INDW vs PAKW: ଭାରତ-ପାକିସ୍ତାନ ମ୍ୟାଚରେ ଅମ୍ପାୟାର କରିଥିଲେ ଏକ ସାଙ୍ଘାତିକ ଭୁଲ୍, ଆପଣ ଜାଣିଲେ ମଧ୍ୟ ମୁଣ୍ଡରେ ହାତ ଦେବେ!
Advertisement

INDW vs PAKW: ଭାରତ-ପାକିସ୍ତାନ ମ୍ୟାଚରେ ଅମ୍ପାୟାର କରିଥିଲେ ଏକ ସାଙ୍ଘାତିକ ଭୁଲ୍, ଆପଣ ଜାଣିଲେ ମଧ୍ୟ ମୁଣ୍ଡରେ ହାତ ଦେବେ!

INDW vs PAKW: ମହିଳା ଟି-୨୦ ବିଶ୍ୱକପ ୨୦୨୩ ର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ଅମ୍ପାୟାରଙ୍କ ଏକ ସାଙ୍ଘାତିକ ଭୁଲ୍ ସାମ୍ନାକୁ ଆସିଛି । ଏହାକୁ ଯିଏ ଶୁଣୁଛି, ସେ ଆଶ୍ଚର୍ଯ୍ୟ ହୋଇଯାଉଛି ।

ସୌ: ସୋସିଆଲ ମିଡିଆ

IND vs PAK Match: 7-Ball in Over, ମହିଳା ଟି-୨୦ ବିଶ୍ୱକପରେ ରବିବାର ଦିନ ଭାରତ ଓ ପାକିସ୍ଥାନ (India and Pakistan) ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ଏହି ମ୍ୟାଚକୁ ଭାରତୀୟ ଦଳ ଉନବିଂଶ ଓଭରର ଶେଷ ବଲରେ ଜିତିବାରେ ସଫଳ ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚରେ ଅମ୍ପାୟାରଙ୍କ ତରଫରୁ ଏକ ସାଙ୍ଘାତିକ ଭୁଲ ହୋଇଥିଲା । ଯେତେବେଳେ ଭାରତୀୟ ଦଳ (Indian team) ଟାର୍ଗେଟକୁ ପିଛା କରୁଥିଲା, ସେତବେଳେ ସପ୍ତମ ଓଭରରେ ପାକିସ୍ତାନୀ ବୋଲରଙ୍କୁ (Pak Bowler) ୬ଟି ବଲ ବଦଳରେ ୭ଟି ବଲ ବୋଲିଂ କରିବାକୁ ଦିଆଯାଇଥିଲା । ଏଠାରେ ସପ୍ତମ ବଲରେ ପାକିସ୍ତାନୀ ବୋଲର ମଧ୍ୟ ଚୌକା ଖାଇଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକମାନେ ଏହି ଭୁଲକୁ ପାକିସ୍ତାନର ପରାଜୟର ଅନ୍ୟତମ କାରଣ ଭାବରେ ବର୍ଣ୍ଣନା କରୁଛନ୍ତି ।

ମହିଳା ଟି-୨୦ ବିଶ୍ୱକପ୍‌ରେ (Women's T20 World Cup) ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତୀୟ ଦଳ (Team India) ପାୱାର ପ୍ଲେରେ ମନ୍ଥର ଆରମ୍ଭ କରି, ପ୍ରଥମ ୬ ଓଭରରେ ଗୋଟିଏ ୱିକେଟ୍ ହରାଇ ୪୩ ରନ୍ ସଂଗ୍ରହ କରିଥିଲା । ପାକିସ୍ତାନର ସପ୍ତମ ଓଭର ବୋଲିଂ କରିବାକୁ ଅଲରାଉଣ୍ଡର ନିଦା ଦାର ଆସିଥିଲେ । ସେ ତାଙ୍କର ୬ଟି ବଲରେ ମାତ୍ର ୬ ରନ୍ ଦେଇଥିଲେ । ଏଠାରେ ସେ ମଧ୍ୟ ଭୁଲରେ ସପ୍ତମ ବଲକୁ ବୋଲିଂ କରିଥିଲେ । ତେବେ ବୋଲର ମଧ୍ୟ ଏଥିପ୍ରତି ଧ୍ୟାନ ଦେଇନଥିଲେ । ନିଦା ଦାର ଏହି ଅତିରିକ୍ତ ବଲରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗୁସ୍ ଏକ ଚମତ୍କାର ଚୌକା ସହ ନିଜ ଦଳ ଉପରେ କିଛି ଚାପ ହ୍ରାସ କରିଥିଲେ । କହିରଖୁଛୁ ଯେ ଅମ୍ପାୟାରଙ୍କ ସହ ବୋଲର ମଧ୍ୟ ସମାନ ଦୋଷୀ । ଯଦି ସେ ନିଜେ କେତୋଟି ବଲ ପକାଇଲେ ମନେ ରଖିଥାନ୍ତେ, ତେବେ ସେ ଅମ୍ପାୟାରଙ୍କ ଭୁଲକୁ ସଂଶୋଧନ କରି ପାରିଥାନ୍ତେ ।

fallback

ସେତେବେଳେ ଏହି ଅତିରିକ୍ତ ବଲ୍ ପାକିସ୍ତାନ ଉପରେ ଏତେ ଭାରୀ ମନେ ହେଉ ନଥିଲା, କିନ୍ତୁ ଯେତେବେଳେ ଭାରତ ଏହି ମ୍ୟାଚ୍କୁ ଅତି ନିକଟରୁ ଜିତିଲା, ସେତେବେଳେ ପ୍ରଶଂସକମାନେ ଏହି ବଲର ମୂଲ୍ୟ ଜାଣିବାକୁ ପାଇଲେ । ବାସ୍ତବରେ, ଏକ ସମୟରେ ଭାରତୀୟ ଦଳ ଜିତିବା ପାଇଁ ଚାରି ଓଭରରେ ୪୧ ରନ୍ ଆବଶ୍ୟକ କରୁଥିଲା ଓ ମ୍ୟାଚ୍ ବରାବରରେ ଥିଲା । ଯଦି ସେ ଅତିରିକ୍ତ ଚାରି ରନ୍ ଖାଇ ନଥାନ୍ତେ, ତେବେ ଭାରତୀୟ ଦଳ ଉପରେ ରନ୍ ହାରର ଚାପ ଆହୁରି ବଢିଥାନ୍ତା । ଏହି ଭୁଲ ପାଇଁ, ପାକ୍ ପ୍ରଶଂସକମାନେ ପଡ଼ିଆରେ ଉପସ୍ଥିତ ଥିବା ଅମ୍ପାୟାରମାନଙ୍କୁ ଟାର୍ଗେଟ କରିଥିଲେ ।

ଏହା ବି ପଢ଼ନ୍ତୁ: Women's T20 World Cup: ଜେମିମା ରୋଡ୍ରିଗୁସ୍ ଏପରି କ’ଣ କଲେ? ବିରାଟ କୋହଲିଙ୍କ ସହ କରଯାଉଛି ତୁଳନା