IPL2024: ପ୍ରଥମଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବେ କୋଲକାତା ଓ ହାଇଦ୍ରାବାଦ
Advertisement
Article Detail0/zeeodisha/odisha2264431

IPL2024: ପ୍ରଥମଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବେ କୋଲକାତା ଓ ହାଇଦ୍ରାବାଦ

IPL2024: ଆଇପିଏଲ୍ ୨୦୨୪ର ଫାଇନାଲ୍ ମୁକାବିଲାରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଖେଳାଯିବ । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ରାତି ସାଢ଼େ ୭ଟାରେ ଆରମ୍ଭ ହେବ ମୁକାବିଲା । 

IPL2024: ପ୍ରଥମଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବେ କୋଲକାତା ଓ ହାଇଦ୍ରାବାଦ

IPL2024: ଆଇପିଏଲ୍ ୨୦୨୪ର ଫାଇନାଲ୍ ମୁକାବିଲାରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଖେଳାଯିବ । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ରାତି ସାଢ଼େ ୭ଟାରେ ଆରମ୍ଭ ହେବ ମୁକାବିଲା । ଏଥିପାଇଁ ସନ୍ଧ୍ୟା ୭ଟାରେ ପଡ଼ିବ ଟସ୍ ।  ଚଳିତ ଆଇପିଏଲ୍ ସଂସ୍କରଣରେ ଏହି ୨ ଟିମ୍ କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ କ୍ୱାଲିଫାୟର-୧ ଖେଳା ଯାଇଥିଲା । ଯେଉଁଥିରେ କୋଲକାତା ୮ ୱିକଟରେ ମ୍ୟାଚ୍ ଜିତି ନେଇଥିଲା । ଆଜି ପ୍ରଥମଥର ପାଇଁ ଆଇପିଏଲ୍ ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଚତୁର୍ଥ ଥର ଲାଗି କୋଲକାତା ଫାଇନାଲରେ ପହଞ୍ଚିଥିବା ବେଳେ ହାଇଦ୍ରାବାଦ ତୃତୀୟ ଥର ଲାଗି ଟ୍ରଫି ପାଇଁ ଖେଳିବାକୁ ଯାଉଛି । ୨ ବର୍ଷ ପରେ କୋଲକାତା ଓ ୫ ବର୍ଷ ପରେ ହାଇଦ୍ରାବାଦ ଟିମ୍ ଫାଇନାଲ୍ ଖେଳୁଛି ।

କୋଲକାତା ନାଇଟ୍ ରାଇଡର୍ସ ଉଭୟ ଲିଗ୍ ପର୍ଯ୍ୟାୟ ଓ ପ୍ରଥମ କ୍ୱାଲିଫାୟର ମୁକାବିଲାରେ ସନରାଇଜର୍ସକୁ ହରାଇ ସାରିଛି । ସଂଘର୍ଷପୂର୍ଣ୍ଣ ଲିଗ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୨୦୮ ରନ ସଂଗ୍ରହ କରିବା ସତ୍ତ୍ୱେ ନାଇଟ୍ ରାଇଡର୍ସ ମାତ୍ର ୪ ରନରେ ହାସଲ କରିଥିଲା ବିଜୟ । ପ୍ରଥମ କ୍ୱାଲିଫାୟର ମୁକାବିଲା ଏକତରଫା ରହିଥିଲା । କୋଲକାତା ୮ ୱିକଟରେ ମ୍ୟାଚ୍ ଜିତି ନେଇଥିଲା । ପରାଜୟରୁ ଶିକ୍ଷା ଲାଭ କରି ସନରାଇଜର୍ସ ପରବର୍ତ୍ତୀ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପହଞ୍ଚି ଥିଲା । ବର୍ତ୍ତମାନ ନାଇଟ ରାଇଡର୍ସକୁ ହରାଇବା ପାଇଁ ସନରାଇଜର୍ସ ପ୍ରସ୍ତୁତ। ମିଡିଲ୍ ଅର୍ଡର ବ୍ୟାଟିଂକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି । 

ପ୍ରଥମ କ୍ୱାଲିଫାୟର ଜିତିବା ପରେ ନାଇଟ୍ ରାଇଡର୍ସକୁ ବିଶ୍ରାମ ନେବା ପାଇଁ ୫ଦିନ ମିଳିଥିଲା। ଫଳରେ ଅଭ୍ୟାସ ପାଇଁ ଦଳକୁ ଯଥେଷ୍ଟ ସମୟ ମିଳିଛି । ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବୋଲିଂ ବିଭାଗରେ ମଧ୍ୟ ଯଥେଷ୍ଟ ବିକଳ୍ପ ରହିଛି । ତେଣୁ ନାଇଟ ରାଇଡର୍ସ ଟ୍ରଫିର ପ୍ରମୁଖ ଦାବିଦାର ରହିଛି ।ଦେଖିବାକୁ ଗଲେ ରବିବାର ସନରାଇଜର୍ସର ବ୍ୟାଟର ଓ ନାଇଟ୍ ରାଇଡର୍ସର ସ୍ପିନରଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ । ଟ୍ରେଭିସ ହେଡଙ୍କ ଉପରେ ନଜର ରହିବା ସ୍ୱାଭାବିକ । ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ପିଚ୍ ସ୍ପିନରଙ୍କୁ ସହାୟତା କରିବା ଆଶା କରାଯାଉଛି । ମାତ୍ର ସତର୍କତା ଅବଲମ୍ବନ କଲେ ବିଶାଳ ସ୍କୋର ସମ୍ଭବ ହୋଇ ପାରିବ । ଚିପକରେ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ ।