fastest ever 150 runs: ଘରୋଇ ମାଟିରେ ଇତିହାସ ଲେଖିଲେ ବିରାଟ, ଭାଙ୍ଗିଲେ ଅଷ୍ଟ୍ରେଲିଆ ଭେଟେରାନଙ୍କ ରେକର୍ଡ
Advertisement
Article Detail0/zeeodisha/odisha1529892

fastest ever 150 runs: ଘରୋଇ ମାଟିରେ ଇତିହାସ ଲେଖିଲେ ବିରାଟ, ଭାଙ୍ଗିଲେ ଅଷ୍ଟ୍ରେଲିଆ ଭେଟେରାନଙ୍କ ରେକର୍ଡ

ବିରାଟଙ୍କର ଦିନିକିଆ କ୍ୟାରିୟରର ୪୬ତମ ଶତକ। ଭାରତୀୟ ମାଟିରେ ଏହା କୋହଲିଙ୍କର ଏକବିଂଶ ଶତାବ୍ଦୀ ଏବଂ ଏହା ସହିତ ସେ କ୍ରିକେଟ୍ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ସହ ସମାନ ହୋଇଛନ୍ତି। ଘରେ ସର୍ବାଧିକ ଶତାବ୍ଦୀ ସ୍କୋର କରିବାରେ ସଚିନ ତେନ୍ଦୁଲକର ୨୦ ଶତକ ସହ ଶୀର୍ଷରେ ରହିଥିଲେ। ୨୦୧୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ତେନ୍ଦୁଲକର ନିଜର ଶେଷ ଶତକ ହାସଲ କରିଥିଲେ। ସେପଟେ ଏହି ଦ୍ରୁତତମ ଶତକ ହାସଲ କରିବା ସହିତ ସେ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। 

fastest ever 150 runs: ଘରୋଇ ମାଟିରେ ଇତିହାସ ଲେଖିଲେ ବିରାଟ, ଭାଙ୍ଗିଲେ ଅଷ୍ଟ୍ରେଲିଆ ଭେଟେରାନଙ୍କ ରେକର୍ଡ

Virat Kohli Fastest 150 run: ନୂଆଦିଲ୍ଲୀ: ତିରୁଓ୍ୱନନ୍ତପୁରମରେ ଆଜି ଶ୍ରୀଲଙ୍କା ବିପକ୍ଷରେ ଇତିହାସ ରଚିଛି ଘରୋଇ ଦଳ। ଦଳ ପକ୍ଷରୁ ଶୁବମନ ଗିଲ (୧୧୬) ଓ ବିରାଟ କୋହଲି ଅପରାଜିତ ୧୬୬ ରନର ଲମ୍ବା ଇନିଂସ ବଳରେ ଭାରତ ଏକ ସର୍ବବୃହତ ବିଜୟ ହାସଲ କରିଛି। ଯାହା ଦିନିକିଆ ଇତିହାସରେ ସର୍ବବୃହତ ବିଜୟ ହାସଲ କରିଛି ଭାରତ। ଏହା ସହିତ ବିରାଟ ମଧ୍ୟ ଅନେକ ରେକର୍ଡ ହାସଲ କରିଛନ୍ତି। ତୃତୀୟ ଦିନିକିଆରେ ବେଶ ଜବରଦସ୍ତ ପ୍ରଦର୍ଶନ କରିଥିଲେ ବିରାଟ କୋହଲି। ବିପକ୍ଷ ଦଳକୁ ନିର୍ଦ୍ଧୁମ ପିଟିଥିଲେ ବିରାଟ କୋହଲି। 

ଏହି ମ୍ୟାଚ୍‌ରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କୋହଲି ଧୀରେ ଧୀରେ ଇନିଂସ ଆରମ୍ଭ କରିଥିଲେ କିନ୍ତୁ ପରେ ଏକ ଦ୍ରୁତତମ ଶତକ ପୂରଣ କରିଥିଲେ। ଏହା ହେଉଛି ତାଙ୍କ ଦିନିକିଆ କ୍ୟାରିୟରର ୪୬ତମ ଶତକ। ଭାରତୀୟ ମାଟିରେ ଏହା କୋହଲିଙ୍କର ଏକବିଂଶ ଶତାବ୍ଦୀ ଏବଂ ଏହା ସହିତ ସେ କ୍ରିକେଟ୍ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ସହ ସମାନ ହୋଇଛନ୍ତି। ଘରେ ସର୍ବାଧିକ ଶତାବ୍ଦୀ ସ୍କୋର କରିବାରେ ସଚିନ ତେନ୍ଦୁଲକର ୨୦ ଶତକ ସହ ଶୀର୍ଷରେ ରହିଥିଲେ। ୨୦୧୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ତେନ୍ଦୁଲକର ନିଜର ଶେଷ ଶତକ ହାସଲ କରିଥିଲେ। ସେପଟେ ଏହି ଦ୍ରୁତତମ ଶତକ ହାସଲ କରିବା ସହିତ ସେ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। 

ଏହି ମ୍ୟାଚରେ ବିରାଟ ମୋଟ ୧୬୬ ରନ କରି ଅପରାଜିତ ରହିଥିଲେ। ସଚିନଙ୍କୁ ପଛରେ ପକାଇବା ସହିତ ସେ ଦ୍ରୁତତମ ୧୫୦ ରନ ସଂଗ୍ରହ କରିଥିଲେ। ଏହି ୩୪ ବର୍ଷୀୟ ଭାରତୀୟ ବ୍ୟାଟର ମାତ୍ର ୧୦୬ଟି ବଲ ଖେଳି ୧୫୦ରୁ ଅଧିକ ରନ ସଂଗ୍ରହ କରିନେଇଥିଲେ। ଏହି ଦ୍ରୁତତମ ୧୫୦ରୁ ଅଧିକ ରନ ସଂଗ୍ରହ କରି ବିରାଟ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଜର୍ଜ ବୈଲି ନାଁରେ ରହିଥିଲା। ସେ ମାତ୍ର ୧୦୯ଟି ବଲ ଖେଳି ଏହି ରେକର୍ଡ ହାତେଇଥିଲେ। 

ସୂଚନାଯୋଗ୍ୟ ଆଜିର ମ୍ୟାଚରେ ବିରାଟ ତାଙ୍କ ପାଳି ବେଶ ଧିମାରୁ ଆରମ୍ଭ କରିଥିଲେ। ତେବେ ପରବର୍ତ୍ତି ସମୟରେ ବେଶ ଦ୍ରୁତ ବେଗରେ ଶତକ ଓ ୧୫୦ରୁ ଅଧିକ ରନ ସଂଗ୍ରହ କରିଥିଲେ। ବିରାଟ ଆଜି ତାଙ୍କ ଦିନିକିଆ କ୍ୟାରିୟରର ୪୬ତମ ଶତକ ପୂରା କରିଛନ୍ତି। ତେବେ ସେ ସଚିନଙ୍କ ଠାରୁ ମାତ୍ର ୩ଟି ଶତକ ଠାରୁ ପଛରେ ରହିଛନ୍ତି। ସଚିନ ଦିନିକିଆରେ ୪୯ଟି ଶତକ କରିଛନ୍ତି। ସେହିପରି ସଚିନ ତାଙ୍କ କ୍ୟାରିୟରରେ ମୋଟ ୧୦୦ଟି ଶତକ କରିଛନ୍ତି। କିନ୍ତୁ ବିରାଟ ଏବେ କ୍ୟାରିୟରର ୭୪ତମ ଶତକ ହାସଲ କରିସାରିଛନ୍ତି।