SRH ରେ ହୋଇପାରେ ଦୁଇଟି ବଡ ପରିବର୍ତ୍ତନ, ଦଳର ନୂଆ ଅଧିନାୟକ ହୋଇପାରନ୍ତି ଏହି ଖେଳାଳି
Advertisement

SRH ରେ ହୋଇପାରେ ଦୁଇଟି ବଡ ପରିବର୍ତ୍ତନ, ଦଳର ନୂଆ ଅଧିନାୟକ ହୋଇପାରନ୍ତି ଏହି ଖେଳାଳି

IPL 2024: ଆଗାମୀ ସିଜିନରୁ ସନରାଇଜର୍ସ ହାଇଦ୍ରାବାଦର ବୋଲିଂ କୋଚ୍ ଡାଲ୍ ଷ୍ଟେନ୍ ଟିମ୍ ମ୍ୟାନେଜମେଣ୍ଟରୁ ବାହାରେ ରହିପାରନ୍ତି। ସେ ଏକ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ବଦଳରେ ଫ୍ରାଞ୍ଚାଇଜ୍ ନୂଆ ବୋଲିଂ କୋଚ୍ ଖୋଜୁଛି। ତେବେ ସେ ଆସନ୍ତା ସିଜନରେ ପୁଣି ଫେରିବେ।

 

IPL 2024 SRH

IPL 2024: ଆଇପିଏଲର ଆଗାମୀ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡାଲ୍ ଷ୍ଟେନ୍ ଆସନ୍ତା ଆଇପିଏଲ୍ ସିଜନରେ ଦଳର ଅଂଶ ହେବେ ନାହିଁ। ଷ୍ଟେନ ଏ ବିଷୟରେ ଟିମ୍ ମ୍ୟାନେଜମେଣ୍ଟକୁ ସୂଚନା ଦେଇଛନ୍ତି। ୯୩ଟି ଟେଷ୍ଟ, ୧୨୫ଟି ODI ଓ ୪୭ଟି ଟି-୨୦ ଖେଳିଥିବା ଡେଲ ଷ୍ଟେନ ଆସନ୍ତା ସିଜନରେ ପ୍ରତ୍ୟାବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି।

ଆଗାମୀ ଆଇପିଏଲ୍ ସିଜନ୍ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଷ୍ଟେନଙ୍କ ରିପ୍ଲେସ କରିବାକୁ ବୋଲିଂ କୋଚ୍ ଖୋଜୁଛି। କୋଚ୍ ଖୋଜିବାର ଦାୟିତ୍ୱ କୋଚ୍ ଡାନିଏଲ ଭେଟ୍ଟୋରିଙ୍କ ଉପରେ ରହିଛି। ତେବେ ସେ ଏ ବିଷୟରେ ନୀରବତା ବଜାୟ ରଖିଛନ୍ତି। ନୂତନ ବୋଲିଂ କୋଚ୍ ସମ୍ବନ୍ଧରେ ଏକ ଅଧିକାରିକ ଘୋଷଣା ଖୁବ୍ ଶୀଘ୍ର ହୋବ ବୋଲି ଆଶା କରାଯାଉଛି।

କ୍ରିକବଜରର ରିପୋର୍ଟ ଅନୁଯାୟୀ, ସନରାଇଜର୍ସ ହାଇଦ୍ରାବାଦ ଦଳ ଅଧିନାୟକତ୍ୱରେ ପରିବର୍ତ୍ତନ ଆଣିପାରେ। ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ୨୦୨୪ ପୂର୍ବରୁ ଆଇଡେନ୍ ମାର୍କ୍ରାମଙ୍କ ସ୍ଥାନରେ ପ୍ୟାଟ୍ କମିନ୍ସଙ୍କୁ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରାଯାଇପାରେ। ମାର୍କ୍ରାମଙ୍କ ଅଧୀନରେ ସନରାଇଜର୍ସ ହାଇଦ୍ରାବାଦ ୧୪ଟି ମ୍ୟାଚ୍ ମଧ୍ୟରୁ କେବଳ ଚାରିଟି ଜିତି ପଏଣ୍ଟ ଟେବୁଲର ଶେଷରେ ଦଳକୁ ରଖିଥିଲେ।

କହି ରଖୁଛୁ ଯେ, ଆଏଡେନ୍ ମାର୍କ୍ରାମ ଗତ ମାସରେ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ୍କୁ କ୍ରମାଗତ ଦ୍ୱିତୀୟ ଥର SA20 ଟାଇଟଲ୍ ପାଇଁ ନେତୃତ୍ୱ ନେଇଥିଲେ ଏବଂ ହ୍ୱାଇଟ-ବଲ୍ କ୍ରିକେଟ୍ ରେ ଦକ୍ଷିଣ ଆଫ୍ରିକାର ମଧ୍ୟ ଅଧିନାୟକତ୍ୱ କରିଥିଲେ। କିନ୍ତୁ ଅଧିନାୟକ ଭାବରେ କମିନ୍ସଙ୍କ ସମ୍ପ୍ରତି ପ୍ରଦର୍ଶନକୁ ବିଚାରକୁ ନେଇ ଫ୍ରାଞ୍ଚାଇଜ୍ ପରିବର୍ତ୍ତନ କରିପାରେ।ଦୁବାଇରେ ଗତ ନିଲାମରେ ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ୨୦.୫ କୋଟି ଟଙ୍କାରେ କିଣାଯାଇଥିଲା ଏବଂ ଆନ୍ତର୍ଜାତୀୟ ଅଧିନାୟକ ଭାବରେ ସେ ଅନେକ ସଫଳତା ହାସଲ କରିଛନ୍ତି।

ମାର୍ଚ୍ଚ ୨୩ ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ସହିତ ଆଇପିଏଲ୍ ୨୦୨୪ ରେ ସନରାଇଜର୍ସ ହାଇଦ୍ରାବାଦ ଦଳ ଏହାର ଅଭିଯାନ ଆରମ୍ଭ କରିବ। ମାର୍ଚ୍ଚ ୨୭ ରେ ହାଇଦ୍ରାବାଦ ମୁମ୍ବାଇ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ।