Today IPL Match: ଆଜି ରାଜସ୍ଥାନ ରୟାଲ୍ସ-ଗୁଜୁରାଟ ଟାଇଟନ୍ସ ଟକ୍କର
Advertisement

Today IPL Match: ଆଜି ରାଜସ୍ଥାନ ରୟାଲ୍ସ-ଗୁଜୁରାଟ ଟାଇଟନ୍ସ ଟକ୍କର

RR VS GT: ଆଇପିଏଲ-୧୭ର ବୁଧବାର ୨୪ତମ ମ୍ୟାଚ୍ ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲସ୍ ଓ ଗୁଜୁରାଟ ଟାଇଟାନସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଅପରାଜୟ ରାଜସ୍ଥାନ ବିଜୟ ଧାରା ବଜାୟ ରଖିବା ନେଇ ମଇଦାନ ଓହ୍ଲାଇବ ସେପଟେ ଗୁଜୁରାଟ ଟାଇଟନ୍ସ ମଧ୍ଯ ବିଜୟ ନେଇ ଲକ୍ଷ୍ୟ ରଖିଛି । 

Today IPL Match: ଆଜି ରାଜସ୍ଥାନ ରୟାଲ୍ସ-ଗୁଜୁରାଟ ଟାଇଟନ୍ସ ଟକ୍କର

RR VS GT: ଆଇପିଏଲ-୧୭ର ବୁଧବାର ୨୪ତମ ମ୍ୟାଚ୍ ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲସ୍ ଓ ଗୁଜୁରାଟ ଟାଇଟାନସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଅପରାଜୟ ରାଜସ୍ଥାନ ବିଜୟ ଧାରା ବଜାୟ ରଖିବା ନେଇ ମଇଦାନ ଓହ୍ଲାଇବ ସେପଟେ ଗୁଜୁରାଟ ଟାଇଟନ୍ସ ମଧ୍ଯ ବିଜୟ ନେଇ ଲକ୍ଷ୍ୟ ରଖିଛି । ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲସ୍ ୪ଟି ମ୍ୟାଚ୍ ରୁ ୪ଟି ବିଜୟ ସହ ୮ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଛି ।

ବୁଧବାର ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍ । ଓପନିଂର ଯଶସ୍ବୀ ଜୟସୱାଲ ଫର୍ମରେ ନଥିଲେ ମଧ୍ୟ ଜୋଶ ବଟ୍‌ଲର ସ୍ଥିତି ସମ୍ଭାଳିବାରେ ସଫଳ ହେଉଛନ୍ତି। ସେପଟେ ରିୟାନ ପରାଗ୍‌ ୪ଟି ମ୍ୟାଚ୍ ରେ ମୋଟ ୧୮୫ ରନ୍ ସଂଗ୍ରହ କରିଛନ୍ତି। ଅନ୍ୟପଟେ ସଞ୍ଜୁ ସାମସନ, ଧ୍ରୁବ ଜୁରେଲ ଓ ସିମରନ୍ ହେତମେୟାର ମଧ୍ୟ ଭଲ ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ  କଥା କହିବାକୁ ଗଲେ ଟ୍ରେଣ୍ଟ ବୋଲ୍ଟ ଦଳର ମୁଖ୍ୟ ଅସ୍ତ୍ର ଅଟନ୍ତି। ଆଭେଶ ଖାନ୍ ସ୍ଲଗ ଓଭରରେ ଭଲ ବୋଲିଂ କରୁଥିବା ବେଳେ ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ବିନ ମଧ୍ଯ ଭଲ ଫର୍ମରେ ରହିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ରାଜସ୍ଥାନ ଚମତ୍କାର ପ୍ରଦର୍ଶନ କରୁଥିବା ବେଳେ ଦଳ ବିଜୟ ନେଇ ଆଶା ରଖିଛି ।

ସେପଚେ ଶୁବମାନ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟନ୍ସ ୫ଟି ରୁ ୨ଟି ମ୍ୟାଚ୍ ରେ ବିଜୟୀ ହୋଇଛି । ଦଳ ପାଖରେ ବର୍ତ୍ତମାନ ୪ ପଏଣ୍ଟ ରହିଛି। ଶେଷ ମ୍ୟାଚ୍ ରେ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ନିକଟରୁ ୧୬୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୩୩ ରନ୍ ରେ ପରାଜିତ ହୋଇଥିଲା। ସାଇ ସୁଦର୍ଶନ ନିୟମିତ ଭଲ ଫର୍ମରେ ଥିବା ବେଳେ ଅନ୍ୟ ବ୍ୟାଟ୍‌ସମ୍ୟାନ ମାନେ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହାଁନ୍ତି । ଡେଭିଡ୍‌ ମିଲର ଆହତ ଯୋଗୁଁ ଦଳରୁ ବାଦ ପଡ଼ିବା ବ୍ୟାଟିଂ ଲାଇନକୁ ଦୁର୍ବଳ କରିଛି । ବ୍ୟାଟିଂ ବିଫଳତା ଦଳର ଚିନ୍ତା ବଢାଇଥିବା ବେଳେ ଆଜିର ମ୍ୟାଚ୍ ରେ ବ୍ୟାଟିଂ ସ୍ଥିତିକୁ ସୁଧାରିବାକୁ ଟିମ୍  ଉଦ୍ୟମ କରିବ।