Rinku Singh: ରିଙ୍କୁଙ୍କର ପ୍ରଶଂସା କଲେ ପର୍ଣ୍ଣ ଷ୍ଟାର; ପ୍ରଶଂସକ ଦେଲେ ଏଭଳ ପ୍ରତିକ୍ରିୟା
Advertisement

Rinku Singh: ରିଙ୍କୁଙ୍କର ପ୍ରଶଂସା କଲେ ପର୍ଣ୍ଣ ଷ୍ଟାର; ପ୍ରଶଂସକ ଦେଲେ ଏଭଳ ପ୍ରତିକ୍ରିୟା

Porn Star Praises Rinku Singh News In Odia: ଚଳିତ ଆଇପିଏଲରେ(IPL) କ୍ରିକେଟର ରିଙ୍କୁ ସିଂଙ୍କୁ (Cricketer Rinku Singh) ନେଇ ଜୋରଦାର ଚର୍ଚ୍ଚା ଜୋର ଧରିଛି। । ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ (Gujarat -Titans) ଗୁଜୁରାଟ ଟାଇଟନ୍ସ ର ବୋଲରଙ୍କ ନିଦ ହଜେଇ ଦେଇଛି। ଗତକାଲି ଗୁଜୁରାଟ ଟାଇଟନ୍ସ ଓ କୋଲାକାତା ନାଇଟ ରାଇଡର୍ସ (KKR Vs GT) ମଧ୍ୟରେ ରୋମାଂଚକର ମ୍ୟାଚ୍ ହୋଇଥିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଧୂଆଁଧାର ଛକା ବର୍ଷା କରିଥିଲେ ରିଙ୍କୁ ସିଂ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Porn Star Praises Rinku Singh News In Odia: ଚଳିତ ଆଇପିଏଲରେ(IPL) କ୍ରିକେଟର ରିଙ୍କୁ ସିଂଙ୍କୁ (Cricketer Rinku Singh) ନେଇ ଜୋରଦାର ଚର୍ଚ୍ଚା ଜୋର ଧରିଛି।  । ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ (Gujarat -Titans) ଗୁଜୁରାଟ ଟାଇଟନ୍ସ ର ବୋଲରଙ୍କ ନିଦ ହଜେଇ ଦେଇଛି। ଗତକାଲି ଗୁଜୁରାଟ ଟାଇଟନ୍ସ ଓ କୋଲାକାତା ନାଇଟ ରାଇଡର୍ସ  (KKR Vs GT) ମଧ୍ୟରେ ରୋମାଂଚକର ମ୍ୟାଚ୍ ହୋଇଥିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ  ଧୂଆଁଧାର ଛକା ବର୍ଷା କରିଥିଲେ ରିଙ୍କୁ ସିଂ । ଶେଷ ଓଭରରେ ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ (Kolkata Knight Riders) ଦମଦାର ବିଜୟ ଭେଟି ଦେଇଛନ୍ତି ଯୁବ କ୍ରିକେଟର୍‌ ରିଙ୍କୁ ସିଂ(Cricketer Rinku Singh)। ତେବେ, ଯୁବ କ୍ରିକେଟରଙ୍କ ଏହି ଧମାକାଦାର ମ୍ୟାଚ ଦେଖି ଚକିତ ହୋଇଯାଇଥିଲେ କ୍ରିକେଟପ୍ରେମୀ । 

ତେବେ, ରିଙ୍କୁଙ୍କ (Cricketer Rinku Singh) ଏହି ଧୂଆଁଧାର ପଫମାନ୍ସ ଦେଖି କ୍ରିକେଟପ୍ରେମୀ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରେଟି ମଧ୍ୟ ତାଙ୍କୁ ଭୁରି ଭୁରୀ ପ୍ରଂଶସା କରୁଛନ୍ତି। ରଣବୀର ସିଂ ଏବଂ ବିରେନ୍ଦ୍ର ସେହୱାଗଙ୍କ ଭଳି ତାରକାମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି। ପ୍ରସିଦ୍ଧ ପର୍ଣ୍ଣଷ୍ଟାର କେନ୍ଦ୍ରା ଲୁଷ୍ଟ (Porn Star Kendra Lust) ମଧ୍ୟ ରିଙ୍କୁ ସିଂଙ୍କୁ ପ୍ରଶଂସା କରିଛନ୍ତି।  ଏନେଇ କେନ୍ଦ୍ରାଲୁଷ୍ଟ ରିଙ୍କୁଙ୍କ ପାଇଁ ଏକ ଟ୍ବିଟ୍ ମଧ୍ୟ କରିଛନ୍ତି।  ଯେଉଁଥିରେ ପର୍ଣ୍ଣଷ୍ଟାର ଜଣକ ଲେଖିଛନ୍ତି , 'ରିଙ୍କୁ  ଦି କିଙ୍ଗ' ,ଏହା ସହିତ ଏକ ଚୁମ୍ବନର ଇମୋଜି ମଧ୍ୟ ଦେଇଛନ୍ତି । ତେବେ,  ପର୍ଣ୍ଣଷ୍ଟାର କେନ୍ଦ୍ରା ଲୁଷ୍ଟ (Porn Star Kendra Lust) ଏହି ପୋଷ୍ଟ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ, ଏନେଇ ରିଙ୍କୁଙ୍କ  ପ୍ରଶଂସକ ମଧ୍ୟ ସୋସିଆଲ ମିଡିଆରେ ଚିଡେଇବା ଆରମ୍ଭ କରିଦେଇଛନ୍ତି।  କିଛି ପ୍ରଶଂସକ କହିଛନ୍ତି ଯେ, 'ଭାଇ ଏହି ଝିଅର ଜାଲରେ ଫସିଗଲେ । ' କିନ୍ତୁ ଏନେଇ ରିଙ୍କୁ ସିଂଙ୍କର କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି। 

fallback

Also Read : ଦିନେ ସିଲିଣ୍ଡର ବିତରଣ କରୁଥିଲେ, ଆଜି IPL ଷ୍ଟାର; ଏମିତି କଣ୍ଟକିତ ପଥ ଥିଲା ରିଙ୍କୁଙ୍କ ଜୀବନ

Also Read : Al-Aqsa Mosque: ରମଜାନ୍ ମାସରେ ଅଘଟଣ, ନମାଜ ପାଠ ବେଳେ ଆକ୍ରମଣ

ଆଇପିଏଲ-୧୬ରେ (ipl 2023) ରବିବାର ହୋଇଥିବା ମ୍ୟାଚ ଗୁଜୁରାଟ ଏବଂ କୋଲକାତା ମଧ୍ୟରେ ହୋଇଥିଲା । ଏଥିରେ କୋଲକାତାକୁ ୨୯ ରନ ଆବଶ୍ୟକ ଥିଲା । ବୋଲର ୟଶ ଦୟାଲଙ୍କୁ ଶେଷ ୫ଟି ବଲରେ ୫ଟି ଛକା ମାରି ରିଙ୍କୁ ସିଂ ଗୁଜରାଟ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ତାଙ୍କର ଏହି ଛକା ପାଇଁ ସେ ଆଜି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୋସିଆଲ ମିଡିଆରେ ରିଙ୍କୁ ଛାଇ ଯାଇଛନ୍ତି ।  ଯଦି ଆମେ ରିଙ୍କୁଙ୍କ ବିଷୟରେ ଚର୍ଚ୍ଚା କରିବା ,ତେବେ ରିଙ୍କୁ ଗରିବ ପରିବାରରୁ ଆସିଛନ୍ତି । ରିଙ୍କୁଙ୍କ ବାପା ଗ୍ୟାସ ବିତରଣ କରି ପରିବାର ଚଳାଉଥିଲେ । ରିଙ୍କୁଙ୍କ ଭାଇ ଅଟୋ ଚଳାନ୍ତି । ପିଲାଟିବେଳୁ ରିଙ୍କୁଙ୍କର କ୍ରିକେଟ ପ୍ରତି ଦୁର୍ବଳତା ଥିଲା । ଯେଉଁଥିପାଇଁ ସେ ନବମ ଶ୍ରେଣୀରେ ଫେଲ ହୋଇଥିଲେ । କ୍ରିକେଟ ପାଇଁ ସେ ବାପାଙ୍କଠାରୁ ବହୁତ ମାଡ଼ ବି ଖାଇଛନ୍ତି । ମାଡ଼ ଖାଇ ବି ସେ ନିଜ ରୁଚିକୁ ପରିବର୍ତ୍ତନ କରି ନଥିଲେ । କ୍ରିକେଟରେ ସେ ଭଲ ପ୍ରଦର୍ଶନ କରିବାରୁ ବାପାଙ୍କ ମନୋଭାବ ବି ବଦଳିଥିଲା । ରିଙ୍କୁ ଜିତିଥିବା ବାଇକକୁ ନେଇ ବାପା ଗ୍ୟାସ ବିତରଣ କରୁଥିଲେ । ୧୬ ବର୍ଷ ବୟସରେ ରିଙ୍କୁ ଉତ୍ତରପ୍ରଦେଶ ପାଇଁ ଲିଷ୍ଟ- ଏ କ୍ରିକେଟରେ ପଦାର୍ପଣ କରିଥିଲେ । ଏହା ପରେ ତାଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଉତ୍ତରପ୍ରଦେଶ ଦଳରେ ସ୍ଥାନ ମିଳିଥିଲା । ୨୦୧୬-୧୭ ସିଜିନରେ ସେ ରଣଜୀରେ ପଦାର୍ପଣ କରିଥିଲେ । ୨୦୧୭ରେ ରିଙ୍କୁ ପଞ୍ଜାବ ପାଇଁ ଖେଳିଥିଲେ । ୨୦୧୮ରେ ତାଙ୍କୁ ୮୦ ଲକ୍ଷ ନିଲାମୀରେ କିଣିଥିଲା କୋଲକାତା ।