IPL 2023: ଟିମ୍ ଇଣ୍ଡିଆରୁ ଡ୍ରୋପ୍ ହୋଇ ମଧ୍ୟ ସୁଧୁରିନି ଏହି ଖେଳାଳି, ବର୍ତ୍ତମାନ ଆଇପିଏଲ୍ କ୍ୟାରିୟର ମଧ୍ୟ ହୋଇପାରେ ଶେଷ!
Advertisement
Article Detail0/zeeodisha/odisha1637104

IPL 2023: ଟିମ୍ ଇଣ୍ଡିଆରୁ ଡ୍ରୋପ୍ ହୋଇ ମଧ୍ୟ ସୁଧୁରିନି ଏହି ଖେଳାଳି, ବର୍ତ୍ତମାନ ଆଇପିଏଲ୍ କ୍ୟାରିୟର ମଧ୍ୟ ହୋଇପାରେ ଶେଷ!

SRH vs RR: ବର୍ତ୍ତମାନ ଏହି ଖେଳାଳିଙ୍କ ଆଇପିଏଲ୍ କ୍ୟାରିୟର ମଧ୍ୟ ଶେଷ ହେବା ପରି ଲାଗୁଛି । ଅନେକ ସୁଯୋଗ ପାଇବା ପରେ ମଧ୍ୟ ଏହି ଖେଳାଳୀ ତାଙ୍କର ଅତୀତର ଭୁଲରୁ ଶିକ୍ଷା ଗ୍ରହଣ କରୁନାହାଁନ୍ତି । ପୂର୍ବରୁ ଖରାପ ପ୍ରଦର୍ଶନ ଯୋଗୁଁ ଏହି ଖେଳାଳିଙ୍କୁ ଭାରତୀୟ କ୍ରିକେଟ୍ ଦଳରୁ ବାଦ୍ ଦିଆଯାଇଥିଲା । ବର୍ତ୍ତମାନ ଏହି ଖେଳାଳିଙ୍କୁ ମଧ୍ୟ ଆଇପିଏଲରୁ ବାଦ୍ ଦିଆଯାଇପାରେ ।

IPL 2023: ଟିମ୍ ଇଣ୍ଡିଆରୁ ଡ୍ରୋପ୍ ହୋଇ ମଧ୍ୟ ସୁଧୁରିନି ଏହି ଖେଳାଳି, ବର୍ତ୍ତମାନ ଆଇପିଏଲ୍ କ୍ୟାରିୟର ମଧ୍ୟ ହୋଇପାରେ ଶେଷ!

SRH vs RR IPL 2023: ଟିମ୍ ଇଣ୍ଡିଆ (Team India) ରୁ ଡ୍ରପ ହେବା ସତ୍ତ୍ୱେ ଜଣେ ଖେଳାଳି ଆଦୌ ସୁଧୁରି ନାହାଁନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ଖେଳାଳିଙ୍କ ଆଇପିଏଲ୍ କ୍ୟାରିୟର (IPL Career) ମଧ୍ୟ ଶେଷ ହେବା ପରି ଲାଗୁଛି । ଅନେକ ସୁଯୋଗ ପାଇବା ପରେ ମଧ୍ୟ ଏହି ଖେଳାଳୀ ତାଙ୍କର ଅତୀତର ଭୁଲରୁ ଶିକ୍ଷା ଗ୍ରହଣ କରୁନାହାଁନ୍ତି । ପୂର୍ବରୁ ଖରାପ ପ୍ରଦର୍ଶନ ଯୋଗୁଁ ଏହି ଖେଳାଳିଙ୍କୁ ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ରୁ ବାଦ୍ ଦିଆଯାଇଥିଲା । ବର୍ତ୍ତମାନ ଏହି ଖେଳାଳିଙ୍କୁ ମଧ୍ୟ ଆଇପିଏଲ (IPL) ରୁ ବାଦ୍ ଦିଆଯାଇପାରେ । ରବିବାର ରାଜସ୍ଥାନ ରୟାଲ୍ସ (Rajasthan Royals) ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏହି ଖେଳାଳି ନିଜ ଦଳ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ର ଡଙ୍ଗା ବୁଡ଼ାଇ ଦେଇଛନ୍ତି ।

ଟିମ୍ ଇଣ୍ଡିଆ (Team India) ର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର (Washington Sundar) ଦୀର୍ଘ ଦିନ ଧରି ଖରାପ ଫର୍ମରେ ଚାଲିଆସୁଛନ୍ତି । ଅନେକ ଥର ତାଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ୱାଶିଂଟନ ସୁନ୍ଦର (Washington Sundar) ପ୍ରତ୍ୟେକ ଥର ଫ୍ଲପ୍ ବୋଲି ପ୍ରମାଣିତ କରିଛନ୍ତି । ରବିନ୍ଦ୍ର ଜାଡେଜା (Ravindra Jadeja) ଟେଷ୍ଟ ଓ ଦିନିକିଆ ଦଳକୁ ଫେରିବା ପରେ ବର୍ତ୍ତମାନ ୱାଶିଂଟନ୍ ସୁନ୍ଦରଙ୍କୁ ଭାରତୀୟ କ୍ରିକେଟ୍ ଦଳରୁ ବାହାର ରଖାଯାଇଛି ।  ବର୍ତ୍ତମାନ ତାଙ୍କ ଆଇପିଏଲ୍ (IPL) ଟିମ୍ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ତାଙ୍କୁ ଶୀଘ୍ର ରିଲିଜ୍ କରିପାରନ୍ତି । ରବିବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ (Sunrisers Hyderabad vs Rajasthan Royals) ରେ ସନରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛନ୍ତି ।

fallback

ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ମ୍ୟାଚ (SRH vs RR) ରେ ୱାଶିଂଟନ୍ ସୁନ୍ଦର (Washington Sundar) ୫ଟି ବଲରେ ମାତ୍ର ୧ ରନ୍ ସ୍କୋର କରିଥିଲେ । ଏହା ପରେ ୱାଶିଂଟନ୍ ସୁନ୍ଦର ବୋଲିଂରେ ମଧ୍ୟ ବିଫଳ ହୋଇଥିଲେ । ରବିବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍ ୨୦୨୩ ମ୍ୟାଚରେ ୱାଶିଂଟନ୍ ସୁନ୍ଦର ୩ ଓଭରରେ ୩୨ ରନ୍ ଦେଇଥିଲେ । ଏହି ସମୟରେ ଗୋଟିଏ ୱିକେଟ୍ ମଧ୍ୟ ନେଇପାରି ନଥିଲେ । ୱାଶିଂଟନ୍ ସୁନ୍ଦର ୧୦.୭୦ ଇକୋନୋମି ରେଟ୍ ସହ ରନ ଦେଇଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ ଫ୍ଲପ୍ ହେବା ପରେ ବର୍ତ୍ତମାନ ୱାଶିଂଟନ୍ ସୁନ୍ଦର ସନରାଇଜର୍ସ ହାଇଦ୍ରାବାଦର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବ ନାହିଁ । ଟିମ୍ ଇଣ୍ଡିଆ ପରେ ଆଇପିଏଲ୍ ୨୦୨୩ରେ ମଧ୍ୟ ୱାଶିଂଟନ୍ ସୁନ୍ଦର (Washington Sundar) ସନରାଇଜର୍ସ ହାଇଦ୍ରାବାଦ ଦଳ (Sunrisers Hyderabad) ପାଇଁ ଏକ ଦୁର୍ବଳତା ବୋଲି ପ୍ରମାଣିତ କରୁଛନ୍ତି ।

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପରେ ଆଇପିଏଲରେ ମଧ୍ୟ ନିଜ ଦଳ ପାଇଁ ସବୁଠୁ ବଡ଼ ଭିଲେନ୍ ବୋଲି ପ୍ରମାଣିତ ହେଲେ ଏହି ଖେଳାଳି, ଶେଷ ହେଲା କ୍ୟାରିଅର୍!

ଅଧିକ ପଢ଼ନ୍ତୁ-୩ ଦିନ ପରେ ସୃଷ୍ଟି ହେବ ମହାଲକ୍ଷ୍ମୀ ରାଜ ଯୋଗ, ଏସବୁ ରାଶିଙ୍କ ଉପରେ ବର୍ଷିବ ଟଙ୍କା

ଅଧିକ ପଢ଼ନ୍ତୁ-ମ୍ୟାଚ୍ ହାରିବା ପରେ ରାଗିଗଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

ଉଭୟ ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ ପରେ ୱାଶିଂଟନ୍ ସୁନ୍ଦର (Washington Sundar) ଙ୍କ ODI କ୍ୟାରିୟର ମଧ୍ୟ ପ୍ରାୟ ଶେଷ ହୋଇଥିବାର ଦେଖାଯାଉଛି । ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଦିନିକିଆ ଦଳକୁ ଫେରିବା ଦିନଠାରୁ ୱାଶିଂଟନ୍ ସୁନ୍ଦରଙ୍କ ପତା ସଫା ହୋଇସାରିଛି । ରବିନ୍ଦ୍ର ଜାଡେଜା ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂର ଜଣେ ଧୁରନ୍ଧର । ଫଳରେ ଟିମ୍ ଇଣ୍ଡିଆ (Team India) ର ଚୂଡ଼ାନ୍ତ ଏକାଦଶରୁ ୱାଶିଂଟନ୍ ସୁନ୍ଦରଙ୍କୁ ବାଦ ଦେବାକୁ ପଡ଼ିଥିଲା ।