Abhishek Sharma: ଆଇପିଏଲ ଷ୍ଟାର ଅଭିଷେକ ଶର୍ମାଙ୍କ ପାଇଁ ବଢିଲା ଅଡୁଆ, ନୋଟିସ ଜାରି କଲା ପୋଲିସ
Advertisement

Abhishek Sharma: ଆଇପିଏଲ ଷ୍ଟାର ଅଭିଷେକ ଶର୍ମାଙ୍କ ପାଇଁ ବଢିଲା ଅଡୁଆ, ନୋଟିସ ଜାରି କଲା ପୋଲିସ

Abhishek Sharma: ଆଇପିଏଲ ୨୦୨୪ (IPL 2024) ଆରମ୍ଭ ନ ହେଉଣୁ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଖେଳାଳି । ଗୁଜରାଟ ମଡ଼େଲ ତାନିଆ ସିଂହଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା (Abhishek Sharma) । 

Abhishek Sharma: ଆଇପିଏଲ ଷ୍ଟାର ଅଭିଷେକ ଶର୍ମାଙ୍କ ପାଇଁ ବଢିଲା ଅଡୁଆ, ନୋଟିସ ଜାରି କଲା ପୋଲିସ

Abhishek Sharma: ଆଇପିଏଲ ୨୦୨୪ (IPL 2024) ଆରମ୍ଭ ନ ହେଉଣୁ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଖେଳାଳି । ଗୁଜରାଟ ମଡ଼େଲ ତାନିଆ ସିଂହଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା (Abhishek Sharma) । ଏହି ଘଟଣାରେ ଅଧିକ ତଦନ୍ତ ସହ ପଚରାଉଚରା ନେଇ ସନରାଇଜର୍ସ ହ୍ରାଇଦ୍ରାବାଦର (Sunrisers Hyderabad) ଅଲରାଉଣ୍ତର ଅଭିଷେକ ଶର୍ମାଙ୍କୁ ନୋଟିସ ଜାରି କରିଛି ସୁରଟ ପୋଲିସ ।

ସୂଚନା ଅନୁଯାୟୀ, ଆତ୍ମହତ୍ୟା ପୂର୍ବରୁ ତାନିଆ (Model Tania Singh) ଅଭିଷେକଙ୍କୁ ଫୋନ୍ କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡି଼ଛି। ତାନିଆଙ୍କ କଲ ଡିଟେଲରୁ ଏହା ସ୍ପଷ୍ଟ ହୋଇଛି । ଖାଲି ଏତିକି ନୁହେଁ, ମଡ଼େଲଙ୍କ ଫୋନରେ ଅଭିଷେକଙ୍କ ସହ ତାଙ୍କର ଫଟୋ ଓ ମେସେଜ୍ ଥିବା ସୂଚନା ମିଳିଛି । ରବିବାର ବିଳମ୍ବିତ ରାତିରେ ସେ ଘରକୁ ଫେରିଥିଲେ । ସୋମବାର ସକାଳୁ ପରିବାର ଲୋକେ ତାନିଆଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ତେବେ ଆତ୍ମହତ୍ୟା କାରଣ ଜଣାପଡ଼ିନଥିଲେ ମଧ୍ଯ ପ୍ରେମ ଜନିତ ବ୍ୟାପାରକୁ କେନ୍ଦ୍ର କରି ମଡ଼େଲ ଜଣକଙ୍କ ଏହି ପଦକ୍ଷେପ ନେଇଥିବା ପୋଲିସ ସନ୍ଦେହ କରୁଛି । ଏନେଇ ସୁରଟ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ତେବେ ବହୁ ବଡ଼ ବଡ଼ିଆ ଲୋକଙ୍କ ସହ ତାନିଆ ସମ୍ପର୍କରେ ଥିବା ତାଙ୍କ କଲ୍ ଡିଟେଲରୁ ଜଣାପଡ଼ିଛି । ସମସ୍ତଙ୍କୁ ତଦନ୍ତ ପରିସରର୍ଭୁକ୍ତ କରାଯିବ ବୋଲି ପୋଲିସ କହିଛି । ତାନିଆଙ୍କ ଆତ୍ମହତ୍ୟା ଘଟଣା ପଛରେ ଅଭିଷେକଙ୍କ ଭୂମିକା ରହିଛି କି, ନାହିଁ ସେନେଇ ଅଧିକ ପଚରାଉଚୁରା ନେଇ ତାଙ୍କୁ ନୋଟିସ୍ ଜାରି କରାଯାଇଛି ।