Prabhsimran Singh Century: ପଞ୍ଜାବର ପ୍ରଭାସୀମରନ୍ ଲଗାଇଲେ ନିଜର ପ୍ରଥମ ଆଇପିଏଲ୍ ଶତକ; ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ
Advertisement

Prabhsimran Singh Century: ପଞ୍ଜାବର ପ୍ରଭାସୀମରନ୍ ଲଗାଇଲେ ନିଜର ପ୍ରଥମ ଆଇପିଏଲ୍ ଶତକ; ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

Prabhsimran Singh Century: ଆଇପିଏଲ୍ ୨୦୨୩ କ୍ରମାଗତ ଦ୍ୱିତୀୟ ଦିନରେ ଦୁଇଟି ଶତକ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ସୁର୍ଯ୍ୟକୁମାର ଯାଦବ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ । ବର୍ତ୍ତମାନ ପ୍ରଭାସୀମନ୍ ସିଂ କୋଟଲା ଗ୍ରାଉଣ୍ଡରେ ଏକ ଐତିହାସିକ ଇନିଂସ ଖେଳିଛନ୍ତି ।

ସୌ: ସୋସିଆଲ ମିଡିଆ

Prabhsimran Singh 103 Run vs DC: ପଞ୍ଜାବ କିଙ୍ଗ୍ସର ଓପନର୍ ପ୍ରଭାସୀମରନ୍ ନିଜର ପ୍ରଥମ ଆଇପିଏଲ୍ ଶତକ ୬୧ ବଲ ପୂରା କରି ଇତିହାସ ସୃଷ୍ଟି କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଆଇପିଏଲ୍ ୨୦୨୩ ର ୫୮ ତମ ମ୍ୟାଚରେ ଏହି ଶତକ ତାଙ୍କ ବ୍ୟାଟରୁ ଆସିଛି । ସେ ଏହି ସିଜନରେ ଶତକ ହାସଲ କରିଥିବା ଦ୍ୱିତୀୟ ଭାରତୀୟ କ୍ରିକେଟର । ଏହା ସହ ସେ ପଞ୍ଜାବ ପାଇଁ ଶତକ ହାସଲ କରିବାରେ ଦ୍ୱାଦଶ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।

ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ପଞ୍ଜାବ ଦଳର ଭଲ ଆରମ୍ଭ ହୋଇନଥିଲା । ଇଶାନ୍ତ ଶର୍ମା ଶିଖର ଧାୱନଙ୍କୁ ପ୍ରଥମେ ଆଉଆଟ କରି ପଞ୍ଜାବ ଦଳକୁ ଏକ ବଡ଼ ଝଟକା ଦେଇଥିଲେ । ଏହାପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଲିଆମ୍ ଲିଭିଙ୍ଗଷ୍ଟୋନ୍ ମଧ୍ୟ ୪ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ । ଜିତେଶ ଶର୍ମାଙ୍କ ବ୍ୟାଟ୍ ଆଜି କିଛି ଚମତ୍କାର କରିପାରି ନଥିଲା ଓ ତାଙ୍କ ଖଟରେ ସେ କେବଳ ୫ ରନ୍ ଯୋଡି ପାରିଥିଲେ । ଲାଗୁଥିଲା ପଞ୍ଜାବ ଦଳ ବୋଧହୁଏ କମ୍ ସ୍କୋର କରିବ ।

କିନ୍ତୁ ପଞ୍ଜାବର ଯୁବ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ପ୍ରଭାସୀମରନ୍ ଗୋଟିଏ ପଟେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ସେ ୪୨ ବଲରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ, ଏହା ପରେ ପ୍ରବୀଣ ଦୁବେ, ଇଶାନ୍ତ ଶର୍ମା ଓ କୁଲଦୀପ ଯାଦବଙ୍କ ବଲକୁ ଲଗାତାର ପ୍ରହାର କରି ସେ ୬୧ ବଲରେ ନିଜ ପ୍ରଥମ ଆଇପିଏଲ ଶତକ ପୂରଣ କରିଥିଲେ । ସେ ୧୮ ତମ ଓଭରର ଚତୁର୍ଥ ବଲରେ ଖାଲିଲ ଅହମ୍ମଦଙ୍କୁ ବାଉଣ୍ଡ୍ରି ମାରି ଏହି ସଫଳତା ହାସଲ କରିଥିଲେ ।

 

 

ଯଦିଓ ଏହା ପରବର୍ତ୍ତୀ ଓଭରରେ ତାଙ୍କୁ ମୁକେଶ କୁମାର ତାଙ୍କୁ ଆଉଟ କରି ଦେଇଥିଲେ । ଏହି ଐତିହାସିକ ଇନିଂସରେ ସେ ୬୫ ବଲରେ ୧୦ ଚୌକା ଓ ୬ଟି ଛକା ମାରିଥିଲେ । ତାଙ୍କ ଇନିଂସ ଆଧାରରେ ପଞ୍ଜାବ ୭ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିବାବେଳେ ଇଶାନ୍ତ ଶର୍ମା ଦିଲ୍ଲୀ ପାଇଁ ୨ ୱିକେଟ୍ ନେଇଥିଲେ । ସେମାନଙ୍କ ବ୍ୟତୀତ ଅକ୍ଷର ପଟେଲ, ପ୍ରବୀଣ, କୁଲଦୀପ ଓ ମୁକେଶ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

କାମ କରିନଥିଲା ଧାୱନଙ୍କ ବ୍ୟାଟ୍ 
ଟସ୍ ହାରିବା ପରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ଦ୍ୱିତୀୟ ଓଭରର ଦ୍ୱିତୀୟ ବଲରେ ଇଶାନ୍ତ ଶର୍ମା ପଞ୍ଜାବର ଅଧିନାୟକ ଶିଖର ଧାୱନଙ୍କୁ ଋଷୋଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଗବର ୫ ବଲରେ ୭ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଇଶାନ୍ତ ଶର୍ମା ହାଇଦ୍ରାବାଦକୁ ପଞ୍ଚମ ଓଭରର ପ୍ରଥମ ବଲରେ ଦ୍ୱିତୀୟ ଝଟକା ଦେଇଥିଲେ । ଦ୍ରୁତ ବୋଲର ଲିଆମ୍ ଲିଭିଙ୍ଗଷ୍ଟୋନ୍ କ୍ଲିନ ବୋଲ୍ଡ କରିଥିଲେ । ଲିଭିଙ୍ଗଷ୍ଟୋନ୍ ୫ଟି ବଲ ଖେଳି ୪ ରନ୍ କରିଥିଲେ ।

ଏହା ବି ପଢନ୍ତୁ: Virat Kohli: ବିରାଟ କୋହଲି ହଠାତ୍ କାହିଁକି କହିଲେ - ମୁଁ ଭୁଲ୍ କରିଛି

ଏହା ବି ପଢନ୍ତୁ: India vs Pakistan: ଏସିଆ କପକୁ ନେଇ ପୁଣିଥରେ ଧମକ ଦେଲା ପାକିସ୍ତାନ, ଜାଣନ୍ତୁ ବର୍ତ୍ତମାନ କ’ଣ ରଖିଲା ଡିମାଣ୍ଡ