KKR Vs SRH: ଆଜି କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ, ଜାଣନ୍ତୁ କାହାର ରହିଛି ପଲା ଭାରି!
Advertisement

KKR Vs SRH: ଆଜି କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ, ଜାଣନ୍ତୁ କାହାର ରହିଛି ପଲା ଭାରି!

KKR Vs SRH: ଚଳିତ ଆଇପିଏଲର ୧୯ତମ ମ୍ୟାଚ୍ ଆଜି କୋଲକାତା ଓ ହାଇଦ୍ରାବାଦ ମଧ୍ଯରେ ଖେଳାଯିବ । ତେବେ ଏହି ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍ଟର ଦେଖିବାକୁ ମିଳିପାରେ । କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ର ପୂର୍ବ ରେକର୍ଡ ଉପରେ ନଜର ପକାଇବା ।

ସୌ(ସୋସିଆଲ ମିଡିଆ)

KKR Vs SRH: ଚଳିତ ଆଇପିଏଲର ୧୯ ତମ ମ୍ୟାଚ୍ ଆଜି କୋଲକାତା ନାଇଟ୍ ରାଇଡର୍ସ (kolkata knight riders) ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ଯରେ ଖେଳାଯିବ । କୋଲକତା ଇଡ଼େନ ଗାର୍ଡ଼େନରେ (Eden garden) ମୁହାଁମୁହିଁ ହେବେ ଏହି ଦୁଇ ଦଳ । ତେବେ ଏହି ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍ଟର ଦେଖିବାକୁ ମିଳିପାରେ । କୋଲକତା ନାଇଟ୍ ରାଇଡର୍ସ ଖେଳାଳୀ ରିଙ୍କୁ ସିଂଙ୍କ (Rinku singh) ଚମତ୍କାର ପ୍ରଦର୍ଶନ ଫଳରେ ପୂର୍ବ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଧୂଳି ଚଟାଇଥିଲା ଦଳ। ସେହିପରି ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ମଧ୍ୟ ପୂର୍ବ ମ୍ୟାଚରେ ପଞ୍ଜାବକୁ ବିପକ୍ଷରେ ବିଜୟ ହାସଲ କରିଥିଲା । ଏଭଳି ପରିସ୍ଥିତିରେ ଉଭୟ ଦଳ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବେ। କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍ (IPL 2023) ମ୍ୟାଚ୍ ର ପୂର୍ବ ରେକର୍ଡ ଉପରେ ନଜର ପକାଇବା ।

ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (kolkata knight riders) ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ର ରେକର୍ଡକୁ ଦେଖିବା, ତେବେ ଏଥିରେ କେକେଆରର ପଲା ଭାରି ରହିଥିବା ଦେଖିବାକୁ ମିଳୁଛି । ଏହି ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨୩ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ କେକେଆର୍ (KKR) ୧୫ଟି ଓ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ୮ଟି ମ୍ୟାଚ୍ ରେ ବିଜୟୀ ହୋଇଛି । ତେବେ ଉଭୟ ଦଳ ମଧ୍ଯରେ ଖେଳା ଯାଇଥିବା ମ୍ୟାଚରେ କେବେ ଟ୍ରାଏ ହୋଇନାହିଁ । ଅନ୍ୟପକ୍ଷରେ, ଚଳିତ ବର୍ଷର ମ୍ୟାଚ୍ ଫଳାଫଳ ଦେଖିବାକୁ ଗଲେ କୋଲକାତା ନାଇଟ୍ ରାଇଡର୍ସ ଏଯାବତ୍ ୪ଟି ସନରାଇଜର୍ସ ହାଇଦ୍ରାବାଦ ୧ଟେ ମ୍ୟାଚ୍ ରେ ବିଜୟୀ ହୋଇଛି । ତେବେ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଉପରେ କେକେଆର ଭାରି ପଡ଼ିପାରେ ବୋଲି ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ -Ravichandran Ashwin IPL 2023: ଆଇପିଏଲ ମଝିରେ ଅଶ୍ୱିନଙ୍କୁ ଲାଗିଲା ବଡ଼ ଝଟକା, ବିସିସିଆଇ ନେଇପାରେ ଏପରି ପଦକ୍ଷେପ

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କ (kolkata knight riders rinku singh) ପ୍ରଦର୍ଶନ ଉପରେ ଦଳ ଆଶା ରଖିଛି। ଏପ୍ରିଲ ମାସ ୯ ତାରିଖରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରିଙ୍କୁ ସିଂ ଶେଷ ଓଭରରେ ଲଗାତାର ୫ଟି ଛକା ମାରି କେକେଆରକୁ (KKR) ସ୍ମରଣୀୟ ବିଜୟ ପ୍ରଦାନ କରିଥିଲେ। ମ୍ୟାଚର ଶେଷ ଓଭରରେ କେକେଆର୍ ମ୍ୟାଚ୍ ଜିତିବା ପାଇଁ ୨୯ ରନ୍ ଆବଶ୍ୟକ କରିଥିଲା। ପରେ ରିଙ୍କୁ କ୍ରମାଗତ ୫ଟି ଛକା (Rinku singh six) ମାରି ଦଳକୁ ଏକ ସମ୍ବେଦନଶୀଳ ବିଜୟ ଦେଇଥିଲେ। ତେବେ କହିବାକୁ ଗଲେ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ବିପକ୍ଷ ମ୍ୟାଚରେ କେକେଆର୍ ଜିତିବାର ଅଧିକ ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ-CSK vs RR: ଚେନ୍ନାଇ ବିପକ୍ଷରେ ବିଜୟ ସତ୍ତ୍ବେ ଏତିକି ଟଙ୍କାର ଜରିମାନା ଗଣିବେ ଅଧିନାୟକ ସଞ୍ଜୁ ସାମସନ

ଏହା ବି ପଢନ୍ତୁ- Prithvi Shaw Selfie Row: ଆଇପିଏଲ୍-୨୦୨୩ ମଝିରେ ପୃଥ୍ୱୀ ଶ'ଙ୍କୁ ନୋଟିସ୍ ପଠାଇଲେ ହାଇକୋର୍ଟ, ଜାଣନ୍ତୁ ପୂରା ମାମଲା

ଏହା ବି ପଢନ୍ତୁ-IPL 2023: ଆଇପିଏଲରେ ଗୋଟିଏ ମ୍ୟାଚ୍ ପାଇଁ ଏତିକି ଟଙ୍କା ଚାର୍ଜ କରିଥାଆନ୍ତି ଚିୟର ଗର୍ଲ, ସବୁଠୁ ଅଧିକ ଦରମା ଦେଇଥାଏ ଏହି ଟିମ୍