IPL 2023: ଆଜି କୋଲକାତା-ବାଙ୍ଗାଲୋର ମୁହାଁମୁହିଁ
Advertisement
Article Detail0/zeeodisha/odisha1668962

IPL 2023: ଆଜି କୋଲକାତା-ବାଙ୍ଗାଲୋର ମୁହାଁମୁହିଁ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ୩୬ତମ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ଆଜି ମୁହାଁମୁହିଁ ହେବେ | ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ଏପର୍ଯ୍ୟନ୍ତ ୭-୭ ମ୍ୟାଚ୍ ଖେଳିଛନ୍ତି। ୪ଟି ମ୍ୟାଚ୍ ଜିତିବା ପରେ ପଏଣ୍ଟ ଟେବୁଲରେ ବେଙ୍ଗାଲୁରୁର ଦଳ ପଞ୍ଚମ ସ୍ଥାନରେ ଥିବାବ

IPL 2023: ଆଜି କୋଲକାତା-ବାଙ୍ଗାଲୋର ମୁହାଁମୁହିଁ

ବେଙ୍ଗାଲୁରୁ:ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ୩୬ତମ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ଆଜି ମୁହାଁମୁହିଁ ହେବେ | ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ଏପର୍ଯ୍ୟନ୍ତ ୭-୭ ମ୍ୟାଚ୍ ଖେଳିଛନ୍ତି। ୪ଟି ମ୍ୟାଚ୍ ଜିତିବା ପରେ ପଏଣ୍ଟ ଟେବୁଲରେ ବେଙ୍ଗାଲୁରୁର ଦଳ ପଞ୍ଚମ ସ୍ଥାନରେ ଥିବାବେଳେ ନାଇଟ୍ ରାଇଡର୍ସ ଦଳ ଅଷ୍ଟମ ସ୍ଥାନରେ ରହିଛି। ଏହି ମ୍ୟାଚରେ ସମସ୍ତଙ୍କ ଆଖି ପୁଣି ଥରେ ରିଙ୍କୁ ସିଂଙ୍କ ଉପରେ ରହିବ। କାରଣ ଯିଏ ଚଳିତ ସିଜନରେ ଭଲ ଫର୍ମରେ ଅଛନ୍ତି। ତେଣୁ ବ୍ୟାଟ୍ସମ୍ୟାନଙ୍କ ସହ ରନ୍ ସ୍କୋର କରିବାର କୋହଲିଙ୍କ ଆଶା ସ୍ଥିର ରହିବ। ମୋଟ ଉପରେ ଆଜି ରାତିରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ଏହି ମ୍ୟାଚକୁ ଲାଇଭ କେଉଁଠାରେ ଦେଖିପାରିବା।

ଚଳିତ ଆଇପିଏଲର ୩୬ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ବୁଧବାର ୨୬ ଏପ୍ରିଲକୁ ଖେଳାଯିବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ୩୬ତମ ମୁକାବିଲା ଖେଳାଯିବ। ଏହି ମ୍ୟାଚଟି ବେଙ୍ଗାଲୁରୁସ୍ଥିତ ଏସ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯିବ। 

ତେବେ ଏହି ମ୍ୟାଚଟି ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଖେଳାଯିବ। ମ୍ୟାଚ ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ଟସ ପଡ଼ିବ। ତେବେ ଏହି ମ୍ୟାଚର ଲାଇଭ ଟେଲିକାଷ୍ଟ ଭାରତରେ ଷ୍ଟାର ସ୍ପୋର୍ଟସରେ ହେବ। ହିନ୍ଦୀ ଓ ଇଂରାଜୀ ସହିତ ଓଡ଼ିଆ, ଭୋଜପୁରୀ, ବାଂଲା ଭଳି ଏକାଧିକ ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରିତ ହେବ। ସେହିପରି ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଆପଣ ମୋବାଇଲ ଓ ଲ୍ୟାପଟପ ମାଧ୍ୟମରେ ଦେଖିପାରିବେ । 

ସୂଚନାଯୋଗ୍ୟ 

ଚଳିତ ଆଇପିଏଲର ୧୬ତମ ସଂସ୍କରଣରେ ୩୫ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଗୁଜୁରାଟ ଦଳ ୨୦ ଓଭରରେ ୬ ଓ୍ୱିକେଟ ହରାଇ ୨୦୭ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ମୁମ୍ବଇ ଦଳ ବିଜୟ ଲକ୍ଷ୍ୟକୁ ପିଛା କରି ୯ ଓ୍ୱିକେଟ ହରାଇ ମାତ୍ର ୧୫୨ ରନ କରି ପରାଜୟ ବରଣ କରିଥିଲା। ଫଳରେ ଗୁଜୁରାଟ ୫୫ ରନରେ ବିଜୟ ହାସଲ କରିନେବା ସହିତ ୨ ପଏଣ୍ଟ ହାସଲ କରିଛି। 

ମୁମ୍ବାଇ ଠାରୁ ଆମନ୍ତ୍ରଣ ପାଇବା ପରେ ଗୁଜୁରାଟ ପକ୍ଷରୁ ଋଦ୍ଧିମାନ ଶାହ ଓ ଶୁବମନ ଗିଲ ପାଳି ଆରମ୍ଭ କରିଥିଲେ। ପ୍ରଥମ ଓ୍ୱିକେଟରେ ଏକ ମଜବୁତ ସ୍କୋର କରିବାରେ ଗୁଜୁରାଟ ବିଫଳ ହୋଇଥିଲା। ମାତ୍ର ୧୨ ରନ କରି ଗୁଜୁରାଟ ପକ୍ଷରୁ ଋଦ୍ଧିମାନ ପାଭିଲିୟନ ଫେରିଥିଲେ। ଅର୍ଜୁନଙ୍କ ଏକ ବଲକୁ ଖେଳିବାକୁ ଯାଇ ଇଶାନ କିଶନଙ୍କ ହାତରେ କ୍ୟାଚ ଆଉଟ ହୋଇ ଯାଇଥିଲେ ସେ। ପରେ ଶୁବମନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଏକ ବିରାଟ ଲକ୍ଷ୍ୟ ଅଭିମୁଖେ ନେଇଯାଇଥିଲେ। ଦଳ ପାଇଁ ଶୁବମନ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତେବେ ଦ୍ୱିତୀୟ ଓ୍ୱିକେଟ ପାଇଁ ଅଧିନାୟକ ହାର୍ଦ୍ଦିକ ବ୍ୟକ୍ତିଗତ ୧୩ ରନ କରି ପାଭିଲିୟନ ଫେରିଥିଲେ। ସେହିପରି ବିଜୟ ଶଙ୍କର ମଧ୍ୟ ବ୍ୟକ୍ତିଗତ ୧୯ ରନ କରି ଆଉଟ ହୋଇଥିଲେ। ଶୁବମନ ୫୬ ରନ, ଡାଭିଡ଼ ମିଲ୍ଲର ୪୬ ଓ ଅଭିନବ ମନୋହର ୪୨ ରନ କରିଥିଲେ। ରାହୁଲ ତେଓ୍ୱତିୟା ୨୦ ଓ ରସିଦ ଖାନ ୨ ରନ କରି ଅପରାଜିତ ରହିଥିଲେ। 

ଆଜି ବି ମୁମ୍ବାଇ ପକ୍ଷରୁ ଖେଳୁଥିବା ଅର୍ଜୁନ ତେନ୍ଦୁଲକରଙ୍କୁ ସଫଳତା ମିଳିଥିଲା। ଅର୍ଜୁନ ତେନ୍ଦୁଲକରଙ୍କୁ ଗୋଟିଏ ଓ୍ୱିକେଟ ମିଳିଥିବା ବେଳେ ଜେସନ ବେନଡ୍ରଫ, ରିଲେ ମେରେଡିଥ ଓ କୁମାର କାର୍ତ୍ତିକେୟଙ୍କୁ ଗୋଟିଏ ଲେଖାଏଁ ଓ୍ୱିକେଟ ମିଳିଥିବା ବେଳେ ପିୟୁଷ ଚାଓ୍ୱଲା ଦୁଇଟି ଓ୍ୱିକେଟ ହାତେଇଥିଲେ। 

ଗୁଜୁରାଟ ଠାରୁ ବିଜୟ ଲକ୍ଷ୍ୟ ପାଇବା ପରେ ପାଳି ଆରମ୍ଭ କରିଥିଲା ମୁମ୍ବାଇ।  ତେବେ ଦଳୀୟ ସ୍କୋର ମାତ୍ର ୪ ରନ ବେଳେ ରୋହିତ ଶର୍ମା ଆଉଟ ହୋଇ ଦଳ ପାଇଁ ବିପର୍ଯ୍ୟସ୍ତ ସୃଷ୍ଟି କରିଥିଲେ। ତେବେ ଇଶାନ କିଶନ ଓ କ୍ୟାମେରୁନ ଗ୍ରିନ ପାଳି ସମ୍ଭାଳିଥିଲେ। ନିୟମିତ ବ୍ୟବଧାନରେ ଦଳ ଓ୍ୱିକେଟ ହରାଇ ଚାଲିଥିଲା। ତେବେ ଦଳୀୟ ସ୍କୋର ୪୩ ରନ ହୋଇଥିବା ବେଳେ ଇଶାନ କିଶନ ବ୍ୟକ୍ତିଗତ ୧୩ ରନ କରି ଆଉଟ ହୋଇଥିଲେ। ଠିକ ସେହିପରି ଦଳୀୟ ସ୍କୋର ୪୫ ବେଳେ ମୁମ୍ବାଇକୁ ଦ୍ୱିତୀୟ ଝଟକା ଲାଗିଥିଲା। ଦମଦାର ବ୍ୟାଟିଂ କରୁଥିବା କ୍ୟାମେରୁନ ଗ୍ରୀନ ୩୩ ରନ କରି ଆଉଟ ହୋଇଯାଇଥିଲେ। 

ସେହିପରି ନେହାଲ ଓ୍ୱାଧେରା ୪୦ ରନ କରି ଆଉଟ ହୋଇଥିବା ବେଳେ ପିୟୁଷ ଚାଓ୍ୱଲା ୧୮ ଓ ଅର୍ଜୁନ ତେନ୍ଦୁଲକର ୧୩ ରନ କରି ଆଉଟ ହୋଇଯାଇଥିଲେ। ଜେସନ ବେନଡ୍ରଫ ୩ରନ ଓ ରିଲେ ମେଡ୍ରିଫ ଶୂନ ରନ କରି ଅପରାଜିତ ରହିଥିଲେ। ତେବେ ନିର୍ଦ୍ଧାରିତ ଓଭର ଶେଷ ବେଳକୁ ଦଳ ୯ ଓ୍ୱିକେଟ ହରାଇ ୧୫୨ ରନରେ ସୀମିତ ରହିଯାଇଥିଲା। ଫଳରେ ଗୁଜୁରାଟ ୫୫ ରନରେ ବିଜୟ ହାସଲ କରିନେଇଥିଲା।

ଗୁଜୁରାଟ ପକ୍ଷରୁ ନୂର ଅହମ୍ମଦ ସର୍ବାଧିକ ୩ଟି ଓ୍ୱିକେଟ ହାତେଇଥିବା ବେଳେ ମୋହିତ ଶର୍ମା ଓ ରସିଦ ଖାନ ଦୁଇଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ଗୋଟିଏ ଓ୍ୱିକେଟ ହାତେଇଥିଲେ।