IPL 2023: ମୁମ୍ବାଇ ଇଣ୍ତିଆନ୍ସକୁ ଷଷ୍ଠ ଥର ପାଇଁ ଟାଇଟଲ ଜିତାଇପାରନ୍ତି ଏହିସବୁ ଖେଳାଳି!
Advertisement

IPL 2023: ମୁମ୍ବାଇ ଇଣ୍ତିଆନ୍ସକୁ ଷଷ୍ଠ ଥର ପାଇଁ ଟାଇଟଲ ଜିତାଇପାରନ୍ତି ଏହିସବୁ ଖେଳାଳି!

IPL 2023: ଆଇପିଏଲ-୧୬କୁ ଆଉ ଦିନ କେଇଟା ବାକି ରହିଛି । ଏଥିରେ ଲାଗି ଜୋରଦାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ସବୁ ଦଳ । ଗତ ସିଜନରେ ଫ୍ୟାନ୍ସ ନିରାଶ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଚଳିତ ବର୍ଷ ଦଳର ଏହି ସବୁ ଖେଳାଳି ମୁମ୍ବାଇ ପାଇଁ ଗେମ୍ ଚେଞ୍ଜର ହୋଇପାରନ୍ତି ବୋଲି ଆଶା କରାଯାଇଛି । 

ସୌ(ସୋସିଆଲ ମିଡିଆ)

IPL 2023: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍-୧୬(IPL-2023) ତେବେ ୫ ଥର ଟାଇଟେଲ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲର ସବୁଠାରୁ ସଫଳ ଦଳ ଭାବେ ଗଣା ଯାଇଥାଏ। କିନ୍ତୁ ଗତବର୍ଷ ଆଇପିଏଲରେ କିଛି ଖାସ ପ୍ରଦର୍ଶନ କରିପାରିନଥିଲା ଦଳ । ୨୦୨୨ରେ ସିଜନ ଶେଷ ବେଳକୁ ପଏଣ୍ଟ ଟେବୁଲର ୧୦ମ ସ୍ଥାନରେ ରହିଥିଲା ମୁମ୍ବାଇ । ଗତବର୍ଷ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏଥର କିନ୍ତୁ ଜବଦରଦସ୍ତ କମବ୍ୟାକ ଲକ୍ଷ୍ୟରେ ଅଛନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଏହି ସବୁ ଖେଳାଳୀ ଦଳକୁ ଜିତାଇବା ନେଇ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି ।

ରୋହିତ ଶର୍ମା(Rohit Sharma)

ଏହି ତାଲିକାରେ ସବୁଠୁ ପ୍ରଥମେ ରହିଛି ଅଧିନାୟକ ରୋହିତ ଶର୍ମାଙ୍କ ନାମ । ଚଳିତବର୍ଷ ହିଟ୍ ମ୍ୟାନ ଫର୍ମରେ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଚଳିତ ଆଇପିଏଲରେ ମୁମ୍ବାଇ ଜବରଦସ୍ତ କମବ୍ୟାକ୍ ଦାୟିତ୍ୱ ରୋହିତଙ୍କ କାନ୍ଧରେ ରହିଛି ।

ସୂର୍ଯ୍ୟକୁମାର ଯାଦବ (suryakumar yadav)

ଦୁନିଆର ଏକ ନମ୍ବର ଟି -୨୦ ବ୍ୟାଟ୍ସମ୍ୟାନ୍  ସୂର୍ଯ୍ୟକୁମାର ଯାଦବ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । ଅନ୍ତର୍ଜାତୀୟ ଟି -୨୦ ରେ ଏହି ଯୁବ କ୍ରିକେଟର ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଚଳିତ ବର୍ଷ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଭଲ ପ୍ରଦର୍ଶନ ନେଇ ଆଶା ରଖିଛି । ଏହି ବ୍ୟାଟ୍ସମ୍ୟାନ୍ ଦଳକୁ ସେ ଷଷ୍ଠ ଥର ଟାଇଟଲ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି।

ଜୋଫ୍ରା ଆର୍ଚର(Jofra Archer)

ଆଇପିଲ-୧୬ରେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ନେଇ ଆସିଛି । ଆହତ କାରଣରୁ ଜସପ୍ରୀତ ବୁମ୍ରା ଓ ଜେଇ ରିଚାର୍ଡସନ ଆହତ କାରଣରୁ ଦଳରୁ ବାଦ ପଡି଼ଛନ୍ତି। ଏଭଳି ପରିସ୍ଥିତିରେ ଜୋଫ୍ରା ଆର୍ଚରଙ୍କୁ ଚଳିତ ସିଜନରେ ମୁମ୍ବାଇ ପାଇଁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଜୋଫ୍ରାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଡିୱାଲ୍ଡ ବ୍ରେଭିସ୍ ତାଲିକାରେ ପାଞ୍ଚ ନମ୍ବରରେ ସ୍ଥାନରେ ରହିବା ଆବଶ୍ୟକ। ଏହି ବ୍ୟାଟ୍ସମ୍ୟାନ୍ ଚଳିତ ବର୍ଷ ମୁମ୍ବାଇ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି।

ଟିମ୍ ଡେଭିଡ୍(Tim David)

ଏହି ଅଷ୍ଟ୍ରେଲୀୟ କ୍ରିକେଟର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସବୁଠୁ ବଡ଼ ଗେମ ଚେଞ୍ଜର ହୋଇପାରନ୍ତି । ଟିମ୍ ଡେଭିଡ୍ ଅଲରାଉଣ୍ଡର ହୋଇଥିବା ବେଳେ ସେ ଗତ ସିଜନରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ । ନିକଟରେ ସେ PSLରେ ମଧ୍ୟ କିଛି ଭଲ ଇନିଂସ ଖେଳିଥିଲ, ତେଣୁ ଚଳିତ ବର୍ଷ ଟିମ୍ ଡେଭିଡ ମୁମ୍ବାଇ ପାଇଁ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି ।

କ୍ୟାମେରନ୍ ଗ୍ରୀନ(Cameron Green)

ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ଅଷ୍ଟ୍ରେଲିଆର ଯୁବ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କା ଦେଇ ଦଳରେ ସାମିଲ କରିଛି । କ୍ୟାମେରନ୍ ଗ୍ରୀନ୍ ଫିଟ୍ ହୋଇଥିବା ସହ ସେ ଅହମ୍ମଦାବାଦ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିଲେ। ତେବେ ଏହି ଆଇପିଏଲରେ କାମେରନ୍ ଗ୍ରୀନ୍ ଉଭୟ ଓ ବୋଲିଂରେ ଦଳ ପାଇଁ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି ।

Also Read-IPL 2023: ଶ୍ରେୟସ ଆୟରଙ୍କ ବଦଳରେ କ୍ୟାପଟେନ୍ ଦାୟିତ୍ବ ତୁଲାଇପାରନ୍ତି ଏହି ଖେଳାଳୀ, ସାମ୍ନାକୁ ଆସିଲା ୩ଟି ନାମ