IPL 2024: ଘରୋଇ ମଇଦାନରେ ବିଜୟ ଧାରା ବଜାୟ ରଖିଲା ଚେନ୍ନାଇ
Advertisement

IPL 2024: ଘରୋଇ ମଇଦାନରେ ବିଜୟ ଧାରା ବଜାୟ ରଖିଲା ଚେନ୍ନାଇ

CSK vs KKR Match Result 2024: ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଚେନ୍ନାଇ ଟିମ୍ କୋଲକାତା ଦଳକୁ ୭ ୱିକେଟ ବ୍ୟବଧାନରେ ପରାସ୍ତ କରିଛି।

 IPL 2024:  ଘରୋଇ ମଇଦାନରେ ବିଜୟ ଧାରା ବଜାୟ ରଖିଲା ଚେନ୍ନାଇ

CSK vs KKR Match Highlights 2024: ସୋମବାର ଚେନ୍ନାଇ ସ୍ଥିତ ଚିଦାମ୍ବରମ ଷ୍ଟାଡିୟମ୍ ଠାରେ ମୁହାମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ କୋଲକାତା ନାଇଟ ରାଇଡର୍ସ (କେକେଆର)। ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ  ଘରୋଇ ମଇଦାନରେ ଚେନ୍ନାଇ ଦଳର ବିଜୟ ଧାରା ଜାରି ରହିଛି। ଅନ୍ୟପକ୍ଷରେ କୋଲକାତା ବିଜୟ ରଥରେ ବ୍ରେକ ଲାଗିଯାଇଛି। 

ଡିଫେଣ୍ଡିଂ ଚାମ୍ପିଅନ୍ସ ଚେନ୍ନାଇ କ୍ରମାଗତ ୨ ବିଜୟ ସହିତ ଏହାର ଅଭିଯାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ଚେନ୍ନାଇ ଦିଲ୍ଲୀ ଏବଂ ହାଇଦ୍ରାବାଦ ଟିମ ପାଖର ପରାଜୟ ବରଣ କରିଛି। ପଞ୍ଚମ ମ୍ୟାଚ୍ ରେ ଚେନ୍ନାଇ ଟିମ୍ ଏହାର ଘରୋଇ ମଇଦାନ ଚିଦାମ୍ବରମ ଷ୍ଟାଡିୟମ୍ ଠାରେ ନିଜର ଦବଦବା ଜାରି ରଖିଛି। ସୋମବାର ଋତୁରାଜ ଗାଏକୱାର୍ଡଙ୍କ ନେତ୍ୱତ୍ୱାଧିନ ଚେନ୍ନାଇ ଟିମ୍ କୋଲକାତା ଦଳକୁ ୭ ୱିକେଟ ବ୍ୟବଧାନରେ ପରାସ୍ତ କରି ବିଜୟ ଧାରାକୁ ଫେରିଛି। ଏହା ସହିତ ଚଳିତ ବର୍ଷ ଆୟୋଜିତ ହୋଇଥିବା ୧୭  ଆଇପିଏଲ୍ ସଂସ୍କରଣରେ ହ୍ୟାଟ୍ରିକ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା କୋଲକାତା ପ୍ରଥମ ପରାଜୟ ବରଣ କରିଛି।

ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଥିଲେ ଦଳର ୨ ବୋଲର
ଚେନ୍ନାଇ ଦଳର ଯୁବ ଅଧିନାୟକ ଋତୁରାଜ ଗାଇକୱାଡ ଟସ୍ ଜିତିବା ଘରୋଇ ଗ୍ରାଉଣ୍ଡ ଠାରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ପରେ ତୁଷାର ଦେଶପାଣ୍ଡେ ନିଜର ଯାଦୁ ଦେଖାଇଥିଲେ। ସେ ପାଳିର ପ୍ରଥମ ବଲ ବୋଲିଂ କରି କୋଲକାତା ଟିମ୍ ଓପନର୍ ଫିଲିପ୍ ସଲ୍ଟ୍ ଙ୍କୁ ପ୍ୟାଭିଲିୟନ ରାସ୍ତା ଦେଖାଇଥିଲେ। ସେ ମୋଟ ୩ ୱିକେଟ୍ ନେଇଥିଲେ। ତୁଷାର ଦେଶପାଣ୍ଡେ ରିଙ୍କୁ ସିଂହ ଏବଂ ଆନ୍ଦ୍ରେ ରସେଲ୍ ଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍ ଙ୍କ ୱିକେଟ ଦଖଲ କରିଥିଲେ। ଅନ୍ୟ ପଟେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ନିଜର ଯାଦୁ ଦେଖାଇ ୩ ୱିକେଟ ଅକ୍ତିଆର କରିଥିଲେ।

ଚେନ୍ନାଇ ଦଳକୁ ମିଳିଥିଲା ସହଜ ବିଜୟ  ଲକ୍ଷ୍ୟ
ଚେନ୍ନାଇ ଦଳର ଜବରଦସ୍ତ ବୋଲିଂ ହେତୁ କେକେଆର ଟିମ୍ ଲଗାଇଥିବା ସମସ୍ତ ଶକ୍ତି ବିଫଳ ହୋଇଥିବା ପରି ମନେ ହେଉଥିଲା। କେକେଆର ବ୍ୟାଟ୍ସମ୍ୟାନ୍ ସୁନୀଲ ନାରିନ (୭), ରିଙ୍କୁ ସିଂହ (୯) ଏବଂ ଆନ୍ଦ୍ର ରସେଲ (୧୦) ରନ୍ କରିବାକୁ ସକ୍ଷମ ହୋଇଥିଲେ। ଦଳର କ୍ରମାଗତ ୱିକେଟ ପତ୍ତନ ପରେ କେକେଆର ଅଧିନାୟକ ଶ୍ରେୟାସ ଆୟର ଦଳର ସ୍ଥିତି ସମ୍ଭାଳିଥିଲେ। ଅଧିନାୟକ ଆୟର ୩୨ ବଲ ଖେଳି ୩୪ ରନ୍ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୩୭ ରନ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ କେକେଆର ଅଧିନାୟକ ବହୁମୂଲ୍ୟ ଅବଦାନ ଦେଇଥିଲେ। ଚମତ୍କାର ବୋଲିଂ ହେତୁ ଚେନ୍ନାଇ ଏକ ସହଜ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚ୍ ଏକପାଖିଆ ଭଳି ଦେଖାଯାଉଥିଲା।

ପ୍ରଥମ ଅର୍ଦ୍ଧଶତକ ହାସଲ କଲେ ସିଏମକେ ଅଧିନାୟକ 
ବୋଲିଂ ଦୃଷ୍ଟିରୁ କୋଲକାତା ଏକ ଭଲ ପାଳି ଆରମ୍ଭ କରିଥିଲା। ଦଳ ମାତ୍ର ୨୭ ରନ୍ ସ୍କୋର ବେଳକୁ ଚେନ୍ନାଇ ଦଳର ବ୍ୟାଟ୍ସମ୍ୟାନ୍ସ ରାଚିନ୍ ରବୀନ୍ଦ୍ରଙ୍କ ୱିକେଟ ଦଖଲ କରିଥିଲା। ହେଲେ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକୱାଡ କୋଲକାତା ବୋଲର୍ ଙ୍କୁ ଜବାବ ଦେବା ଜାରି ରଖିଥିଲେ। ସେ ଚଳିତ ଆଇପିଏଲ ସଂସ୍କରଣରେ ପ୍ରଥମ ଅର୍ଦ୍ଧଶତକ ହାସଲ କରି ଦଳକୁ ମ୍ୟାଚ୍ ଜିତାଇଥିଲେ। ଡେରିଲ ମିଚେଲ ମଧ୍ୟ ୨୫ ରନ୍ ସଂଗ୍ରହ କରିଥିଲେ। ବିସ୍ଫୋରକ ଅଲରାଉଣ୍ଡର ଶିବମ୍ ଦୁବେ ମଧ୍ୟ ୨୮ ରନ୍‌ର ଦ୍ରୁତ ଇନିଂସ ଖେଳିଥିଲେ।