IPL 2023: ପ୍ରଥମ ଓଭରରେ ୫ ଚୌକା, ୨୫ ବଲରେ ପଚାଶ, ଦିଲ୍ଲୀ କ୍ୟାପିଟାଲ୍ସକୁ ଥରାଇ ଦେଲେ ଏହି ୨୧ ବର୍ଷୀୟ ଓପନର୍
Advertisement
Article Detail0/zeeodisha/odisha1644262

IPL 2023: ପ୍ରଥମ ଓଭରରେ ୫ ଚୌକା, ୨୫ ବଲରେ ପଚାଶ, ଦିଲ୍ଲୀ କ୍ୟାପିଟାଲ୍ସକୁ ଥରାଇ ଦେଲେ ଏହି ୨୧ ବର୍ଷୀୟ ଓପନର୍

IPL 2023: ଆଇପିଏଲ୍ ୨୦୨୩ ର ପ୍ରଥମ ମ୍ୟାଚରେ ଯଶସ୍ବୀ ଜୌସୱାଲ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ଓ ରାଜସ୍ଥାନ ରୟାଲ୍ସ ଓପନର୍ ପୁଣିଥରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସମାନ ପ୍ରଦର୍ଶନ କରିଛନ୍ତି ଓ ଦଳକୁ ଦୃଢ଼ ଆରମ୍ଭ ଦେଇଥିଲେ ।

ସୌ: ସୋସିଆଲ ମିଡିଆ

IPL 2023: RR vs DC, ଆଇପିଏଲ ୨୦୨୩ ରେ କେବଳ ୧୦ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି ଓ ଏତେ କମ୍ ସମୟ ମଧ୍ୟରେ କିଛି ଯୁବ ଭାରତୀୟ ଖେଳାଳି ନିଜର କମାଲ ଦେଖାଇଛନ୍ତି । ବିଶେଷ ଭାବରେ ବ୍ୟାଟ୍ସମ୍ୟାନମାନେ ନିଜର ଚମତ୍କାର ପ୍ରଦର୍ଶନ କରି ବୋଲରମାନଙ୍କୁ ଧରାଶାୟୀ କରିଥିବାର ନଜର ଆସିଛନ୍ତି । ଏହି ଯୁବ ବ୍ୟାଟ୍ସମାନ ମାନଙ୍କ ମଧ୍ୟରୁ ରାଜସ୍ଥାନ ରୟାଲ୍ସର ଯୁବ ଓପନର୍ ଯଶସ୍ବୀ ଜୌସୱାଲଙ୍କ (Yashasvi Jaiswal) ନାମ ମଧ୍ୟ ସାମିଲ ରହିଛି, ଯିଏ ସିଜିନର ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଯଶସ୍ବୀ ନିଜ ତୃତୀୟ ମ୍ୟାଚରେ ଆହୁରି ଅଧିକ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରି ମ୍ୟାଚର ପ୍ରଥମ ଓଭରରେ ପାଞ୍ଚଟି ଚୌକା ମାରିଥିଲେ ।

ଶନିବାର ଦିନ ଗୁଆହାଟୀରେ ଦିଲ୍ଲୀ କ୍ୟାପିଟାଲ୍ସ (RR vs DC) ବିପକ୍ଷ ସିଜିନର ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା । ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ ବିପକ୍ଷରେ ରାଜସ୍ଥାନକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ସେହି ମ୍ୟାଚରେ ଜୌସୱାଲ ପ୍ରଥମ ବଲରେ ଛକା ମାରିଥିଲେ କିନ୍ତୁ ଖୁବ୍ ଶୀଘ୍ର ସେ ଆଉଟ୍ ହୋଇ ଯାଇଥିଲେ । ଦିଲ୍ଲୀ ବିପକ୍ଷରେ ମଧ୍ୟ ସେ ସମାନ ଢଙ୍ଗରେ ସେ ଇନିଂସ ଆରମ୍ଭ କରିଥିଲେ । ଯଶସ୍ବୀ ଜୌସୱାଲ ଚଳିତ ସିଜିନର ନିଜ ଦ୍ୱିତୀୟ ଅର୍ଦ୍ଧଶତକକୁ ମାତ୍ର ୨୫ ବଲରେ ପୂରା କରିଥିଲେ ।

ପ୍ରଥମ ଓଭରରେ ୫ ଚୌକା ଓ ୨୫ ବଲରେ ପଚାଶ
ଓପନିଂ ପାଇଁ ପଡିଆକୁ ଓହ୍ଲାଇଥିବା ଯଶସ୍ବୀ ଜୌସୱାଲ ଦିଲ୍ଲୀ କ୍ୟାପିଟାଲ୍ସର ବାମହାତୀ ପେସର ଖାଲିଲ ଅହମ୍ମଦଙ୍କ ପ୍ରଥମ ଓଭରର ପ୍ରଥମ ବଲରେ ଚୌକା ମାରି ନିଜ ଖାତା ଖୋଲିଥିଲେ । ବାଉଣ୍ଡ୍ରି ଏଠାରେ ଶେଷ ହୋଇ ନଥିଲା ସେ ଏହି ପ୍ରଥମ ଓଭରର ୫ଟି ଚୌକା ମାରି ଦିଲ୍ଲୀ କ୍ୟାପିଟାଲ୍ସକୁ ଥରାଇ ଦେଇଥିଲେ ।

କହିରଖୁଛୁ କି, କେବଳ ଜୌସୱାଲ ନୁହଁନ୍ତି ବରଂ ଜୋସ୍ ବଟଲରଙ୍କୁ ମଧ୍ୟ ଏକ ଆକ୍ରମଣାତ୍ମକ ମନୋଭାବରେ ଦେଖିବାକୁ ମିଳିଥିଲା । ପ୍ରଥମ ଓଭରରେ ଜୌସୱାଲଙ୍କ ପାଞ୍ଚଟି ଚୌକା ପରେ, ପରବର୍ତ୍ତୀ ଓଭରରେ ଜୋସ୍ ବଟଲର୍ ମଧ୍ୟ ଏନ୍ରିକ୍ ନୋର୍କିଆଙ୍କୁ ତିନିଟି ଚୌକା ମାରିଥିଲେ ଓ ଏହି ଉପାୟରେ ପ୍ରଥମ ଦୁଇ ଓଭରରେ ରାଜସ୍ଥାନ ନଅ ଚୌକା ମାରି ତୂଫାନୀ ଆରମ୍ଭ କରିଥିଲା । ବଟଲର ଓ ଜୌସୱାଲଙ୍କ ଏହି ବିସ୍ଫୋରକ ଆରମ୍ଭ ଆଧାରରେ ରାଜସ୍ଥାନ ନିଜ ପାୱାରପ୍ଲେରେ ୬୮ ରନ୍ ସ୍କୋର କରିଥିଲା ।

ଏହି ମ୍ୟାଚ୍ ପାଇଁ ରାଜସ୍ଥାନ ଜୋସ୍ ବଟଲରଙ୍କ ରୂପରେ ଏକ ବଡ଼ ଆରାମ ପାଇଥିଲା । ଗତ ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଆଙ୍ଗୁଠିରେ ଆଘାତ ପାଇଥିଲେ, ଏହା ପରେ ସେ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଖେଳି ନ ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା କିନ୍ତୁ ସେ ଠିକ୍ ସମୟରେ ଫିଟ୍‌ ହୋଇ ଯାଇଥିଲେ । ଏଥିସହିତ ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ଵୀ ଶ'ଙ୍କୁ ଡ୍ରପ କରି ତାଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ ସୁଯୋଗ ଦେଇଛି ।

ଏହା ବି ପଢ଼ନ୍ତୁ: IPL 2023: ଆଇପିଏଲରେ ଗୋଟିଏ ମ୍ୟାଚ୍ ପାଇଁ ଏତିକି ଟଙ୍କା ଚାର୍ଜ କରିଥାଆନ୍ତି ଚିୟର ଗର୍ଲ, ସବୁଠୁ ଅଧିକ ଦରମା ଦେଇଥାଏ ଏହି ଟିମ୍

ଏହା ବି ପଢ଼ନ୍ତୁ: IPL 2023: ଟିମ୍ ଇଣ୍ଡିଆ ପରେ ଆଇପିଏଲରୁ ମଧ୍ୟ ଏହି ଖେଳାଳିଙ୍କୁ କରାଯିବ ବାହାର! ନିଜକୁ ଗୋଡ଼ରେ ମାରିଲେ କୁରାଢ଼ୀ