Indore Pitch Controversy: BCCI ଓ ICC ମଧ୍ୟରେ ଆରମ୍ଭ ହେଲା ଲଢ଼େଇ! ପିଚ୍ ବିବାଦକୁ ନେଇ ସାମ୍ନାକୁ ଆସିଲା ଏହି ବଡ଼ ଅପଡେଟ୍
Advertisement

Indore Pitch Controversy: BCCI ଓ ICC ମଧ୍ୟରେ ଆରମ୍ଭ ହେଲା ଲଢ଼େଇ! ପିଚ୍ ବିବାଦକୁ ନେଇ ସାମ୍ନାକୁ ଆସିଲା ଏହି ବଡ଼ ଅପଡେଟ୍

Indore Pitch Controversy:  ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ୩ ଦିନ ପର୍ଯ୍ୟନ୍ତ ଚାଲି ନଥିଲା । ଏଭଳି ପରିସ୍ଥିତିରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ବ୍ୟବହୃତ ହୋଲକର ଷ୍ଟାଡିୟମ୍ ପିଚ୍କୁ 'ଖରାପ' ବୋଲି କହିଛି।  ଖରାପ ମୂଲ୍ୟାୟନ ଯୋଗୁଁ ଇନ୍ଦୋର ୩ ଡେରିମିଟ୍ ପଏଣ୍ଟ ପାଇଛି । ଏହି ପଏଣ୍ଟଗୁଡିକ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ । ବର୍ତ୍ତମାନ ପିଚ୍ ବିବାଦକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସୁଛି ।

Indore Pitch Controversy: BCCI ଓ ICC ମଧ୍ୟରେ ଆରମ୍ଭ ହେଲା ଲଢ଼େଇ! ପିଚ୍ ବିବାଦକୁ ନେଇ ସାମ୍ନାକୁ ଆସିଲା ଏହି ବଡ଼ ଅପଡେଟ୍

Indore Pitch Controversy: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ର ତୃତୀୟ ମ୍ୟାଚ୍ ଇନ୍ଦୋର (Indore Test Match) ର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ (IND vs AUS 3rd Test) ୩ ଦିନ ପର୍ଯ୍ୟନ୍ତ ଚାଲି ନଥିଲା । ଏଭଳି ପରିସ୍ଥିତିରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ବ୍ୟବହୃତ ହୋଲକର ଷ୍ଟାଡିୟମ୍ ପିଚ୍କୁ 'ଖରାପ' ବୋଲି କହିଛି।  ଖରାପ ମୂଲ୍ୟାୟନ ଯୋଗୁଁ ଇନ୍ଦୋର ୩ ଡେରିମିଟ୍ ପଏଣ୍ଟ ପାଇଛି । ଏହି ପଏଣ୍ଟଗୁଡିକ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ । ବର୍ତ୍ତମାନ ପିଚ୍ ବିବାଦକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସୁଛି ।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦ୍ୱାରା ଇନ୍ଦୋର ପିଚ୍କୁ ଦିଆଯାଇଥିବା ଖରାପ ରେଟିଂକୁ ଆନୁଷ୍ଠାନିକ ଭାବେ ବିରୋଧ କରିଛି । ନିକଟ ଅତୀତରେ ବିସିସିଆଇର ଜଣେ ଅଧିକାରୀଙ୍କ ଦ୍ୱାରା ପଠାଯାଇଥିବା ଏକ ଆନୁଷ୍ଠାନିକ ଚିଠିରେ କ୍ରିକେଟ୍ ବୋର୍ଡ ହୋଲକର ଷ୍ଟାଡିୟମରେ ଖେଳ ପିଚର ସମାଲୋଚନାର ସମୀକ୍ଷା କରିବାକୁ ଚାହୁଁଛି । ରେଟିଂ ୩ ଡେମେରିଟ୍ ପଏଣ୍ଟ ସହିତ ଆସିଥାଏ ଯାହା ପାଞ୍ଚ ବର୍ଷର ଏକ ରୋଲିଂ ଅବଧି ପାଇଁ ସକ୍ରିୟ ରହିବ ।

ବିସିସିଆଇ ସୂତ୍ର ଅନୁଯାୟୀ, ଅପିଲ କରାଯିବାର ଥିଲା କାରଣ ଏପରି ଲାଗୁଛି ରେଟିଂ  ଶୀଘ୍ର ଦିଆଯାଇଛି । ପିଚକୁ ନେଇ ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତି ଟେଷ୍ଟ ଶେଷ ହେବାର ମାତ୍ର କିଛି ଘଣ୍ଟା ପରେ ଆସିଥିଲା, ଯାହା ଆଇସିସି ଦ୍ୱାରା ଏପରି ପରିସ୍ଥିତିରେ ଅସାଧାରଣ ଥିଲା । ବିସିସିଆଇର ଅଧିକାରୀମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ସମୀକ୍ଷା ପାଇଁ ସୁଯୋଗ ଅଛି ଓ ଯଦି ସମ୍ଭବ ସେମାନେ ଏହି ନିଷ୍ପତ୍ତିକୁ ଡାଉନଗ୍ରେଡ୍ କରିପାରିବେ । ଆଇସିସିର ଦୁଇ ସଦସ୍ୟ ବିଶିଷ୍ଟ କମିଟି ଏବେ ବିସିସିଆଇର ଆପତ୍ତି ଉପରେ ଧ୍ୟାନ ଦେବ ।

ଇନ୍ଦୋର ଟେଷ୍ଟ ପରେ ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ ତାଙ୍କ ରିପୋର୍ଟରେ ପିଚ୍ ବିଷୟରେ ଲେଖିଛନ୍ତି ଯେ, "ପିଚ୍ ବହୁତ ଶୁଖିଲା ଥିଲା, ବଲ୍ ଏବଂ ବ୍ୟାଟ୍ ମଧ୍ୟରେ କୌଣସି ସନ୍ତୁଳନ ନଥିଲା । ଆରମ୍ଭରୁ ସ୍ପିନରମାନଙ୍କୁ ସାହାଯ୍ୟ କରୁଥିଲା । ମ୍ୟାଚର ପଞ୍ଚମ ବଲ୍‌ରେ ପିଚ୍ ଭାଙ୍ଗିବା ପରି ଦେଖାଗଲା । ତଥାପି ଏହା ଜାରି ରହିଲା, ଯେଉଁଥିରେ ଅଳ୍ପ କିମ୍ୱା କୌଣସି ସିମ୍ ମୁଭମେଣ୍ଟ ମିଳି ନଥିଲା ଓ ସମଗ୍ର ମ୍ୟାଚରେ ଆବଶ୍ୟକତା ଠାରୁ ଅଧିକ କିମ୍ବା ଅସମାନ ବାଉନ୍ସ ଏଥିରେ ଥିଲା ।"

ସେପଟେ ବିଗତ ଦିନରେ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (MPCA) ସଭାପତି ଅଭିଳାଷ ଖଣ୍ଡେକର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଥିଲେ ଯେ, "ମ୍ୟାଚ୍‌ର ୮-୧୦ ଦିନ ପୂର୍ବରୁ ବିସିସିଆଇର ଦୁଇ ପିଚ୍ କ୍ୟୁରେଟର ଇନ୍ଦୋରକୁ ଆସିଥିଲେ । ସେମାନଙ୍କର ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ଏହି ପିଚ୍ ପ୍ରସ୍ତୁତ କରାଯାଇଥିଲା । ଏହି ପିଚ୍ ତିଆରି କରିବାରେ MPCA ର କୌଣସି ଭୂମିକା ନାହିଁ । ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଅନ୍ୟ ରାଜ୍ୟ ସଙ୍ଗଠନ ପରି ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ପିଚ୍ କରିବାରେ MPCA ର କୌଣସି ଭୂମିକା ନାହିଁ । ପିଚ୍ କ୍ୟୁରେଟରମାନେ ବିସିସିଆଇ ତରଫରୁ ଆସିଛନ୍ତି ଓ ସେମାନେ ପିଚ୍ ପ୍ରସ୍ତୁତ କରିବା ପାଇଁ ଭାରତୀୟ ଦଳ ପରିଚାଳନା ତଥା ଭାରତୀୟ ବୋର୍ଡରୁ ନିର୍ଦ୍ଦେଶ ପାଇଛନ୍ତି । ଏହାପୂର୍ବରୁ ନାଗପୁର ଓ ଦିଲ୍ଲୀ ଟେଷ୍ଟ ମ୍ୟାଚ୍ ମଧ୍ୟ ତିନି ଦିନ ମଧ୍ୟରେ ଶେଷ ହୋଇଥିଲା । ଏତଦ୍ ବ୍ୟତୀତ ଉଭୟ ଦଳର ଅଧିନାୟକ ମଧ୍ୟ ମ୍ୟାଚ୍ ପରେ ଇନ୍ଦୋର ପିଚ୍କୁ ସମର୍ଥନ କରିଛନ୍ତି।"

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖୁସି ଖବର, ମୋଦି ସରକାର ଲାଗୁ କଲେ ଏହି ଯୋଜନା! ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିଲା ଗିଫ୍ଟ

ଅଧିକ ପଢ଼ନ୍ତୁ-ପୁରୁଷଙ୍କ ଯୌନ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଅଁଳା; ଏହି ଉପାୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ-ଦିନିକିଆ ସିରିଜରେ ଶ୍ରେୟସ୍ ଆୟରଙ୍କ ସ୍ଥାନରେ ଏହି ଖତରନାକ୍ ଖେଳାଳିଙ୍କ ହେବ ଏଣ୍ଟ୍ରି! ୬୬.୦୦ ରହିଛି ଏଭେରେଜ୍

ସୂଚନାଯୋଗ୍ୟ, ଯଦି ଏକ ଷ୍ଟାଡିୟମ୍ ପାଞ୍ଚ ବର୍ଷର ରୋଲିଂ ସମୟରେ ୫ କିମ୍ବା ଅଧିକ ଡେରିମିଟ୍ ପଏଣ୍ଟ ପାଇଥାଏ, ତେବେ ସେହି ସ୍ଥାନ ଏକ ବର୍ଷ ପାଇଁ ପ୍ରତିବନ୍ଧକ କରିଦିଆଯାଇଥାଏ । ଏହାର ଅର୍ଥ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ହୋଇପାରିବ ନାହିଁ ।