IPL 2023 Playoffs: ପ୍ଲେ ଅଫ୍ ପାଇଁ ହାଇଦ୍ରବାଦ ଦଳକୁ ଭେଟିବ ଗୁଜୁରାଟ ଟିମ୍
Advertisement

IPL 2023 Playoffs: ପ୍ଲେ ଅଫ୍ ପାଇଁ ହାଇଦ୍ରବାଦ ଦଳକୁ ଭେଟିବ ଗୁଜୁରାଟ ଟିମ୍

Gujarat Titans vs Sunrisers Hyderabad News In Odia: ଆଜି ଆଇପିଏଲ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ (Gujarat Titans) ଏବଂ ସନରାଇଜର୍ସ ହାଇଦ୍ରାବାଦର ( Sunrisers Hyderabad) ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଆଜି ସଂନ୍ଧ୍ୟା ୭ଟା ୩୦ ରେ ଖେଳାଯିବ । ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା ଦୁଇ ଦଳର ପ୍ରଦର୍ଶନ କିଭଳି ରହିଛି । ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Gujarat Titans vs Sunrisers Hyderabad News In Odia: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ (IPL 2023) ର ୬୨ ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ (Gujarat Titans) ଏବଂ ସନରାଇଜର୍ସ ହାଇଦ୍ରାବାଦର ( Sunrisers Hyderabad) ଦଳ ଆଜି ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଆଜି ସଂନ୍ଧ୍ୟା ୭ଟା ୩୦ ରେ ଖେଳାଯିବ ।  ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଟୁର୍ଣ୍ଣାମେଣ୍ଟରେ ଜୀବିତ ରହିବା ପାଇଁ ଏହି ମ୍ୟାଚ ସନରାଇଜର୍ସ ପାଇଁ ଶେଷ ସୁଯୋଗ । ସନ୍‌ରାଇଜର୍ସକୁ (Sunrisers Hyderabad) ହରାଇ ଦଳ ପ୍ଲେ-ଅଫରେ (playoffs) ସ୍ଥାନ ପକ୍କା କରିବ । ଟାଇଟନ୍ସ ୧୨ଟି ମ୍ୟାଚ୍‌ରୁ ୮ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇଛି । ପ୍ଲେ- ଅଫ୍‌ରୁ (playoffs) ଦଳ ଗୋଟିଏ ପାଦ ଦୂରରେ ରହିଛି ।  ଆସନ୍ତୁ  ଜାଣିବା ଦୁଇ ଦଳର ପ୍ରଦର୍ଶନ କିଭଳି ରହିଛି । ...

ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ :

ଆଇପିଏଲ ଦଳ ଗୁଜୁରାଟ ଟାଇଟାନ୍ସର ଇତିହାସ ବହୁତ ପୁରୁଣା ନୁହେଁ । ଗତ ବର୍ଷ ଗୁଜୁରାଟ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରବେଶ କରିଥିଲା। ଆଇପିଏଲ୍ ୨୦୨୨ (IPL 2023) ରେ ଗୁଜୁରାଟ ପ୍ରଥମ ବର୍ଷରେ ଭଲ ପ୍ରଦର୍ଶନ କରି ଟାଇଟଲ୍ ଜିତିଥିଲା ​​। ଚଳିତ ବର୍ଷ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜୁରାଟ ଚମତ୍କାର ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ, ଯଦି ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ଦଳକୁ ଦେଖିବା ତେବେ, ଉଭୟ ମଧ୍ୟରେ  ଆଜି କଡ୍ଡା ଟକ୍କର ଦେଖିବାକୁ ମିଳିବ । ଉଭୟଙ୍କ ମଧ୍ୟରେ ୨ଟି ମ୍ୟାଚ୍ ଖେଳା ଯାଇଛି ।  ଗୋଟିଏ ମ୍ୟାଚ୍ ଗୁଜରାଟ ଏବଂ ଗୋଟିଏ ସନରାଇଜର୍ସ ହାଇଦ୍ରାବାଦ ଜିତିଛି।

ଏହାବି ପଢନ୍ତୁ  : MS Dhoni: ଶେଷ ଆଇପିଏଲ ସିଜନ୍ ଖେଳୁଛନ୍ତି କି ଧୋନୀ? ଗାଭାସ୍କରଙ୍କ ଅଟୋଗ୍ରାଫ ଦେଲା କିଛି ଏଭଳି ସଙ୍କେତ

ଏହାବି ପଢନ୍ତୁ  : କଣ ଏହି ଡାଇମଣ୍ଡ ଡକ ? ଡାଇମଣ୍ଡ ଡକ ଓ ଗୋଲ୍ଡେନ ଡକ ଭିତରେ କଣ ରହିଛି ପାର୍ଥକ୍ୟ...

ପ୍ଲେ ଅଫ୍ ଉପରେ ଗୁଜରାଟର ଆଖି : ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ପ୍ଲେ ଅଫ୍ ଉପରେ ନଜର ରଖିବ। ଶେଷ ଚାରିଟିରେ ପ୍ରବେଶ କରିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ କେବଳ ଗୋଟିଏ ବିଜୟ ଆବଶ୍ୟକ କରୁଛି। ଯଦି ଗୁଜୁରାଟ ଟାଇଟାନ୍ସ ଦଳ ହାଇଦ୍ରାବାଦ ବିପକ୍ଷରେ ଜିତେ, ତେବେ ଆଇପିଏଲ୍ ୨୦୨୩ ପ୍ଲେ ଅଫ୍ ରେ ପହଞ୍ଚିବାରେ ଏହା ପ୍ରଥମ ଦଳ ହେବ । ଆଇପିଏଲର ୧୬ ତମ ସିଜନରେ ଗୁଜୁରାଟ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି । ଏହି ସମୟ ମଧ୍ୟରେ ସେ ୧୨ ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ୮ ଟି ଜିତି ୪ ଟି ହାରିଛି । ୧୬ ପଏଣ୍ଟ ସହ ଗୁଜୁରାଟ ଟାଇଟାନ୍ସର ଦଳ ପ୍ରଥମ ସ୍ଥାନରେ ରହିଛି ।

ଏହାବି ପଢନ୍ତୁ  : IPL 2023: ୬ ପରାଜୟ ପରେ ମଧ୍ୟ ପ୍ଲେ ଅଫ୍ ଖେଳିବ ବାଙ୍ଗାଲୋର ଦଳ, ହେଲେ କିପରି ଖୋଲିଲା ଦ୍ୱାର?

ଏହାବି ପଢନ୍ତୁ  : ODI Highest run score in an Over: ଜାଣିଛନ୍ତି କି ସବୁଠାରୁ ମହଙ୍ଗା ଓଭର ଖେଳିଥିବା ବ୍ୟାଟସମ୍ୟାନ କିଏ, ଭାରତର ଏହି ଖେଳାଳି ରହିଛନ୍ତି ଟପ୍ ୧୦ରେ