SRH VS RCB: ଆଜି ରୟାଲ ଚ୍ୟାଲେଞ୍ଜର୍ସ ଓ ସନରାଇଜର୍ସ ଲଢ଼େଇ, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି
Advertisement
Article Detail0/zeeodisha/odisha2220466

SRH VS RCB: ଆଜି ରୟାଲ ଚ୍ୟାଲେଞ୍ଜର୍ସ ଓ ସନରାଇଜର୍ସ ଲଢ଼େଇ, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି

SRH VS RCB: ଗୁରୁବାର ଆଇପିଏଲର ୪୧ ତମ ମ୍ୟାଚ୍ ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (Royal Challengers Bengaluru) ଓ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) । ରାଜୀବ ଗାନ୍ଧୀ ଷ୍ଟାଡ଼ିୟମରେ ଖେଳାଯିବ ଏହି ହାଇଭେଲଟେଜ ମ୍ୟାଚ୍ ।

ଚଳିତ ସିଜନରେ ୭ଟି ମ୍ୟାଚ୍ ଖେଳିସାରିଥିବା ହାଇଦ୍ରାବାଦ ୫ଟି ମ୍ୟାଚ୍ ରେ ବିଜୟୀ ଓ ୨ଟି ପରାଜିତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି ଦଳ । ପୂରା ଫର୍ମରେ ସହ ବହୁ ରେକର୍ଡ଼ ହାତେଇଥିବା ହାଇଦ୍ରାବାଦ ଆଜି ଆରସିବିକୁ ଚମକା ଦେଖା ନେଇ ଲକ୍ଷ୍ୟ ରଖିଛି । ସେପଟେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚଳିତ ସିଜନରେ କିଛି ଖାସ୍ ପ୍ରଦର୍ଶନ କରିପାରିନାହିଁ । ଦଳ ଏବେ ସୁଦ୍ଧା ୮ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ଗୋଟେ ମ୍ୟାଚ୍ ଜିତିଛି । ସବୁଠୁ କମ୍ ଅର୍ଥାତ୍ ୨ ଅଙ୍କ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ଆରସିବି । ଉଭୟ ଦଳ ପୂର୍ବରୁ ୨୪ ଥର ମୁହାଁମୁହିଁ ହୋଇଛନ୍ତି । ହାଇଦ୍ରାବାଦ ୧୩ଟି ମ୍ୟାଚ୍ ଜିତିଥିବା ବେଳେ ବେଙ୍ଗାଲୁରୁ ୧୦ ମ୍ୟାଚ୍ ଜିତିଛି ।

ପ୍ରକାଶ ଥାଉ କି, ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ଟିମ୍ ୮ଟି ମ୍ୟାଚ୍ ଖେଳିସାରିଥବା ବେଳେ ୭ଟି ରେ ବିଜୟୀ ହୋଇ ୧୪ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି । ସେହିପରି ୭ଟି ମ୍ୟାଚ୍ ଖେଳି ୫ଟି ରେ ବିଜୟୀ ହୋଇ ୧୦ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି କୋଲକାତା ନାଇଟ ରାଇଡ଼ର୍ସ ।