IPL 2024: ଆଇପିଏଲ ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ରବିନ ମିଞ୍ଜ, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ବାସ୍ଥ୍ୟବସ୍ଥା
Advertisement

IPL 2024: ଆଇପିଏଲ ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ରବିନ ମିଞ୍ଜ, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ବାସ୍ଥ୍ୟବସ୍ଥା

Robin Minz: ଝାଡଖଣ୍ଡର ପ୍ରଥମ ଆଦିବାସୀ ଖେଳାଳି ଭାବେ ଆଇପିଏଲ ଖେଳିବାକୁ ଚୟନ ହୋଇଛନ୍ତି ଏହି ୨୧ ବର୍ଷିୟ ଖେଳାଳି । ରବିନଙ୍କ ଘର ଝାଡ଼ଖଣ୍ତର (Jharkhand) ଆଦିବାସୀ ଜିଲ୍ଲା ଗୁମଲାରେ (Gumla) ଅଟେ । ଏହା ‘ଖେଳ ନଗରୀ’ ଭାବେ ବେଶ ପରିଚିତ । 

IPL 2024: ଆଇପିଏଲ ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ରବିନ ମିଞ୍ଜ, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ବାସ୍ଥ୍ୟବସ୍ଥା

Robin Minz: ଆଇପିଏଲ (IPL 2024 ) ମହାସମର ଆରମ୍ଭ ହେବା ନେଇ ଆଉ କିଛି ଦିନ ବାକି ରହିଥିବା ବେଳେ ଆହତ ହୋଇଛନ୍ତି ଆଇପିଏଲ ଖେଳିବାକୁ ଥିବା ପ୍ରଥମ ଆଦିବାସୀ ଖେଳାଳି ରବିନ ମିଞ୍ଜ (Robin Minz । ଖବର ଅନୁଯାୟୀ, ରବିନ ନିଜ ସୁପର ବାଇକ କାୱାସାକିରେ ଯାଉଥିବା ସମୟରେ ଆଉ ଏକ ବାଇକ ସହ ତାଙ୍କର ମୁହାଁମୁହଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରବିନ୍ ସାମାନ୍ୟ ଆହତ ହୋଇଛନ୍ତି । କିନ୍ତୁ ଆହତ ସମସ୍ୟା ସେମିତି ଜଟିଳ ନୁହେଁ ବୋଲି ତାଙ୍କ ପିତା ଫ୍ରାନସିସ୍ ମିଞ୍ଜ କହିଛନ୍ତି । ଅନ୍ୟପଟେ ବାଇକଟିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ରବିନ ମିଞ୍ଜ ବର୍ତ୍ତମାନ ସୁସ୍ଥ ଅଛନ୍ତି । ତାଙ୍କୁ ଡାକ୍ତରୀ ଦଳର ନିରୀକ୍ଷଣରେ ରଖାଯାଇଛି ।

ସୂଚନାଯୋଗ୍ୟ, ଝାଡଖଣ୍ଡର ପ୍ରଥମ ଆଦିବାସୀ ଖେଳାଳି ଭାବେ ଆଇପିଏଲ ଖେଳିବାକୁ ଚୟନ ହୋଇଛନ୍ତି ଏହି ୨୧ ବର୍ଷିୟ ଖେଳାଳି । ରବିନଙ୍କ ଘର ଝାଡ଼ଖଣ୍ତର (Jharkhand) ଆଦିବାସୀ ଜିଲ୍ଲା ଗୁମଲାରେ (Gumla) ଅଟେ । ଏହା ‘ଖେଳ ନଗରୀ’ ଭାବେ ବେଶ ପରିଚିତ । ଝାଟମାଟି ଘର ଓ ଛୋଟିଆ ସହରରୁ ଆସିଥିବା ରବିନଙ୍କ ପାଇଁ ଏତେ ସହଜ ନଥିଲା ଆଇପିଏଲ ଯାତ୍ରା। ପଙ୍କରୁ ପଦ୍ମ ଫୁଟିବା ପରି ଆଇପିଏଲରେ ଚମିକିଛନ୍ତି ଏହି ଆଦିବାସୀ ଖେଳାଳି । ରବିନ୍ ଚଳିତ ବର୍ଷ ଆଇପିଏଲ ନିଲାମରେ ନିଜ ମୂଳ ଦର ୨୦ ଲକ୍ଷର ୧୮ ଗୁଣା ଅର୍ଥାତ୍ ୩.୬୦ କୋଟି ଟଙ୍କାରେ ବିକ୍ରି ହୋଇ ଚର୍ଚ୍ଚାକୁ ଆସିଥିଲେ । ଶୁବମନ ଗିଲ୍ ଙ୍କ ନେତୃତ୍ବାଧୀନ ଗୁଜରାଟ ଟାଇଟନ୍ସ (Gujarat Titans) ରବିନଙ୍କୁ ନିଜ ଟିମରେ ସାମିଲ କରିଛି ।

ରବିନଙ୍କ ବାପା ଜଣେ ପୂର୍ବତନ ସେନାଅଧିକାରୀ ଥିବାବେଳେ ବର୍ତ୍ତମାନ ସେ ବିର୍ସାମୁଣ୍ଡା ଏୟାରପୋର୍ଟରେ କାର୍ଯ୍ୟରତ । ୧୦ମ ଶ୍ରେଣୀ ପାଠପଢା ସରିବା ପରେ ସେ କ୍ରିକେଟ୍ ଖେଳ ପାଇଁ ପୂରା ସମୟ ଦେଇଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିନଥିଲେ ମଧ୍ଯ ଝାଡ଼ଖଣ୍ତ ପକ୍ଷରୁ ଅଣ୍ତର ୧୯ ଓ ଅଣ୍ତର ୨୫ ଟିମ୍ ରେ ଅଧିନାୟକତ୍ବ କରିଛନ୍ତି ଏହି ଯୁବ ଖେଳାଳି। ଅଣ୍ତର ୧୯ (Under 19 cricket) ଖେଳିବା ସମୟରେ ତାଙ୍କର ଧୁଆଁଧାର ୬୦ ରନ୍ ର ପାରି ତାଙ୍କୁ ଲୋକଲୋଚନକୁ ଆଣିଥିଲା । ଏଥିରେ ୬ଟି ଛକା ସାମିଲ ଥିଲା ।

। ଧୋନୀଙ୍କୁ (Mahendra Singh Dhoni) ନିଜ ଆଦର୍ଶ ମାନୁଥିବା ରବିନଙ୍କର (Robin Minz) ମାହିଙ୍କ ସହ ବହୁ ସାମଞ୍ଜସ୍ୟ ଥିବା କୁହାଯାଇଛି । କେହି କେହି ତ ରବିନଙ୍କୁ ଝାଡଖଣ୍ଡର ନୂଆ ଧୋନୀ ବୋଲି କହିବାକୁ ମଧ୍ଯ ପଛାଉନାହାନ୍ତି । ଧୋନୀଙ୍କ ଭଳି ରବିନ୍ ମଧ୍ଯ ଝାଡଖଣ୍ଡର ଗୋଟେ ଛୋଟିଆ ଗାଁର ବାସିନ୍ଦା ଅଟନ୍ତି । ମାହିଙ୍କ ପରି ରବିନ ମଧ୍ଯ ଉଭୟ ବ୍ୟାଟ୍ସମ୍ୟାନ୍ ଓ ୱିକେଟ୍ କିପର ଅଟନ୍ତି । ଉଭୟଙ୍କ କୋଚ୍ ମଧ୍ଯ ସମାନ ।