LSG vs MI: ରୋମାଞ୍ଚକ ମ୍ୟାଚରେ ମୁମ୍ବାଇକୁ ପରାସ୍ତ କଲା ଲକ୍ଷ୍ନୌ; ମ୍ୟାଚ୍ ମୋଡ଼ ବଦଳାଇ ମୋହସିନ୍ ଖାନ୍
Advertisement

LSG vs MI: ରୋମାଞ୍ଚକ ମ୍ୟାଚରେ ମୁମ୍ବାଇକୁ ପରାସ୍ତ କଲା ଲକ୍ଷ୍ନୌ; ମ୍ୟାଚ୍ ମୋଡ଼ ବଦଳାଇ ମୋହସିନ୍ ଖାନ୍

LSG vs MI Full Match Highlights: ମୁମ୍ବାଇ ଇଣ୍ଡିଆନ୍ସକୁ ଜିତିବା ପାଇଁ ଶେଷ ଓଭରରେ ୧୧ ରନ୍ ସ୍କୋରର ଆବଶ୍ୟକ ଥିଲା ଓ କ୍ୟାମେରନ୍ ଗ୍ରୀନ୍ ଏବଂ ଟିମ୍ ଡେଭିଡ କ୍ରିଜରେ ଥିଲେ । କିନ୍ତୁ ମୋହସିନ୍ ଖାନ୍ ୧୧ ରନ୍ ବଞ୍ଚାଇ ଲକ୍ଷ୍ନୌକୁ ବିଜୟୀ କରାଇ ଥିଲେ ।

ସାଙ୍କେତିକ ଫଟୋ

LSG vs MI, IPL 2023: ନିଜ ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏକ ରୋମାଞ୍ଚକର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ପରାସ୍ତ କରିଛି । ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ଶେଷ ଓଭରରେ ୧୧ ରନ୍ ସ୍କୋରର ଆବଶ୍ୟକ ଥିଲା ଓ ମୁମ୍ବାଇ ତରଫରୁ କ୍ୟାମେରନ୍ ଗ୍ରୀନ୍ ଓ ଟିମ୍ ଡେଭିଡ କ୍ରିଜରେ ଥିଲେ । କିନ୍ତୁ ମୋହସିନ୍ ଖାନ୍ ୬ ରନ୍ ଦେଇ ଲକ୍ଷ୍ନୌକୁ ବିଜୟ ଦେଇଥିଲେ । ପ୍ରଥମ ଇନିଂସ ପରେ ଲକ୍ଷ୍ନୌ ମୁମ୍ବାଇକୁ ୧୭୭ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ରୋହିତ ଶର୍ମାଙ୍କ ଦଳ ମାତ୍ର ୧୭୨ ରନ୍ ସ୍କୋର କରିପାରିଥିଲା ।

ମାର୍କସ ଷ୍ଟୋଇନିସଙ୍କ ଅପରାଜିତ ୮୯ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ନିଜ ଘରେ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ରନରେ ପରାସ୍ତ କରିଚି । ଏହା ସହିତ ଏହି ଦଳ ଆଇପିଏଲ -୨୦୨୩ ର ପ୍ଲେ ଅଫରେ ପହଞ୍ଚିବାର ଆଶାକୁ ଉଜ୍ଜୀବିତ ରଖିଛି .. ଲକ୍ଷ୍ନୌ ୨୦ ଓଭରରେ ତିନି ୱିକେଟ୍ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲେ । ଶେଷ ଓଭରରେ ମୁମ୍ବାଇ ୧୧ ରନ୍ ସ୍କୋର କରି ନପାରି ମ୍ୟାଚ୍ ହାରି ଯାଇଥିଲା। ପୂରା ଓଭର ଖେଳିବା ପରେ ମୁମ୍ବାଇ ପାଞ୍ଚ ୱିକେଟ୍ ହରାଇ ମାତ୍ର ୧୭୧ ରନ୍ ସ୍କୋର କରିପାରିଥିଲା ।

ଲକ୍ଷ୍ନୈ ପାଇଁ ମୋହସିନ୍ ଖାନ୍ ଶେଷ ଓଭର ବୋଲିଂ କରିଥିଲେ ଓ ମୁମ୍ବାଇର ଦୁଇ ବିସ୍ଫୋରକ ଖେଳାଳି - ଟିମ୍ ଡେଭିଡ ଓ କ୍ୟାମେରନ୍ ଗ୍ରୀନ୍ ଆବଶ୍ୟକ ରନ୍ ସ୍କୋର କରିବାକୁ ଦେଇନଥିଲେ । ୧୯ ବଲରୁ ୩୨ ରନ୍ ସ୍କୋର କରିବା ପରେ ଟିମ୍ ଡେଭିଡ ଅପରାଜିତ ରହିଥିଲେ । ସେ ତିନୋଟି ଛକା ଓ ଚାରି ଚୌକା ମାରିଥିଲେ । ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ ଲକ୍ଷ୍ନୌକୁ ବର୍ତ୍ତମାନ ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ ମଧ୍ୟ ଜିତିବାକୁ ପଡିବ । ଯଦି ମୁମ୍ବାଇ ଏହାର ପରବର୍ତ୍ତୀ ମ୍ୟାଚ୍ ଜିତେ, ତେବେ ଏହି ଦଳ ମଧ୍ୟ ପ୍ଲେ ଅଫ୍ ରେ ପହଞ୍ଚିପାରେ ।

ଲକ୍ଷ୍ନୈ ପାଇଁ କ୍ୟାପଟେନ କ୍ରୁନାଲ ପାଣ୍ଡ୍ୟା ଓ ଷ୍ଟୋଇନିସ୍ ଭଲ ପ୍ରଦର୍ଶନ କରିଥିଲେ । ଉଭୟେ ୮୨ ରନ୍ ର ପାର୍ଟନରସିପ କରିଥିଲେ । କ୍ରୁନାଲ ତାଙ୍କ ଅର୍ଦ୍ଧ ଶତାବ୍ଦୀ କରିବାରୁ ଗୋଟିଏ ରନରେ ବଞ୍ଚିତ ହୋଇଥିଲେ କିନ୍ତୁ ସେହି ସମୟରେ କ୍ରୁନାଲ ଆହତ ହୋଇ ରିଟାର୍ଡ଼ହର୍ଟ ନେବାକୁ ନିଷ୍ପତ୍ତି ନେଇଥିଲେ । ସେ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ ୪୨ ବଲରେ ୪୯ ରନ ସଂଗ୍ରହ କରିଥିଲେ। ଅଧିନାୟକଙ୍କ ପରେ ଷ୍ଟୋଇନିସ୍ ଏକ ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରି ଦ୍ରୁତ ଗତିରେ ସ୍କୋର କରିଥିଲେ । ଷ୍ଟୋଇନିସ୍ ୩୫ ବଲରେ ୪୫ ରନ୍ ସଂଗ୍ରହ କରିଥିଲେ କିନ୍ତୁ ପରବର୍ତ୍ତୀ ୧୨ ବଲରେ ସେ ୪୪ ରନ୍ କରିଥିଲେ ।

ଏହା ବି ପଢନ୍ତୁ: MS Dhoni: ଶେଷ ଆଇପିଏଲ ସିଜନ୍ ଖେଳୁଛନ୍ତି କି ଧୋନୀ? ଗାଭାସ୍କରଙ୍କ ଅଟୋଗ୍ରାଫ ଦେଲା କିଛି ଏଭଳି ସଙ୍କେତ