IPL 2023: ବିରାଟ କୋହଲି ରଚିଲେ ଇତିହାସ; ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବରେ ଆଇପିଏଲରେ ବନାଇଲେ ଏହି ରେକର୍ଡ
Advertisement

IPL 2023: ବିରାଟ କୋହଲି ରଚିଲେ ଇତିହାସ; ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବରେ ଆଇପିଏଲରେ ବନାଇଲେ ଏହି ରେକର୍ଡ

Virat Kohl Recordi: ଅକ୍ଷର ପଟେଲ ଦିଲ୍ଲୀ ତରଫରୁ ଦ୍ୱିତୀୟ ଓଭର ବୋଲିଂ କରିଥିଲେ । ବିରାଟ କୋହଲି ଏହି ଓଭରର ଚତୁର୍ଥ ବଲରେ ଏକ ଚୌକା ମାରିଥିଲେ ଓ ତାଙ୍କର ୧୨ ରନ୍ ସମାପ୍ତ ହୋଇଥିଲା । ବିରାଟ କୋହଲି ମ୍ୟାଚରେ ୧୨ ରନ୍ ସ୍କୋର କରିବା ମାତ୍ରେ ଇତିହାସ ସୃଷ୍ଟି କରିଥିଲେ ।

ସୌ: ସୋସିଆଲ ମିଡିଆ (Virat Kohli)

DC vs RCB: Virat Kohli, ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ (Arun Jaitley Stadium, Delhi) ଆଇପିଏଲ ୨୦୨୩ ର (IPL 2023) ୫୦ ତମ ମ୍ୟାଚ୍ ଖେଳାଯାଉଛି । ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Delhi Capitals VS Royal Challengers Bangalore) ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚରେ ଫାଫ ଡୁପଲେସିସ୍ (Faf Duplessis) ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବିରାଟ କୋହଲି ଓ ଫାଫ ଓପନିଂ କରିବାକୁ ପ୍ରଥମେ ପଡ଼ିଆକୁ ଆସିଥିଲେ । ଉଭୟ ନିଜ ଦଳକୁ ଏକ ଭଲ ପ୍ରାରମ୍ଭ ଦେଇଥିଲେ ।

ବିରାଟ କୋହଲି ରଚିଲେ ଇତିହାସ
ଅକ୍ଷର ପଟେଲ ଦିଲ୍ଲୀ ତରଫରୁ ଦ୍ୱିତୀୟ ଓଭର ବୋଲିଂ କରିଥିଲେ । ବିରାଟ କୋହଲି ଏହି ଓଭରର ପଞ୍ଚମ ବଲରେ ଚୌକା ଛକା ମାରିଥିଲେ ଓ ନିଜର ୧୨ ରନ୍ ପୂରା କରିଥିଲେ । ବିରାଟ କୋହଲି ମ୍ୟାଚରେ ୧୨ ରନ୍ ସ୍କୋର କରିବା ମାତ୍ରେ ଇତିହାସ ସୃଷ୍ଟି କରିଥିଲେ । ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ ଆଇପିଏଲ୍ ଇତିହାସରେ ୭୦୦୦ ରନ୍ ସ୍କୋର କରିଥିଲେ । ଏହାପୂର୍ବରୁ କୋହଲି ଆଇପିଏଲରେ ୨୩୨ ମ୍ୟାଚ୍ ଖେଳିଥିଲେ । ଏହି ସମୟ ମଧ୍ୟରେ ସେ ହାରାହାରି ୩୬.୫୯ ଓ ଷ୍ଟ୍ରାଇକ୍ ହାର ୧୨୯.୫୮ ରେ ୨୨୪ ଇନିଂସରେ ୬,୯୮୮ ରନ୍ ସ୍କୋର କରିଥିଲେ । କିଙ୍ଗ କୋହଲି ଏପର୍ଯ୍ୟନ୍ତ ଭାରତୀୟ ପ୍ରିମିୟର ଲିଗରେ ୫ ଟି ଶତକ ଓ ୪୯ଟି ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି ।

fallback

ଏପର୍ଯ୍ୟନ୍ତ ରହିଛି ବହୁତ ଭଲ ପ୍ରଦର୍ଶନ
ବିରାଟ କୋହଲି ଆଜି ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୩ ରେ ୯ଟି ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ହାରାହାରି ୪୫.୫୦ ରେ ୯ଟି ଇନିଂସରେ ୩୬୪ ରନ୍ କରିଛନ୍ତି ଓ ଏହି ସମୟରେ ଷ୍ଟ୍ରାଇକ୍ ରେଟ୍ ୧୩୭.୮୮ ରହିଛି । ସେ ଅରେଞ୍ଜ କ୍ୟାପ୍ ପାଇଁ ରେସରେ ରହିଛନ୍ତି । ଆଇପିଏଲ ଇତିହାସରେ ବିରାଟ କୋହଲି ସର୍ବାଧିକ ରନ୍ ସ୍କୋରର । ଏହି ତାଲିକାରେ ଶିଖର ଧାୱନ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ ୨୧୨ ଇନିଂସରେ ୬୫୩୬ ରନ୍ ସଂଗ୍ରହ କରିଛନ୍ତି । ଏହି ତାଲିକାରେ ଡେଭିଡ ୱାର୍ଣ୍ଣର ତୃତୀୟ ସ୍ଥାନରେ, ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ଓ ମିଷ୍ଟର ଆଇପିଏଲ ସୁରେଶ ରାଇନା ପଞ୍ଚମ ସ୍ଥାନରେ ଅଛନ୍ତି ।

ଆଇପିଏଲରେ ସବୁଠୁ ଅଧିକ ରନ୍ କରିଥିବା ଖେଳାଳି

ବିରାଟ କୋହଲି: ୭୦୦୦ * ରନ୍ 
ଶିଖାନ୍ ଧାୱନ: ୬୫୩୬ ରନ୍ 
ଡେଭିଡ ୱାର୍ନର: ୬୧୮୯ ରନ୍ 
ରୋହିତ ଶର୍ମା: ୬୦୬୩ ରନ୍
ସୁରେଶ ରାଇନା: ୫୫୨୮ ରନ୍ 

ଏହା ବି ପଢ଼ନ୍ତୁ: Virat Kohli Writes to BCCI: ଗୌତମଙ୍କ ସହ 'ଗମ୍ଭୀର' ଲଢ଼େଇ ପରେ ଆକ୍ସନ ମୁଡରେ ବିରାଟ କୋହଲି; ବିସିସିଆଇକୁ ଲେଖିଲେ ଏହି ଚିଠି

ଏହା ବି ପଢ଼ନ୍ତୁ: PAK vs NZ: କିଙ୍ଗ କୋହଲିକୁ ପଛରେ ପକାଇଲେ ବାବର ଆଜମ; ବନାଇଦେଲେ ଏହି ବିଶ୍ୱ ରେକର୍ଡ