KKR vs SRH: ବରୁଣଙ୍କ ଚମତ୍କାର ବୋଲିଂ; ରୋମାଞ୍ଚକ ମ୍ୟାଚରେ ହାଇଦ୍ରାବାଦକୁ ୫ ରନରେ ପରାଜିତ କଲା କୋଲକାତା
Advertisement

KKR vs SRH: ବରୁଣଙ୍କ ଚମତ୍କାର ବୋଲିଂ; ରୋମାଞ୍ଚକ ମ୍ୟାଚରେ ହାଇଦ୍ରାବାଦକୁ ୫ ରନରେ ପରାଜିତ କଲା କୋଲକାତା

KKR vs SRH:  ସନରାଇଜର୍ସ ହାଇଦ୍ରାବାଦର ଘରୋଇ ଗ୍ରାଉଣ୍ଡରେ କୋଲକାତା ନାଇଟ୍ ରାଇଡର୍ସ ହାଇଦ୍ରାବାଦକୁ ପାଞ୍ଚ ରନରେ ପରାସ୍ତ କରିଛି । କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତିବା ପରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ପାଇଁ ୧୭୧ ରନ୍ ସ୍କୋର କରିଥିଲା । ଯାହାର ଜବାବରେ ହାଇଦ୍ରାବାଦ ଆଠ ୱିକେଟ୍ ହରାଇ କେବଳ ୧୬୬ ରନ କରିବାରେ ସକ୍ଷମ ହୋଇଥିଲା ।

ସୌ: ସୋସିଆଲ ମିଡିଆ

KKR vs SRH, IPL 2023: ଆଇପିଏଲ୍ ୨୦୨୩ ର ୪୭ ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ (Sunrisers Hyderabad vs Kolkata Knight Riders) ମଧ୍ୟରେ ଖେଳାଯାଇଥିଲା । ସନରାଇଜର୍ସ ହାଇଦ୍ରାବାଦର ଘରୋଇ ଗ୍ରାଉଣ୍ଡରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତିବା ପରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ପାଇଁ ୧୭୧ ରନ୍ ସ୍କୋର କରିଥିଲା । ଯାହାର ଜବାବରେ ସନରାଇଜର୍ସ ହାଇଦ୍ରାବାଦ ଆଠ ୱିକେଟ୍ ହରାଇ କେବଳ ୧୬୬ ରନ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ କୋଲକାତା ନାଇଟ୍ ରାଇଡର୍ସ ଏହି ମ୍ୟାଚରେ ୫ ରନରେ ବିଜୟୀ ହୋଇଥିଲା । କେକେଆର ପାଇଁ ରିଙ୍କୁ ସିଂ ସର୍ବାଧିକ ୫୬ ରନ୍ ସ୍କୋର କରିଥିଲେ । ଏଥି ସହିତ ଅଧିନାୟକ ନୀତୀଶ ରାଣା ୩୧ ବଲରେ ୪୧ ରନ୍ ଓ ଆଣ୍ଡ୍ରେ ରସେଲ ୧୫ ବଲରେ ୨୪ ରନ୍ ସ୍କୋର କରିଥିଲେ । ହାଇଦ୍ରାବାଦ ପାଇଁ ମାର୍କୋ ଜାନସେନ୍ ଓ ଟି ନାଟାରାଜନ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ଭୁବନେଶ୍ୱର କୁମାର, କାର୍ତ୍ତିକ ତ୍ୟାଗୀ, ଆଡେନ ମାର୍କ୍ରାମ ଓ ମୟଙ୍କ ମାର୍କାଣ୍ଡେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ସନରାଇଜର୍ସ ହାଇଦ୍ରାବାଦର ଆରମ୍ଭ ଦ୍ରୁତ ଥିଲା ଓ ମୟଙ୍କ ଅଗ୍ରୱାଲଙ୍କ ବ୍ୟାଟିଂ ଭଲ କରୁଥିଲେ ଏବଂ ଦଳ ତୃତୀୟ ଓଭର ପର୍ଯ୍ୟନ୍ତ ୨୯ ରନ୍ କରିଥିଲା । ଏହା ପରେ ଦଳ ଷଷ୍ଠ ଓଭର ପର୍ଯ୍ୟନ୍ତ ୩ ୱିକେଟ୍ ହରାଇଥିଲା । ତେବେ ପାୱାରପ୍ଲେ ଶେଷ ହେବା ବେଳକୁ ଦଳ ୫୦ ମାର୍କ ଅତିକ୍ରମ କରିସାରିଥିଲା କିନ୍ତୁ ମୟଙ୍କ, ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀ ପାଭିଲିୟନକୁ ଫେରିସାରିଥିଲେ । ଏଥି ସହିତ, ୧୩ କୋଟିରେ ଆସିଥିବା ଥିବା ହ୍ୟାରି ବ୍ରୁକର ଖରାପ ଫର୍ମ ଜାରି ରହିଛି ​ଓ ସେ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଶୂନ ରନରେ ଆଉଟ ହୋଇଥିଲେ ।

ହାଇଦ୍ରାବାଦ ମାତ୍ର ୫୪ ରନ୍ କରି ୪ଟି ୱିକେଟ୍ ହରାଇଥିଲା ଓ ଏହାପରେ କ୍ୟାପଟେନ ଆଡେନ ମାର୍କ୍ରାମ ଗୋଟିଏ ପଟେ କ୍ରିଜରେ ନିଜ ଭାର ସମ୍ଭଳିଥିଲେ ଓ ହେନ୍ରିଚ୍ କ୍ଲାସେନ୍ ଅନ୍ୟ ପଟେ ଦ୍ରୁତ ବ୍ୟାଟିଂ କରିଥିଲେ । ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମାତ୍ର ୨୦ ବଲରେ ୩୬ ରନ୍ ସ୍କୋର କରି ଦଳର ବିଜୟ ଆଶାକୁ ବଢ଼ାଇଥିଲେ।

ଏଠାରେ ଖେଳ ପୁଣି ବଦଳିଗଲା । ୧୫ ଓ ୧୭ ତମ ଓଭରରେ ପ୍ରଥମେ କ୍ଲାସେନ୍ ଓ ପରେ ମାର୍କ୍ରାମ ଆଉଟ  ହୋଇ ଯାଇଥିଲେ । ତା’ପରେ ଉନବିଂଶ ଓଭରରେ ରହମାନୁଲ୍ଲା ଗୁରୁବାଜ ଏକ ଉତ୍କୃଷ୍ଟ କ୍ୟାଚ୍ ନେଇ ମାର୍କୋ ଜନସନଙ୍କୁ ପାଭିଲିୟନକୁ ପଠାଇ ଦେଇଥିଲେ । ଶେଷ ଓଭରରେ ୯ ରନ୍ ଆବଶ୍ୟକ ଥିଲା । କିନ୍ତୁ ହାଇଦ୍ରାବାଦ ଏହା କରିବାରେ ବିଫଳ ହୋଇଥିଲା । 

ଏହା ବି ପଢ଼ନ୍ତୁ: MS Dhoni On Retirement: କ୍ରିକେଟରୁ ଅବସରକୁ ନେଇ ଏପରି ମତ ରଖିଲେ ଏମଏସ ଧୋନି; କହିଲେ- କେବେ ହେବ ତାଙ୍କର ଶେଷ ମ୍ୟାଚ୍?

ଏହା ବି ପଢ଼ନ୍ତୁ: Kohli vs Gambhir: 'ଅବ୍ ତୁ ମୁଝେ ଶିଖାଏଗା'; ପିଲାଙ୍କ ପରି ଲଢ଼ିଥିଲେ ବିରାଟ କୋହଲି ଓ ଗୌତମ ଗମ୍ଭୀର, ଜାଣନ୍ତୁ ପୂରା ଘଟଣା