ଭଲ ଲାଗିଲା ନାହିଁ” ।

ବିସିସିଆଇ (BCCI) କେବଳ ଜରିମାନା ଲଗାଇ ଉଭୟ ଖେଳାଳିଙ୍କୁ ମୁକ୍ତ କରିଥିବାରୁ ଗାଭାସ୍କର (Sunil Gavaskar) ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଗାଭାସ୍କର କହିଛନ୍ତି ଯେ, “ଶତ ପ୍ରତିଶତ ମ୍ୟାଚ୍ ଫି ବାସ୍ତବରେ କ’ଣ? ଯଦି କୋହଲିଙ୍କ କଥା କହିବା ସେ ଆରସିବି ପାଇଁ ୧୭ କୋଟି ଟଙ୍କା ନେଉଛନ୍ତି, ଅର୍ଥାତ୍ ଗୋଟିଏ ମ୍ୟାଚ୍ ପାଇଁ ପ୍ରାୟ ୧ କୋଟି ନେଉଛନ୍ତି । ଏହି ଦଣ୍ତ ଖୁବ କମ୍ ଅଟେ । ଏହାସହ ଗ୍ରାଭାସ୍କରଙ୍କ ଗୌତମ ଗମ୍ଭୀରଙ୍କ ଆଚରଣକୁ ଟାର୍ଗେଟ କରି କହିଛନ୍ତି ଯେ, 'ମୁଁ ଜାଣେ ନାହିଁ ସେହି ସମୟରେ ଗମ୍ଭୀରଙ୍କ ଅବସ୍ଥା କ’ଣ ଥିଲା, ସେ ନିଶ୍ଚିତ କରନ୍ତୁ ଯେ, ଏହାର ଯେପରି ପୁନରାବୃତ୍ତି ନହୁଏ। ଯଦି ଆପଣ ଆକ୍ରୋଶ ଦେଖାଇବାକୁ ଚାହୁଁଛନ୍ତି ତେବେ ପ୍ରତିଯୋଗିତାମୂଳକ ଭାବେ ଖେଳନ୍ତୁ” । ନିଜ ସମୟର ଉଦାହରଣ ଦେଇ ସେ କହିଛନ୍ତି ଯେ, “ଆମେ ଯେତେବେଳେ ଖେଳୁଥିଲେ ସେ ସମୟରେ ହସି ଖୁସି ଚାଲୁଥିଲା । କିନ୍ତୁ ବର୍ତ୍ତମାନ ଯେଉଁ ଆକ୍ରୋଶ ଦେଖିବାକୁ ମିଳୁଛି ତାହା ପୂର୍ବରୁ ନଥିଲା” । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହି ଦଣ୍ଡ ବହୁତ କମ୍ ଅଟେ। ଏଥିପାଇଁ ବିସିସିଆଇ କଠୋର ଦଣ୍ଡ ଦେବା ଉଚିତ୍। ଏମିତି କି, ଉଭୟଙ୍କୁ ଗୋଟିଏ କିମ୍ବା ଦୁଇଟି ମ୍ୟାଚରୁ ହଟାଇ ଦିଆଯିବା ଉଚିତ୍, ଯାହାଫଳରେ ଏହା ଖେଳାଳି ଓ ଦଳ ଉପରେ ମଧ୍ୟ ପ୍ରଭାବ ପକାଇବ” ।

ସୂଚନା ଅନୁଯାୟୀ, ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ସମୟରେ କୋହଲି ଅତ୍ୟନ୍ତ ଆକ୍ରମଣାତ୍ମକ ସେଲିବ୍ରେସନ କରୁଥିଲେ । ଗୌତମ ଗମ୍ଭୀର ତାଙ୍କର ଏହି କାର୍ଯ୍ୟକୁ ପସନ୍ଦ କରିନଥିଲେ । ଏହା ପରେ ମ୍ୟାଚରେ କୋହଲିଙ୍କର ସ୍ଲେଜିଂକୁ ନେଇ ନବୀନ-ଉଲ-ହକ ଓ ଅମିତ ମିଶ୍ରଙ୍କ ସହ ବିବାଦ ଆରମ୍ଭ ହୋଇଥିଲା । ମ୍ୟାଚ୍ ଶେଷ ହେବା ପରେ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ମାମଲା ଆହୁରି ଅଧିକ ବଢିଯାଇଥିଲା । ଇନସାଇଡ୍ ସ୍ପୋର୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗମ୍ଭୀର କୋହଲିଙ୍କୁ ପଚାରିଥିଲେ, "କ୍ୟା ବୋଲ୍ ରହା ହେ ବୋଲ୍?" ବିରାଟ ଜବାବରେ କହିଥିଲେ, "ମେ ଆପକୁ କୁଛ ବୋଲା ହିଁ ନେହିଁ, ଆପ କ୍ୟୁଁୟୁ ଘୁସା ହୋ ରହୋ?"

କୋହଲିଙ୍କ ଉତ୍ତର ପରେ ଗମ୍ଭୀର କ୍ରୋଧିତ ହୋଇ ପ୍ରତିକ୍ରିୟା ଦେଇ କହିଥିଲେ, "ତୁନେ ଅଗର ମେରେ ପ୍ଲେୟାର କୋ ବୋଲା ହେ, ମତଲବ ତୁନେ ମେରୀ ଫ୍ୟାମିଲି କୋ ଗାଲି ଦି ହୈ" । ଏହାର ଜବାବରେ କୋହଲି କହିଥିଲେ, "ତୋ ଆପ ଅପନି ଫ୍ୟାମିଲି କୋ ସମ୍ଭାଲ କର ରଖିଏ ।" ଏହାପରେ ଗମ୍ଭୀର କହିଥିଲେ, "ତୋ ଅବ୍ ତୁ ମୁଝେ ଶିଖାଏଗା ।"

ପ୍ରକାଶ ଥାଉ କି, ବିରାଟ ଓ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୋହଲି ଓ ଗମ୍ଭୀରଙ୍କ ଏହି ମ୍ୟାଚର ୧୦୦% ମ୍ୟାଚ୍ ଫି କଟାଯାଇଛି । ଏହି କାରଣରୁ କୋହଲି ପ୍ରାୟ ୧.୦୭ କୋଟି ଟଙ୍କା କ୍ଷତି ସହିଛନ୍ତି । ଅନ୍ୟପକ୍ଷରେ ଗମ୍ଭୀର ମଧ୍ୟ ଲକ୍ଷାଧିକ ଟଙ୍କା କ୍ଷତି ସହିଛନ୍ତି । ନବୀନ-ଉଲ-ହକଙ୍କୁ ମ୍ୟାଚ ଫିସର ୫୦ ପ୍ରତିଶତ ଜରିମାନା କରାଯାଇଛି ।